
ସମୀକ୍ଷା ବ୍ୟୁରୋ
କଟକ : ରଣଜୀ ଟ୍ରଫି କ୍ବାର୍ଟର ଫାଇନାଲରେ ପ୍ରବେଶ କରିଛି ଓଡିଶା । ଝାରଖଣ୍ଡ ବିପକ୍ଷ ଅନ୍ତିମ ଲିଗ୍ ମ୍ୟାଚ୍ରେ ପ୍ରଥମ ଇନିଂସ ଅଗ୍ରଣୀ ସହିତ ଏଲିଟ୍ ଗ୍ରୁପ୍ ସିର ଦ୍ବିତୀୟ ସ୍ଥାନରେ ରହି ଓଡିଶା କ୍ବାର୍ଟରରେ ପ୍ରବେଶ କରିଛି । ଗ୍ରୁପ୍ ସିରୁ ଓଡିଶା 38 ପଏଣ୍ଟ ସହିତ କ୍ବାର୍ଟରରେ ପ୍ରବେଶ କରିଛି । ପ୍ରଥମେ ବ୍ୟାଟିଂ କରିଥିବା ଓଡିଶା 436 ରନ୍ କରିଥିବା ବେଳେ ଝାରଖଣ୍ଡ 356 ରନ୍ରେ ସମସ୍ତ ଓ୍ବିକେଟ ହରାଇଥିଲା । ପ୍ରଥମ ଇନିଂସରେ 80 ରନ୍ର ଅଗ୍ରଣୀ ହାସଲ କରିଥିବା ଓଡିଶା ଦ୍ବିତୀୟ ଇନିଂସରେ 1 ଓ୍ବିକେଟ ହରାଇ 187 ରନ୍ ସଂଗ୍ରହ କରିଥିବା ବେଳେ ମ୍ୟାଚ୍କୁ ଡ୍ର ଘୋଷଣା କରାଯାଇଥିଲା । ଶୁଭ୍ରାଂଶୁ ସେନାପତି 100 ରନ୍ରେ ଅପରାଜିତ ରହିଥିଲେ । ପ୍ରଥମ ଇନିଂସରେ 156 ରନ୍ର ଇନିଂସ ଖେଳିଥିବା ଦେବାଶିଷ ସାମନ୍ତରାୟଙ୍କୁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ଘୋଷଣା କରାଯାଇଥିଲା ।