
ଓ୍ବେଲିଙ୍ଗଟନ୍ : ଓ୍ବେଲିଙ୍ଗଟନ୍ର ବେସିନ୍ ରିଜର୍ଭରେ ଅନୁଷ୍ଠିତ ପ୍ରଥମ ଟେଷ୍ଟରେ ନ୍ୟୁଜିଲ୍ୟାଣ୍ଡ ଦୃଢ ସ୍ଥିତିରେ ରହିଛି । ଭାରତକୁ ମାତ୍ର 165 ରନ୍ରେ ଅଲ୍ଆଉଟ୍ କରିବା ପରେ ଅଧିନାୟକ କେନ୍ ଓ୍ବିଲିୟମ୍ସନ୍ଙ୍କ 89 ରନ୍ ସହାୟତାରେ ନ୍ୟୁଜିଲ୍ୟାଣ୍ଡ 5 ଓ୍ବିକେଟ୍ ହରାଇ 216 ରନ୍ ସଂଗ୍ରହ କରିଛି । ଭାରତ ପକ୍ଷରୁ ଇଶାନ୍ତ ଶର୍ମା 3ଟି ଓ୍ବିକେଟ୍ ଅକ୍ତିଆର କରିଥିବା ବେଳେ ଅଶ୍ବିନ୍ ଏବଂ ସାମି ପ୍ରତ୍ୟେକ ଗୋଟିଏ ଲେଖାଏଁ ଓ୍ବିକେଟ୍ ଅକ୍ତିଆର କରିଛନ୍ତି । ଅନ୍ୟ ମାନଙ୍କ ମଧ୍ୟରେ ରସ୍କ ଟେଲର 44 ଏବଂ ଟମ୍ ବ୍ଲଣ୍ଡେଲ୍ 30 ରନ୍ ସଂଗ୍ରହ କରିଥିଲେ । ଭାରତ ଗତକାଲି 122/5ରୁ ଖେଳ ଆରମ୍ଭ କରି 165 ରନ୍ରେ ଅଲଆଉଟ୍ ହୋଇଯାଇଥିଲା । ଭାରତ ପକ୍ଷରୁ ଆଜିଙ୍କ୍ୟ ରାହାଣେ ସର୍ବାଧିକ 46 ରନ୍ ସଂଗ୍ରହ କରିଥିବା ବେଳେ ନ୍ୟୁଜିଲ୍ୟାଣ୍ଡ ପକ୍ଷରୁ ଟିମ୍ ସାଉଦି ଏବଂ କାଇଲ୍ ଜାମିସାନେ ପ୍ରତ୍ୟେକ 4ଟି ଲେଖାଏଁ ଓ୍ବିକେଟ୍ ଅକ୍ତିଆର କରିଥିଲେ । (ଏଜେନ୍ସି)