Categories
ଆଜିର ଖବର ଖେଳ

ଦ୍ବିତୀୟ ଟେଷ୍ଟ : ବୋଲରଙ୍କ ବଢିଆ ପ୍ରଦର୍ଶନ ପରେ ଭାରତର ବ୍ୟାଟିଂ ବିପର୍ଯ୍ୟୟ

କ୍ରୀଷ୍ଟଚର୍ଚ୍ଚ : ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଅନୁଷ୍ଠିତ ଦ୍ବିତୀୟ ଟେଷ୍ଟ ମ୍ୟାଚ୍‌ରେ ଭାରତୀୟ ବ୍ୟାଟ୍ସମ୍ୟାନ୍‌ଙ୍କ ଦୟନୀୟ ପ୍ରଦର୍ଶନ ଜାରି ରହିଛି । ପ୍ରଥମ ଇନିଂସରେ ଭାରତ 7 ରନ୍‌ରେ ଅଗ୍ରଣୀ ହାସଲ କରିଥିବା ବେଳେ ବ୍ୟାଟ୍ସମ୍ୟାନ୍‌ଙ୍କ ଖରାପ ପ୍ରଦର୍ଶନ କାରଣରୁ ଭାରତ 90 ରନ୍‌ରେ 6 ଓ୍ବିକେଟ୍‌ ହରାଇ ସଙ୍କଟରେ ପଡିଛି । ଭାରତର ଟପ୍‌ ଅର୍ଡର ବିଫଳ ହୋଇଥିବା ବେଳେ ଅନ୍ତିମ ମାନ୍ୟତାପ୍ରାପ୍ତ ଯୋଡି ଭାବରେ ହନୁମା ବିହାରୀ ଏବଂ ଋଷଭ ପନ୍ତ କ୍ରିଜ୍‌ରେ ଉପସ୍ଥିତ ଅଛନ୍ତି । ଭାରତ ପକ୍ଷରୁ ଚେତେଶ୍ବର ପୂଜାରା ସର୍ବାଧିକ 24 ରନ୍‌ ସଂଗ୍ରହ କରିଛନ୍ତି । ଟ୍ରେଣ୍ଟ ବୋଲ୍ଟ ଘାତକ ବୋଲିଂ କରି 3ଟି ଓ୍ବିକେଟ୍‌ ଅକ୍ତିଆର କରିଛନ୍ତି । ଭାରତ ଯଦି 180 ରନ୍‌ ମଧ୍ୟ ହାସଲ କରେ ତେବେ ବିଜୟ ହାସଲ ପାଇଁ ଭାରତ ନିକଟରେ ସୁଯୋଗ ରହିଛି । ରବିବାର ସକାଳୁ ଭାରତୀୟ ବୋଲର ଚମତ୍କାର ବୋଲିଂର ନିଦର୍ଶନ କରିଥିଲେ । ଭାରତ ପକ୍ଷରୁ ମହମ୍ମଦ ସାମି 4ଟି ଓ୍ବିକେଟ୍‌ ଅକ୍ତିଆର କରିଥିଲେ । ଯଶ୍‌ପ୍ରୀତ୍‌ ବୁମ୍‌ରା 3ଟି, ଜାଡେଜା 2ଟି ଏବଂ ଉମେଶ ଯାଦବ ଗୋଟିଏ ଓ୍ବିକେଟ ଅକ୍ତିଆର କରିବାରୁ ଭାରତ 7 ରନ୍‌ରେ ଅଗ୍ରଣୀ ହାସଲ କରିଥିଲା । ନ୍ୟୁଜିଲ୍ୟାଣ୍ଡ ପକ୍ଷରୁ ଟମ୍‌ ଲାଥାମ୍‌ ସର୍ବାଧିକ52 ରନ୍‌ ସଂଗ୍ରହ କରିଥିବା ବେଳେ କାଇଲ୍‌ ଜାମିସାନେ 49 ଏବଂ କଲିନ୍‌ ଡି ଗ୍ରାଣ୍ଡହୋମ୍‌ 44 ରନ୍‌ ସଂଗ୍ରହ କରିଥିଲେ । (ଏଜେନ୍ସି)

Categories
ଆଜିର ଖବର ଖେଳ

ଦ୍ବିତୀୟ ଟେଷ୍ଟ : ଭାରତର 242 ରନ୍‌ ଜବାବରେ ନ୍ୟୁଜିଲ୍ୟାଣ୍ଡ 63/0

କ୍ରୀଷ୍ଟଚର୍ଚ୍ଚ : ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଅନୁଷ୍ଠିତ ଦ୍ବିତୀୟ ଟେଷ୍ଟ ମ୍ୟାଚ୍‌ରେ ଭାରତର ଦୟନୀୟ ପ୍ରଦର୍ଶନ ଜାରି ରହିଛି । ଭାରତୀୟ ବ୍ୟଟ୍ସମ୍ୟାନ୍‌ଙ୍କ ଦୟନୀୟ ପ୍ରଦର୍ଶନ ଯୋଗୁଁ ଭାରତ ମାତ୍ର 242 ରନ୍‌ରେ ସମସ୍ତ ଓ୍ବିକେଟ୍‌ ହରାଇଥିବା ବେଳେ ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ନ୍ୟୁଜିଲ୍ୟାଣ୍ଡ ବିନା ଓ୍ବିକେଟ୍‌ରେ 63 ରନ୍‌ ସଂଗ୍ରହ କରିଛି । ଭାରତ ପକ୍ଷରୁ ତିନି ଜଣ ବ୍ୟାଟ୍ସମ୍ୟାନ୍‌ ଅର୍ଦ୍ଧଶତକ ହାସଲ କରିଥିଲେ ମଧ୍ୟ ଏହାକୁ ବଡ ସ୍କୋରରେ ରୂପାନ୍ତରିତ କରିବାରେ ବିଫଳ ହୋଇଥିଲେ । ଭାରତ ପକ୍ଷରୁ ପୃଥ୍ବୀ ଶ(54), ଚେତେଶ୍ବର ପୂଜାରା (54) ଏବଂ ହନୁମା ବିହାରୀ(55) ରନ୍‌ ସଂଗ୍ରହ କରିଥିଲେ । ଭାରତୀୟ ଅଧିନାୟକ ବିରାଟ କୋହଲି ଏବଂ ଉପ ଅଧିନାୟକ ଆଜିଙ୍କ୍ୟ ରାହାଣେ ପୁନର୍ବାର ବିଫଳ ହୋଇଥିଲେ । କାଇଲ୍‌ ଜାମିସାନେ 45 ରନ୍‌ରେ 5 ଓ୍ବିକେଟ୍‌ ଅକ୍ତିଆର କରିଥିଲେ । ଟପ୍‌ ଅର୍ଡରରେ ତିନି ଓ୍ବିକେଟ୍‌ ଅକ୍ତିଆର କରିବା ସହିତ ଲୋୟର୍‌ ଅର୍ଡରରେ ଦୁଇଟି ଓ୍ବିକେଟ୍‌ ଅକ୍ତିଆର କରି ଭାରତୀୟ ଇନିଂସକୁ ଧ୍ବସ୍ତ କରି ଦେଇଥିଲେ । ଟିମ୍‌ ସାଉଦି ଏବଂ ଟ୍ରେଣ୍ଟ ବୋଲ୍ଟ ପ୍ରତ୍ୟୋକ ଦୁଇଟି ଲେଖାଏଁ ଓ୍ବିକେଟ୍‌ ଅକ୍ତିଆର କରିଥିଲେ । ଜବାବରେ ନ୍ୟୁଜିଲ୍ୟାଣ୍ଡ ବିନା କୌଣସି ଓ୍ବିକେଟ୍‌ ହରାଇ 63 ରନ୍‌ ସଂଗ୍ରହ କରିଛି । ନ୍ୟୁଜିଲ୍ୟାଣ୍ଡ ପକ୍ଷରୁ ଟମ୍‌ ଲାଥାମ୍‌ ଅପରାଜିତ 27 ଏବଂ ଟମ୍‌ ବ୍ଲଣ୍ଡେଲ୍‌ 29 ରନ୍‌ କରି ବ୍ୟାଟିଂ କରୁଛନ୍ତି । (ଏଜେନ୍ସି)

Categories
ଆଜିର ଖବର ଖେଳ

କ୍ରମାଗତ ତୃତୀୟ ବିଜୟ ସହିତ ମହିଳା ବିଶ୍ବକପ୍‌ ସେମିରେ ଭାରତ

ମେଲବୋର୍ଣ୍ଣ : ଅଷ୍ଟ୍ରେଲିଆରେ ଅନୁଷ୍ଠିତ ଟି20 ମହିଳା ବିଶ୍ବକପ୍‌ର ସେମି ଫାଇନାଲ୍‌ରେ ପ୍ରବେଶ କରିଛି ଭାରତ । ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଲିଗ୍‌ ମ୍ୟାଚ୍‌ରେ ବିଜୟୀ ହେବା ସହିତ ଭାରତ ସେମି ଫାଇନାଲ୍‌ରେ ପ୍ରବେଶ କରିଛି । ଟସ୍‌ ଜିତି ପ୍ରଥମେ ବୋଲିଂର ନିଷ୍ପତ୍ତି ନେଇଥିଲା ନ୍ୟୁଜିଲ୍ୟାଣ୍ଡ । ଭାରତ 20 ଓଭରରେ 133 ରନ୍‌ ସଂଗ୍ରହ କରିଥିବା ବେଳେ ନ୍ୟୁଜିଲ୍ୟାଣ୍ଡ 129 ରନ୍‌ ସଂଗ୍ରହ କରିଥିଲା । ଭାରତ ପକ୍ଷରୁ ଓପ୍‌ନର ଶେଫାଳି ବର୍ମା 34 ବଲ୍‌ରୁ 46 ରନ୍‌ ସଂଗ୍ରହ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ତାନିୟା ଭାଟିଆ (23) ଏବଂ ରାଧା ଯାଦବ(14) ଉପଯୋଗୀ ଇନିଂସ ଖେଳିଥିଲେ । ନ୍ୟୁଜିଲ୍ୟାଣ୍ଡ ପକ୍ଷରୁ ଆମିଲିଆ କେର୍‌ ଏବଂ ରୋଜ୍‌ମେରୀ ମେୟର୍‌ ପ୍ରତ୍ୟେକ ଦୁଇଟି ଲେଖାଏଁ ଓ୍ବିକେଟ୍‌ ଅକ୍ତିଆର କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଲେଘ୍‌ କାସ୍ପେର୍କ, ସୋଫି ଡିଭାଇନ୍‌ ଏବଂ ଲି ତାହୁହୁ ପ୍ରତ୍ୟେକ ଗୋଟିଏ ଲେଖାଏଁ ଓ୍ବିକେଟ୍‌ ଅକ୍ତିଆର କରିଥିଲେ । ଜବାବର ଭାରତୀୟ ବୋଲରଙ୍କ ମିତବ୍ୟୟୀ ବୋଲିଂ କାରଣରୁ ଭାରତ ମ୍ୟାଚ୍‌କୁ 4 ରନ୍‌ରେ ବିଜୟୀ ହୋଇଥିଲେ । ପ୍ରାରମ୍ଭରୁ ଶିଖା ପାଣ୍ଡେ ଏବଂ ରାଜେଶ୍ବରୀ ଗାଏକ୍ବାଡ ଗୋଟିଏ ଲେଖାଏଁ ଓ୍ବିକେଟ୍‌ ଅକ୍ତିଆର କରିବା ସହିତ ନ୍ୟୁଜିଲ୍ୟାଣ୍ଡକୁ ବ୍ୟାକ୍‌ଫୁଟ୍‌କୁ ଠେଲି ଦେଇଥିଲେ । ନ୍ୟୁଜିଲ୍ୟାଣ୍ଡର ରନ୍‌ହାର ଧୀମେଇ ଯାଇଥିବା ବେଳେ ଅନ୍ତିମ ଓଭରରୁ ଦଳକୁ ବିଜୟୀ ହେବା ପାଇଁ 12 ରନ୍‌ ଆବଶ୍ୟକ ଥିଲା । ଶିଖା ପାଣ୍ଡେ 8 ରନ୍‌ ବ୍ୟୟ କରିବା ସହିତ ଭାରତକୁ 4 ରନ୍‌ରେ ବିଜୟୀ କରାଇଥିଲେ । ସମସ୍ତ ଭାରତୀୟ ବୋଲର ଗୋଟିଏ ଲେଖାଏଁ ଓ୍ବିକେଟ୍‌ ଅକ୍ତିଆର କରିଥିଲେ । ଶେଫାଳି ବର୍ମାଙ୍କୁ ପ୍ଲେୟାର ଅଫ୍‌ ଦ ମ୍ୟାଚ୍‌ ଘୋଷଣା କରାଯାଇଥିଲା ।

Categories
ଆଜିର ଖବର ଜାତୀୟ ଖବର

ପରାଜୟକୁ ସକରାତ୍ମକ ଭାବରେ ଗ୍ରହଣ କରିବା ଉଚିତ୍‌ : କୋହ୍‌ଲି

ଓ୍ବେଲିଂଟନ୍‌ : ନ୍ୟୁଜିଲ୍ୟାଣ୍ଡ ଟେଷ୍ଟ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ପରାଜିତ ହେବା ପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଭାରତୀୟ ଦଳର ସମର୍ଥକ ମାନେ ଯଦି ଗୋଟିଏ ପରାଜୟ ପରେ ହତୋତ୍ସାହିତ ହୋଇ ଦଳକୁ ସମାଲୋଚନା କରିବା ଆରମ୍ଭ କରିବେ ତେବେ ଏହା କ୍ରିକେଟ ପାଇଁ ଶୁଭ ସୂଚନା ନୁହେଁ । ପରାଜୟକୁ ସମର୍ଥକ ମାନେ ସକରାତ୍ମକ ଭାବରେ ଗ୍ରହଣ କରିବା ଉଚିତ୍‌ ବୋଲି କୋହ୍‌ଲି ପ୍ରକାଶ କରିଛନ୍ତି । ପ୍ରଥମ ଟେଷ୍ଟରେ ଘରୋଇ ନ୍ୟୁଜିଲ୍ୟାଣ୍ଡ ଶୋଚନୀୟ ଭାବରେ ଭାରତକୁ 10 ଓ୍ବିକେଟରେ ପରାସ୍ତ କରିଥିଲା । ଅଧିନାୟକ ବିରାଟ୍‌ କୋହଲିଙ୍କ ସମେତ ଟପ୍‌ ଏବଂ ମିଡିଲ ଅର୍ଡର ବିଫଳ ହେବା କାରଣରୁ ଭାରତ ଏହି ମ୍ୟାଚ୍‌ରେ ପରାଜୟ ବରଣ କରିଥିଲା । ଏହି ପରାଜୟ ସହିତ ଟେଷ୍ଟ ଚାମ୍ପିୟନ୍‌ସିପ୍‌ରେ ଭାରତ ପ୍ରଥମ ପରାଜୟ ବରଣ କରିଥିଲା । ବିଜୟ ଏବଂ ପରାଜୟ କ୍ରିକେଟର ଏକ ଅଂଶ । ତେଣୁ ଏହାକୁ ନେଇ ଅଧିକ ଭାବପ୍ରବଣ ହେବା ଅନୁଚିତ ବୋଲି କୋହଲି ପ୍ରକାଶ କରିଛନ୍ତି । (ଏଜେନ୍ସି)

Categories
ଆଜିର ଖବର ଖେଳ

ଓ୍ବିଲିୟମ୍‌ସନ୍‌ଙ୍କ ଅର୍ଦ୍ଧଶତକ : ନ୍ୟୁଜିଲ୍ୟାଣ୍ଡ 51 ରନ୍‌ରେ ଆଗୁଆ

ଓ୍ବେଲିଙ୍ଗଟନ୍‌ : ଓ୍ବେଲିଙ୍ଗଟନ୍‌ର ବେସିନ୍‌ ରିଜର୍ଭରେ ଅନୁଷ୍ଠିତ ପ୍ରଥମ ଟେଷ୍ଟରେ ନ୍ୟୁଜିଲ୍ୟାଣ୍ଡ ଦୃଢ ସ୍ଥିତିରେ ରହିଛି । ଭାରତକୁ ମାତ୍ର 165 ରନ୍‌ରେ ଅଲ୍‌ଆଉଟ୍‌ କରିବା ପରେ ଅଧିନାୟକ କେନ୍‌ ଓ୍ବିଲିୟମ୍‌ସନ୍‌ଙ୍କ 89 ରନ୍‌ ସହାୟତାରେ ନ୍ୟୁଜିଲ୍ୟାଣ୍ଡ 5 ଓ୍ବିକେଟ୍‌ ହରାଇ 216 ରନ୍‌ ସଂଗ୍ରହ କରିଛି । ଭାରତ ପକ୍ଷରୁ ଇଶାନ୍ତ ଶର୍ମା 3ଟି ଓ୍ବିକେଟ୍‌ ଅକ୍ତିଆର କରିଥିବା ବେଳେ ଅଶ୍ବିନ୍‌ ଏବଂ ସାମି ପ୍ରତ୍ୟେକ ଗୋଟିଏ ଲେଖାଏଁ ଓ୍ବିକେଟ୍‌ ଅକ୍ତିଆର କରିଛନ୍ତି । ଅନ୍ୟ ମାନଙ୍କ ମଧ୍ୟରେ ରସ୍‌କ ଟେଲର 44 ଏବଂ ଟମ୍‌ ବ୍ଲଣ୍ଡେଲ୍‌ 30 ରନ୍‌ ସଂଗ୍ରହ କରିଥିଲେ । ଭାରତ ଗତକାଲି 122/5ରୁ ଖେଳ ଆରମ୍ଭ କରି 165 ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା । ଭାରତ ପକ୍ଷରୁ ଆଜିଙ୍କ୍ୟ ରାହାଣେ ସର୍ବାଧିକ 46 ରନ୍‌ ସଂଗ୍ରହ କରିଥିବା ବେଳେ ନ୍ୟୁଜିଲ୍ୟାଣ୍ଡ ପକ୍ଷରୁ ଟିମ୍‌ ସାଉଦି ଏବଂ କାଇଲ୍‌ ଜାମିସାନେ ପ୍ରତ୍ୟେକ 4ଟି ଲେଖାଏଁ ଓ୍ବିକେଟ୍‌ ଅକ୍ତିଆର କରିଥିଲେ । (ଏଜେନ୍ସି)

Categories
ଆଜିର ଖବର ଖେଳ

ଅଭ୍ୟାସ୍‌ ମ୍ୟାଚ୍‌ରେ ବିହାରୀଙ୍କ ଶତକ : ଭାରତ 263ରେ ଅଲ୍‌ଆଉଟ୍‌

ନୂଆଦିଲ୍ଲୀ : ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଟେଷ୍ଟ ସିରିଜ୍‌ ଆରମ୍ଭ ହେବା ପୂର୍ବରୁ ଅନୁଷ୍ଠିତ ତିନି ଦିନିଆ ଅଭ୍ୟାସ ମ୍ୟାଚ୍‌ରେ ହନୁମା ବିହାରୀ ଶତକ ହାସଲ କରିଛନ୍ତି । ବିହାରୀ ଶତକ ହାସଲ କରିଥିବା ବେଳେ ନିର୍ଭରଯୋଗ୍ୟ ଚେତେଶ୍ବର ପୂଜାରା 93 ରନ୍‌ ସଂଗ୍ରହ କରିଥିଲେ । ତିନି ଅଗ୍ରଭାଗ ଖେଳାଳି ପୃଥ୍ବୀ ଶ(0), ମୟଙ୍କ ଅଗ୍ରଓ୍ବାଲ(1) ଏବଂ ଶୁଭମାନ ଗିଲ୍‌ (0) ବିଫଳ ହୋଇଥିବା ବେଳେ ପୂଜାରା ଏବଂ ବିହାରୀ 195 ରନ୍‌ର ଭାଗିଦାରୀ କରିଥିଲେ । ବିହାରୀ ଶତକ ହାସଲ କରିବା ପରେ ନିମ୍ନକ୍ରମ ବ୍ୟାଟ୍ସମ୍ୟାନ୍‌ଙ୍କୁ ସୁଯୋଗ ଦେବା ପାଇଁ ରିଟାୟର୍ଡ ହର୍ଟ ହୋଇଥିଲେ । ମାତ୍ର ଏହାପରେ ଋଷଭ ପନ୍ତ, ଅଶ୍ବିନ୍‌ ଏବଂ ରିଦ୍ଧିମାନ ଶାହା ବିଫଳ ହେବାରୁ ଭାରତ ମାତ୍ର 263 ରନ୍‌ରେ ସମସ୍ତ ଓ୍ବିକେଟ୍‌ ହରାଇଥିଲା । ବିହାରୀ ଏବଂ ପୂଜାରାଙ୍କ ବ୍ୟତିତ କେବଳ ଆଜିଙ୍କ୍ୟ ରାହାଣେ(18) ଦୁଇ ଅଙ୍କ ଛୁଇଁଥିଲେ । ନ୍ୟୁଜିଲ୍ୟାଣ୍ଡ ପକ୍ଷରୁ ସ୍କଟ୍‌ କୁଗ୍ଲେଜିନ୍‌ ଏବଂ ଇସ୍‌ ସୋଧୀ ତିନୋଟି ଲେଖାଏଁ ଓ୍ବିକେଟ୍‌ ଅକ୍ତିଆର କରିଥିଲେ । (ଏଜେନ୍ସି)

Categories
ଆଜିର ଖବର ଖେଳ

ଅନ୍ତିମ ଦିନିକିଆ ସହିତ ନ୍ୟୁଜିଲ୍ୟାଣ୍ଡର ସିରିଜ୍‌ କ୍ଲିନ୍‌ ସୁଇପ୍‌

ମାଉଣ୍ଟ ମନ୍‌ଗାଉନି : ମାଉଣ୍ଟ ମନ୍‌ଗାଉନିର ବେ ଓଭାଲରେ ସିରିଜ୍‌ କ୍ଲିନ୍‌ ସୁଇପ୍‌ କରିଛି ନ୍ୟୁଜିଲ୍ୟାଣ୍ଡ । ଏହା ସହିତ ଟି 20 ଶୃଙ୍ଖଳାର ପ୍ରତିଶୋଧ ଘରୋଇ ଦଳ ଦିନିକିଆ ସିରିଜ୍‌ରେ ନେଇଛି । ପ୍ରଥମେ ବ୍ୟାଟିଂ କରି କେ ଏଲ୍‌ ରାହୁଲ୍‌ (112)ଙ୍କ ଶତକ ଏବଂ ଶ୍ରେୟସ୍‌ ଆୟାର(62)ଙ୍କ ବ୍ୟାଟିଂ ବଳରେ ଭାରତ 296 ରନ୍‌ ସଂଗ୍ରହ କରିଥିଲା । ଜବାବରେ ହେନ୍‌ରୀ ନିକୋଲ୍‌ସ(80) ଏବଂ ଡି ଗ୍ରାଣ୍ଡହୋମ୍‌(58) ରନ୍‌ ସହାୟତାରେ ନ୍ୟୁଜିଲ୍ୟାଣ୍ଡ 5 ଓ୍ବିକେଟ୍‌ରେ ବିଜୟୀ ହୋଇଥିଲା । ନ୍ୟୁଜିଲ୍ୟାଣ୍ଡ ପକ୍ଷରୁ ହାମିଶ ବେନେଟ୍‌ ସର୍ବାଧିକ 4ଟି ଓ୍ବିକେଟ୍‌ ଅକ୍ତିଆର କରିଥିଲେ । ଭାରତ ପକ୍ଷରୁ ୟୁଜବେନ୍ଦ୍ର ଚହଲ 47 ରନ୍‌ରେ 3ଟି ଓ୍ବିକେଟ୍‌ ଅକ୍ତିଆର କରିଥିବା ବେଳେ ଅନ୍ୟ ବୋଲରଙ୍କ ବିଫଳତା କାରଣରୁ ନ୍ୟୁଜିଲ୍ୟାଣ୍ଡ ବିଜୟୀ ହୋଇଥିଲା । ହେନ୍‌ରୀ ନିକୋଲ୍‌ସଙ୍କୁ ପ୍ଲେୟାର ଅଫ୍‌ ଦ ମ୍ୟାଚ୍‌ ଏବଂ ରସ୍‌ ଟେଲରଙ୍କୁ ପ୍ଲେୟର ଅଫ୍‌ ଦ ସିରିଜ୍‌ ଘୋଷଣା କରାଯାଇଥିଲା ।(ଏଜେନ୍ସି)

Categories
ଆଜିର ଖବର ଖେଳ

ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଅନ୍ତିମ ଦିନିକିଆ : କ୍ଲିନ୍‌ ସୁଇପ୍‌ ରୋକିବା ଲକ୍ଷ୍ୟରେ ଭାରତ

ମାଉଣ୍ଟ ମନ୍‌ଗାଉନି : ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଅନୁଷ୍ଠିତ ଦିନିକିଆ ସିରିଜ୍‌ର ତୃତୀୟ ମୁକାବିଲା ଆସନ୍ତା କାଲି ବେ ଓଭାଲ୍‌ରେ ଅନୁଷ୍ଠିତ ହୋଇଯାଇଛି । ମଙ୍ଗଳବାର ବେ ଓଭାଲରେ ଅନୁଷ୍ଠିତ ହେବାକୁ ଥିବା ଏହି ମ୍ୟାଚ୍‌ରେ ଭାରତ ସମ୍ମାନ ରଖିବା ପାଇଁ ଚେଷ୍ଟା କରିବ । ଏହି ମ୍ୟାଚ୍‌ରେ ବିଜୟୀ ହୋଇ କ୍ଲିନ୍‌ ସୁଇପ୍‌ ଲକ୍ଷ୍ୟରେ ରହିଛି ଟମ୍‌ ଲାଥାମ୍‌ଙ୍କ ନ୍ୟୁଜିଲ୍ୟାଣ୍ଡ । ପ୍ରଥମ ମ୍ୟାଚ୍‌ରେ ଭାରତ 347 ରନ୍‌ ସଂଗ୍ରହ କରି ପରାଜିତ ହୋଇଥିବା ବେଳେ ଦ୍ବିତୀୟ ମ୍ୟାଚ୍‌ରେ ଭାରତୀୟ ମିଡିଲ ଅର୍ଡର ବିଫଳ ହେବା କାରଣରୁ ଭାରତ ଦ୍ବିତୀୟ ମ୍ୟାଚ୍‌ରେ 278 ରନ୍‌ର ବିଜୟ ଲକ୍ଷ୍ୟର ପିଛା କରିବାରେ ବିଫଳ ହୋଇଥିଲା । ଅନ୍ତିମ ମ୍ୟାଚ୍‌ରେ ଭାରତକୁ ଭଲ ପ୍ରଦର୍ଶନ କରିବାକୁ ହେଲେ ଭାରତୀୟ ଅଧିନାୟକ କୋହଲିଙ୍କ ବ୍ୟାଟରୁ ରନ୍‌ ବାହାରିବା ଜରୁରୀ । ଭାରତୀୟ ବୋଲର ଭଲ ପ୍ରଦର୍ଶନ କରିଥିବା ବେଳେ ବ୍ୟାଟିଂରେ କେଦାର ଯାଦବଙ୍କ ସ୍ଥାନରେ ମନୀଷ ପାଣ୍ଡେଙ୍କୁ ସାମିଲ କରାଯାଇପାରେ ବୋଲି ଜଣାପଡିଛି । (ଏଜେନ୍ସି)

Categories
ଆଜିର ଖବର ଖେଳ

ଟି 20 ଶୃଙ୍ଖଳାର ପ୍ରତିଶୋଧ : ଦ୍ବିତୀୟ ଦିନିକିଆ ସହିତ ସିରିଜ୍‌ ଜିତିଲା ନ୍ୟୁଜିଲ୍ୟାଣ୍ଡ

ହାମିଲଟନ୍‌ : ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଅନୁଷ୍ଠିତ ଦିନିକିଆ ଶୃଙ୍ଖଳାର ପ୍ରଥମ ଦୁଇ ମ୍ୟାଚ୍‌ରେ ବିଜୟୀ ହେବା ସହିତ ଶୃଙ୍ଖଳା ଉପରେ କବ୍‌ଜା କରି ନେଇଛି କିଓ୍ବି ଦଳ । ଟି 20 ଶୃଙ୍ଖଳାକୁ 5-0ରେ ହାରିବା ପରେ ପ୍ରଥମ ଦୁଇ ଦିନିକିଆରେ ବିଜୟୀ ହୋଇ ସିରିଜ୍‌ ଉପରେ କବ୍‌ଜା କରିଛି ନ୍ୟୁଜିଲ୍ୟାଣ୍ଡ ଦଳ । ହାମିଲଟନ୍‌ରେ ଅନୁଷ୍ଠିତ ଦ୍ବିତୀୟ ଦିନିକିଆକୁ ନ୍ୟୁଜିଲ୍ୟାଣ୍ଡ 22 ରନରେ ବିଜୟୀ ହେବା ସହିତ ଭାରତ ବିପକ୍ଷରେ କ୍ରମାଗତ ତୃତୀୟ ଦିନିକିଆ ଶୃଙ୍ଖଳାରେ ବିଜୟୀ ହୋଇଛି । ଟସ୍‌ ଜିତି ପ୍ରଥମେ ବୋଲିଂ କରୁଥିବା ଭାରତ ନ୍ୟୁଜିଲ୍ୟାଣ୍ଡକୁ ମାତ୍ର 273 ରନ୍‌ରେ ସୀମିତ ରଖିଥିଲେ ମଧ୍ୟ ବ୍ୟାଟ୍ସମ୍ୟାନ୍‌ଙ୍କ ବିଫଳତା କାରଣରୁ 22 ରନ୍‌ ପଛରେ ରହିଯାଇଥିଲା ।

ଟସ୍‌ ଜିତି ପ୍ରଥମେ ବୋଲିଂ କରିଥିବା ଭାରତକୁ ପ୍ରଥମ ସଫଳତା ମିଳିଥିଲା 17 ତମ ଓଭରରେ । 85 ରନ୍‌ରେ ପ୍ରଥମ ଓ୍ବିକେଟ୍‌ ହରାଇଥିବା ପରବର୍ତ୍ତୀ 112 ରନ୍‌ ମଧ୍ୟରେ 7 ଓ୍ବିକେଟ ହରାଇଥିଲା । ମାତ୍ର ନବମ ଓ୍ବିକେଟ୍‌ରେ ରସ୍‌ ଟେଲର (73) ଏବଂ ଜେମିସାନ(23)ଙ୍କ 76 ରନ୍ ଭାଗିଦାରୀ ବଳରେ ଦଳ 273 ରନ୍‌ ସଂଗ୍ରହ କରିଥିଲା । ନ୍ୟୁଜିଲ୍ୟାଣ୍ଡ ପକ୍ଷରୁ ମାର୍ଟିନ୍‌ ଗପ୍ତିଲ୍‌ ସର୍ବାଧିକ 79 ରନ୍‌ କରିଥିବା ବେଳେ ଟେଲର ଅପରାଜିତ 73 ରନ୍‌ ସଂଗ୍ରହ କରିଥିଲେ । ଭାରତ ପକ୍ଷରୁ ୟୁଜବେନ୍ଦ୍ର ଚହଲ ସର୍ବାଧିକ 3ଟି ଓ୍ବିକେଟ ଅକ୍ତିଆର କରିଥିଲେ ।

274ରନ୍‌ର ପିଛା କରୁଥିବା ଭାରତୀୟ ଦଳର ପ୍ରାରମ୍ଭିକ ଯୋଡି ବିଫଳ ହୋଇଥିବା ବେଳେ ଅଧିନାୟକ ବିରାଟ କୋହଲି ମଧ୍ୟ ବଡ ସ୍କୋର କରି ପାରିନଥିଲେ । ଗୋଟିଏ ପଟୁ ଶ୍ରେୟସ୍‌ ଆୟାର୍‌(52) ବ୍ୟାଟିଂ କରୁଥିବା ବେଳେ କେ ଏଲ୍‌ ରାହୁଲ, କେଦାର ଯାଦବ ଶସ୍ତାରେ ଆଉଟ ହୋଇଥିଲେ । ଦଳୀୟ ସ୍କୋର 129 ରହିଥିବା ବେଳେ ଷଷ୍ଠ ଓ୍ବିକେଟ୍‌ ଭାବରେ ଶ୍ରେୟସ୍‌ ଆୟାର ଆଉଟ ହେବା ପରେ ଭାରତର ପରାଜୟ ଏକ ପ୍ରକାର ନିଶ୍ଚିତ ହୋଇଥିଲା । ମାତ୍ର ରବୀନ୍ଦ୍ର ଜାଡେଜା(55) ତଳୁଆ ଅର୍ଡର ବ୍ୟାଟ୍ସମ୍ୟାନ୍‌ଙ୍କ ସହ ମିଶି ଇନିଂସ ଆଗକୁ ବଢାଇଥିଲେ । ଶାର୍ଦ୍ଦୁଲ ଠାକୁର(18)ଙ୍କ ସହିତ 24 ରନ୍‌ ଯୋଡିଥିଲେ । ନବ୍‌ଦୀପ୍‌ ସାଇନି(45)ଙ୍କ ସହିତ ଜାଡେଜା 76 ରନ୍‌ ଯୋଗ କରି ଦଳକୁ ବିଜୟର ନିକଟବର୍ତ୍ତୀ କରିଥିଲେ । ମାତ୍ର ସାଇନିଙ୍କ ପରେ ଚହଲ (12) ରନ୍‌ଆଉଟ ହୋଇଥିଲେ । ଜାଡେଜା ବାଉଣ୍ଡ୍ରି ମାରିବା ପ୍ରୟାସରେ ଆଉଟ ହେବା ସହିତ ଭାରତୀୟ ଇନିଂସର ସମାପ୍ତି ଘଟିଥିଲା । କାଇଲ୍‌ ଜେମିସନ୍‌ଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ଘୋଷଣା କରାଯାଇଥିଲା ।

Categories
ଆଜିର ଖବର ଖେଳ

ଆୟାରଙ୍କ ଦମ୍‌ଦାର ଶତକ : ନ୍ୟୁଜିଲ୍ୟାଣ୍ଡ ସମ୍ମୁଖରେ 348 ରନ୍‌ର ବିଜୟ ଲକ୍ଷ୍ୟ

ହାମିଲଟନ୍‌ : ଟି 20 ସିରିଜ୍‌ରେ ଚମତ୍କାର ପ୍ରଦର୍ଶନ ପରେ ଆଜି ଭାରତ ଦିନିକିଆ ସିରିଜ୍‌ରେ ମଧ୍ୟ ଚମତ୍କାର ପ୍ରଦର୍ଶନ କରିଛି । ମିଡିଲ ଅର୍ଡର ବ୍ୟାଟ୍ସମ୍ୟାନ୍‌ଙ୍କ ସଫଳତା କାରଣରୁ ଭାରତ ନିର୍ଦ୍ଧାରିତ ଓଭରରେ 4 ଓ୍ବିକେଟ୍‌ ହରାଇ347ରନ୍‌ ସଂଗ୍ରହ କରିଛି । ଭାରତ ପକ୍ଷରୁ ଶ୍ରେୟସ୍‌ ଆୟାର ଶତକ ଚମତ୍କାର ଶତକ ହାସଲ କରିଥିଲେ । ଆୟାର 107ଟି ବଲ୍‌ର ସମ୍ମୁଖୀନ ହୋଇ 103 ରନ୍‌ ସଂଗ୍ରହ କରିଥିଲେ । ଆୟାରଙ୍କ ଇନିଂସରେ 11ଟି ଚୌକା ଏବଂ ଗୋଟିଏ ଛକ୍କା ସାମିଲ ଥିଲା । ଦିନିକିଆରେ ଏହା ଆୟାରଙ୍କ ପ୍ରଥମ ଶତକ । ଅନ୍ୟମାନଙ୍କ କେ ଏଲ୍‌ ରାହୁଲ୍‌(88) ଏବଂ ବିରାଟ କୋହଲି(51) ମଧ୍ୟ ଅର୍ଦ୍ଧଶତକ ହାସଲ କରିଥିଲେ । ଭାରତ ପକ୍ଷରୁ ଏହି ମ୍ୟାଚ୍‌ରେ ଦୁଇ ଓପନର ପୃଥ୍ବୀ ଶ ଏବଂ ମୟଙ୍କ ଅଗ୍ରଓ୍ବାଲ ପଦାର୍ପଣ କରିଥିଲେ । ଉଭୟ ଭଲ ଆରମ୍ଭ ପାଇଥିଲେ ମଧ୍ୟ ଏହାକୁ ବଡ ସ୍କୋରରେ ରୂପାନ୍ତରିତ କରିବାରେ ବିଫଳ ହୋଇଥିଲେ । ମୟଙ୍କମ 32 ଏବଂ ଆୟାର 21 ରନ୍‌ ସଂଗ୍ରହ କରିଥିଲେ । ତୃତୀୟ ଓ୍ବିକେଟରେ ଅଧିନାୟକ ବିରାଟ କୋହଲିଙ୍କ ସହିତ ଆୟାର 102 ରନ୍‌ର ଭାଗିଦାରୀ କରିବା ପରେ କୋହଲି ଆଉଟ ହୋଇଥିଲେ । କୋହଲିଙ୍କ ଓ୍ବିକେଟର ପତନ ପରେ କ୍ରିଜ୍‌କୁ ଆସିଥିବା ରାହୁଲ୍‌ ଚମତ୍କାର ବ୍ୟାଟିଂ କରିଥିଲେ । 64 ବଲ୍‌ର ସମ୍ମୁଖୀନ ହୋଇ ଅପରାଜିତ 88 ରନ ସଂଗ୍ରହ କରିଥିବା ରାହୁଲ୍‌ ନିଜ ଇନିଂସରେ 6ଟି ଚୌକା ଏବଂ 3ଟି ଛକ୍କା ମାରିଥିଲେ । ଶେଷ ଭାଗରେ କେଦାର ଯାଦବ 15ବଲ୍‌ରୁ 26 ରନ୍‌ ସଂଗ୍ରହ କରିଥିଲେ । ନ୍ୟୁଜିଲ୍ୟାଣ୍ଡ ପକ୍ଷରୁ ଟିମ୍‌ ସାଉଦି 85 ରନବିନିମୟରେ 2ଟି ଓ୍ବିକେଟ ଅକ୍ତିଆର କରିଥିବା ବେଳେ ଡି ଗ୍ରାଣ୍ଡହୋମ ଏବଂ ଇଶ୍‌ ସୋଧୀ ଗୋଟିଏ ଲେଖାଏଁ ଓ୍ବିକେଟ୍‌ ଅକ୍ତିଆର କରିଥିଲେ । (ଏଜେନ୍ସି)

Categories
ଆଜିର ଖବର ଖେଳ

ଆଜି ଅନ୍ତିମ ଟି 20 : ହ୍ବାଇଟ୍‌ ଓ୍ବାସ୍‌ ଲକ୍ଷ୍ୟରେ ଭାରତ

ବେ ଓଭାଲ୍‌ : ଆଜି ବେ ଓଭାଲ୍‌ରେ ଅନୁଷ୍ଠିତ ହେବାକୁ ଯାଉଛି ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ଟି 20 ଶୃଙ୍ଖଳାର ଅନ୍ତିମ ମ୍ୟାଚ୍‌ । ଏହି ମ୍ୟାଚ୍‌ରେ ବିଜୟୀ ହୋଇ ଭାରତ ଶୃଙ୍ଖଳା ହ୍ବାଇଟ୍‌ଓ୍ବାସ୍‌ର ଲକ୍ଷ୍ୟ ରଖିଥିବା ନ୍ୟୁଜିଲ୍ୟାଣ୍ଡ ନିଜର ସମ୍ମାନ ବଞ୍ଚାଇବାର ଚେଷ୍ଟା କରିବ । ଅନ୍ତିମ ଦୁଇ ମ୍ୟାଚ୍‌ ସୁପର ଓଭରକୁ ଯାଇଥିବାରୁ ଏହି ମ୍ୟାଚ୍‌ ମଧ୍ୟ ରୋମାଞ୍ଚକର ରହିବା ନେଇ ଆଶା କରାଯାଉଛି । ଏହି ମ୍ୟାଚ୍‌ ପାଇଁ ଭାରତ କୋହଲି ଏବଂ ରାହୁଲଙ୍କୁ ବିଶ୍ରାମ ଦେଇ ପାରେ । ସେହିପରି ନ୍ୟୁଜିଲ୍ୟାଣ୍ଡ ଅଧିନାୟକ କେନ୍‌ ଓ୍ବିଲିୟମ୍‌ସନ୍‌ ଏହି ମ୍ୟାଚ୍‌ରେ ପ୍ରତ୍ୟାବର୍ତ୍ତନ କରୁଥିବାରୁ ଡାରିଲ୍‌ ମିଚେଲ୍‌ଙ୍କୁ ବାହାରେ ବସିବାକୁ ପଡିବ ।

Categories
ଆଜିର ଖବର ଖେଳ

ଓ୍ବେଲିଙ୍ଗଟନ୍‌ ଟି20 : ନ୍ୟୁଜିଲ୍ୟାଣ୍ଡ ସମ୍ମୁଖରେ 166 ରନ୍‌ର ବିଜୟ ଲକ୍ଷ୍ୟ

ଓ୍ବେଲିଙ୍ଗଟନ୍‌ : ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଅନୁଷ୍ଠିତ ଟି 20 ଶୃଙ୍ଖଳାର ଚତୁର୍ଥ ମ୍ୟାଚ୍‌ରେ ଭାରତ 165 ରନ୍‌ ସଂଗ୍ରହ କରିଛି । ସିରିଜ୍‌ ବିଜୟୀ ହୋଇ ସାରିଥିବା ଭାରତୀୟ ଦଳ ଏହି ମ୍ୟାଚ୍‌ ନିମନ୍ତେ ରୋହିତ ଶର୍ମା ଏବଂ ରବୀନ୍ଦ୍ର ଜାଡେଜାଙ୍କ ସ୍ଥାନରେ ସଞ୍ଜୁ ସାମ୍‌ସନ୍‌ ଏବଂ ଓ୍ବାଶିଂଟନ୍‌ ସୁନ୍ଦରଙ୍କୁ ଖେଳାଇଥିଲା । ନିର୍ଭରଯୋଗ୍ୟ ଭାରତୀୟ ଟପ୍‌ ଅର୍ଡର ଏହି ମ୍ୟାଚ୍‌ରେ ଫେଲ୍‌ ମାରିଥିବା ବେଳେ ମନୀଷ ପାଣ୍ଡେଙ୍କ ଚମତ୍କାର 50 ରନ୍‌ ବଳରେ ଭାରତ ନିର୍ଦ୍ଧାରିତ ଓଭରରେ 165 ରନ୍‌ ସଂଗ୍ରହ କରିଥିଲା । ଚମତ୍କାର ଫର୍ମରେ ରହିଥିବା ଓପ୍‌ନର କେଏଲ୍‌ ରାହୁଲ୍‌ 26 ବଲ୍‌ରୁ 39 ରନ୍‌ ସଂଗ୍ରହ କରିଥିବା ବେଳେ ଶେଷ ଭାଗରେ ଶାର୍ଦ୍ଦୁଲ୍‌ ଠାକୁର 15 ବଲ୍‌ରୁ 20 ରନ୍‌ର ଉପଯୋଗୀ ଇନିଂସ ଖେଳିଥିଲେ । ଗୋଟିଏ ପଟୁ ଓ୍ବିକେଟ୍‌ ଖସି ଚାଲିଥିଲେ ମଧ୍ୟ ମନୀଷ ପାଣ୍ଡେ 36ଟି ବଲ୍‌ର ସମ୍ମୁଖୀନ ହୋଇ 3ଟି ଚୌକା ସହାୟତାରେ 50 ରନ୍‌ ସଂଗ୍ରହ କରିଥିଲେ । ନ୍ୟୁଜିଲ୍ୟାଣ୍ଡ ପକ୍ଷରୁ ଇଶ୍‌ ସୋଧୀ 26 ରନ୍‌ ବିନିମୟକରେ 3ଟି ଓ୍ବିକେଟ ଅକ୍ତିଆର କରିଥିବା ବେଳେ ହାମିସ ବେନଟ୍‌ ଦୁଇଟି ଓ୍ବିକେଟ୍‌ ଅକ୍ତିଆର କରିଥିଲେ । (ଏଜେନ୍ସୀ)

Categories
ଆଜିର ଖବର ଖେଳ

ହାମିଲ୍‌ଟ୍‌ନ୍‌ ଟି 20 : ନ୍ୟୁଜିଲ୍ୟାଣ୍ଡ ସମ୍ମୁଖରେ 180 ରନ୍‌ର ବିଜୟଲକ୍ଷ୍ୟ

ହାମିଲଟନ୍‌ : ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଅନୁଷ୍ଠିତ ଟି20 ଶୃଙ୍ଖଳାର ତୃତୀୟ ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ଭାରତ 179 ରନ୍‌ ସଂଗ୍ରହ କରିଛି । ସିରିଜରେ ଜୀବନ୍ତ ରହିବା ପାଇଁ କର ବା ମର ମ୍ୟାଚ୍‌ରେ ବିଜୟ ପାଇଁ ନ୍ୟୁଜିଲ୍ୟାଣ୍ଡକୁ 180 ରନ୍‌ ଆବଶ୍ୟକ । ଭାରତ ପକ୍ଷରୁ ରୋହିତ ଶର୍ମା ସର୍ବାଧିକ 65 ରନ୍‌ ସଂଗ୍ରହ କରିଥିବା ବେଳେ କୋହଲି 38 ରନ୍‌ ସଂଗ୍ରହ କରିଥିଲେ । ରୋହିତ 40ଟି ବଲ୍‌ର ସମ୍ମୁଖୀନ ହୋଇ 6ଟି ଚୌକା ଏବଂ 3ଟି ଛକ୍କା ସହାୟତାରେ 65 ରନ୍‌ ସଂଗ୍ରହ କରିଥିଲେ । କୋହଲି 27ଟି ବଲ୍‌ର ସମ୍ମୁଖୀନ ହୋଇ 2 ଚୌକା ଏବଂ 1 ଛକ୍କା ସହାୟତାରେ 38 ରନ୍‌ ସଂଗ୍ରହ କରିଥିଲା । ଦୁଇ ଓପନର ଓଭର ପିଛା 12 ରନ୍‌ ହାରରେ ରନ୍‌ ସଂଗ୍ରହ କରୁଥିବା ବେଳେ ଭାରତ 200 ରନ୍‌ ଅତିକ୍ରମ କରିବାର ଆଶା କରାଯାଉଥିଲା । ମାତ୍ର କ୍ରମାଗତ ଓ୍ବିକେଟ ପତନ ସହିତ ଦଳର ରନ୍‌ ହାର ଧୀମେଇ ଯାଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ କେ ଏଲ୍‌ ରାହୁଲ(27), ଶ୍ରେୟସ ଆୟାର(17) ଏବଂ ମନୀଷ ପାଣ୍ଡେ (14*)ର ଉପଯୋଗୀ ଇନିଂସ ଖେଳିଥିଲେ । ନ୍ୟୁଜିଲ୍ୟାଣ୍ଡ ପକ୍ଷରୁ ହାମିଶ ବେନେଟ୍‌ 54 ରନ୍‌ରେ 3ଟି ଓ୍ବିକେଟ୍‌ ଅକ୍ତିଆର କରିଥିବା ବେଳେ ଦୁଇ ସ୍ପିନର ଇସ୍‌ ସୋଧୀ ଏବଂ ମିଚେଲ ସାଣ୍ଟନର ଗୋଟିଏ ଲେଖାଏଁ ଓ୍ବିକେଟ୍‌ ଅକ୍ତିଆର କରିଥିଲେ । (ଏଜେନ୍ସୀ)

Categories
ଆଜିର ଖବର ଖେଳ

ହାମିଲ୍‌ଟ୍‌ନ୍‌ ଟି 20 : ଟସ୍‌ ଜିତି ନ୍ୟୁଜିଲ୍ୟାଣ୍ଡର ବୋଲିଂ ନିଷ୍ପତ୍ତି

ହାମିଲଟନ୍‌ : ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଅନୁଷ୍ଠିତ ଟି20 ଶୃଙ୍ଖଳାର ତୃତୀୟ ମ୍ୟାଚ୍‌ରେ ଟସ୍‌ ଜିତି ନ୍ୟୁଜିଲ୍ୟାଣ୍ଡ ପ୍ରଥମେ ବୋଲିଂର ନିଷ୍ପତ୍ତି ନେଇଛି । କର ବା ମର ମୁକାବିଲାରେ ତୃତୀୟ ଥର ପାଇଁ ଓ୍ବିଲିୟମ୍‌ସନ୍‌ ଟସ୍‌ ଜିତି ଥିବା ବେଳେ ବୋଲିଂର ନିଷ୍ପତ୍ତି ନେଇଛନ୍ତି । ଭାରତ ପକ୍ଷରୁ ଚୂଡାନ୍ତ ଏକାଦଶରେ କୌଣସି ପରିବର୍ତ୍ତନ କରାଯାଇନଥିବା ବେଳେ ନ୍ୟୁଜିଲ୍ୟାଣ୍ଡ ପକ୍ଷରୁ ବ୍ଲେୟାର ଟିକ୍‌ନରଙ୍କ ସ୍ଥାନରେ ସ୍କଟ୍‌ କ୍ଲୁଗେଜିନ୍‌ଙ୍କୁ ଖେଳାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ପ୍ରଥମ ଦୁଇ ଟି20ରେ ବିଜୟୀ ହୋଇ ଭାରତ 2-0ରେ ଅଗ୍ରଣୀ ରହିଛି । ସିରିଜ୍‌ରେ ଜୀବନ୍ତ ରହିବା ପାଇଁ ଏହି ମ୍ୟାଚ୍‌ରେ ବିଜୟୀ ହେବା ନ୍ୟୁଜିଲ୍ୟାଣ୍ଡ ପାଇଁ ଗୁରୁତ୍ବପୂର୍ଣ୍ଣ ହୋଇପଡିଛି । (ଏଜେନ୍ସୀ)

Categories
ଆଜିର ଖବର ଖେଳ ଜାତୀୟ ଖବର

ଇଡେନ୍‌ ପାର୍କର ଦ୍ବିତୀୟ ଟି ଟ୍ବେଣ୍ଟି ମ୍ୟାଚ୍‌ରେ ଟସ୍‌ ଜିତି ବ୍ୟାଟିଂର ନିଷ୍ପତ୍ତି ନେଲା ନ୍ୟୁଜିଲାଣ୍ଡ୍‌

ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ 5 ମ୍ୟାଚ୍‌ ବିଶିଷ୍ଟ ଟି-20 ଶୃଙ୍ଖଳର ଦ୍ବିତୀୟ ମ୍ୟାଚ୍‌ ଆଜି ଅକ୍‌ଲାଣ୍ଡ୍‌ର ଇଡେନ୍‌ ପାର୍କଠାରେ ଅନୁଷ୍ଠିତ ହେଉଛି। ଟସ୍‌ ଜିତି ନ୍ୟୁଜିଲାଣ୍ଡ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି ଅଧିନାୟକ କେନ୍‌ ଓ୍ବିଲିୟମସ୍‌। ତେବେ ଭାରତ ଓ ନ୍ୟୁଜିଲାଣ୍ଡର ଦୁଇ ଅଧିନାୟକ ଚଳିତ ମ୍ୟାଚ୍‌ରେ କୌଣସି ଖେଳାଳିଙ୍କ ପରିବର୍ତ୍ତନ କରିନାହାନ୍ତି। ଭାରତର ନ୍ୟୁଜିଲାଣ୍ଡ ଗସ୍ତ ବେଶ୍‌ ଭଲ ରହିଛି। ପ୍ରଥମ ଟି-20 ମ୍ୟାଚ୍‌ରେ ଭାରତ ବିଜୟ ସହିତ ନିଜର ଯାତ୍ରା ଜାରି ରଖିଛି। ପୂର୍ବ ମ୍ୟାଚ୍‌ ପରି ଚଳିତ ମ୍ୟାଚ୍‌ରେ ମଧ୍ୟ ପୁଣି ଥରେ ଏକ ବଡ ସ୍କୋର ଦେଖିବା ନେଇ ପ୍ରଶଂସକ ଉତ୍ସାହିତ ରହିଛନ୍ତି।

ନ୍ୟୁଜିଲାଣ୍ଡରେ ଭାରତୀୟ ଦଳର ରେକର୍ଡ (ଟି 20 ଇଣ୍ଟରନ୍ୟାସନାଲ୍‌ ସିରିଜ)

  1. ଭାରତ ବନାମ ନ୍ୟୁଜିଲାଣ୍ଡ – ଦୁଇ ମ୍ୟାଚ୍‌ର ଟି-20 ଇଣ୍ଟରନ୍ୟାସନାଲ ସିରିଜ (2008-09) ନ୍ୟୁଜିଲାଣ୍ଡ 2-0ରେ ବାଜିମାତ୍ କରିଥିଲା ।
  2. ଭାରତ ବନାମ ନ୍ୟୁଜିଲାଣ୍ଡ – ତିନି ଟିକିଆ ମ୍ୟାଚ୍‌ର ଟି-20 ଇଣ୍ଟରନ୍ୟାସନାଲ ସିରିଜ (2018-19) ନ୍ୟୁଜିଲାଣ୍ଡ 2-1ରେ ବାଜିମାତ୍ କରିଥିଲା।

ନ୍ୟୁଜିଲାଣ୍ଡ୍‌ ମାଟିରେ ଭାରତ କେବଳ ଦୁଇଟି ଟି -20 ଇଣ୍ଟରନ୍ୟାସନାଲ୍‌ ମ୍ୟାଚ୍‌ ଜିତିଥିବାବେଳେ ଚାରିଟି ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ୍ ଭାରତୀୟ ଦଳକୁ ପରାସ୍ତ କରିଛି।