ଆୟାରଙ୍କ ଦମ୍‌ଦାର ଶତକ : ନ୍ୟୁଜିଲ୍ୟାଣ୍ଡ ସମ୍ମୁଖରେ 348 ରନ୍‌ର ବିଜୟ ଲକ୍ଷ୍ୟ

Published: Feb 5, 2020, 11:28 am IST

ହାମିଲଟନ୍‌ : ଟି 20 ସିରିଜ୍‌ରେ ଚମତ୍କାର ପ୍ରଦର୍ଶନ ପରେ ଆଜି ଭାରତ ଦିନିକିଆ ସିରିଜ୍‌ରେ ମଧ୍ୟ ଚମତ୍କାର ପ୍ରଦର୍ଶନ କରିଛି । ମିଡିଲ ଅର୍ଡର ବ୍ୟାଟ୍ସମ୍ୟାନ୍‌ଙ୍କ ସଫଳତା କାରଣରୁ ଭାରତ ନିର୍ଦ୍ଧାରିତ ଓଭରରେ 4 ଓ୍ବିକେଟ୍‌ ହରାଇ347ରନ୍‌ ସଂଗ୍ରହ କରିଛି । ଭାରତ ପକ୍ଷରୁ ଶ୍ରେୟସ୍‌ ଆୟାର ଶତକ ଚମତ୍କାର ଶତକ ହାସଲ କରିଥିଲେ । ଆୟାର 107ଟି ବଲ୍‌ର ସମ୍ମୁଖୀନ ହୋଇ 103 ରନ୍‌ ସଂଗ୍ରହ କରିଥିଲେ । ଆୟାରଙ୍କ ଇନିଂସରେ 11ଟି ଚୌକା ଏବଂ ଗୋଟିଏ ଛକ୍କା ସାମିଲ ଥିଲା । ଦିନିକିଆରେ ଏହା ଆୟାରଙ୍କ ପ୍ରଥମ ଶତକ । ଅନ୍ୟମାନଙ୍କ କେ ଏଲ୍‌ ରାହୁଲ୍‌(88) ଏବଂ ବିରାଟ କୋହଲି(51) ମଧ୍ୟ ଅର୍ଦ୍ଧଶତକ ହାସଲ କରିଥିଲେ । ଭାରତ ପକ୍ଷରୁ ଏହି ମ୍ୟାଚ୍‌ରେ ଦୁଇ ଓପନର ପୃଥ୍ବୀ ଶ ଏବଂ ମୟଙ୍କ ଅଗ୍ରଓ୍ବାଲ ପଦାର୍ପଣ କରିଥିଲେ । ଉଭୟ ଭଲ ଆରମ୍ଭ ପାଇଥିଲେ ମଧ୍ୟ ଏହାକୁ ବଡ ସ୍କୋରରେ ରୂପାନ୍ତରିତ କରିବାରେ ବିଫଳ ହୋଇଥିଲେ । ମୟଙ୍କମ 32 ଏବଂ ଆୟାର 21 ରନ୍‌ ସଂଗ୍ରହ କରିଥିଲେ । ତୃତୀୟ ଓ୍ବିକେଟରେ ଅଧିନାୟକ ବିରାଟ କୋହଲିଙ୍କ ସହିତ ଆୟାର 102 ରନ୍‌ର ଭାଗିଦାରୀ କରିବା ପରେ କୋହଲି ଆଉଟ ହୋଇଥିଲେ । କୋହଲିଙ୍କ ଓ୍ବିକେଟର ପତନ ପରେ କ୍ରିଜ୍‌କୁ ଆସିଥିବା ରାହୁଲ୍‌ ଚମତ୍କାର ବ୍ୟାଟିଂ କରିଥିଲେ । 64 ବଲ୍‌ର ସମ୍ମୁଖୀନ ହୋଇ ଅପରାଜିତ 88 ରନ ସଂଗ୍ରହ କରିଥିବା ରାହୁଲ୍‌ ନିଜ ଇନିଂସରେ 6ଟି ଚୌକା ଏବଂ 3ଟି ଛକ୍କା ମାରିଥିଲେ । ଶେଷ ଭାଗରେ କେଦାର ଯାଦବ 15ବଲ୍‌ରୁ 26 ରନ୍‌ ସଂଗ୍ରହ କରିଥିଲେ । ନ୍ୟୁଜିଲ୍ୟାଣ୍ଡ ପକ୍ଷରୁ ଟିମ୍‌ ସାଉଦି 85 ରନବିନିମୟରେ 2ଟି ଓ୍ବିକେଟ ଅକ୍ତିଆର କରିଥିବା ବେଳେ ଡି ଗ୍ରାଣ୍ଡହୋମ ଏବଂ ଇଶ୍‌ ସୋଧୀ ଗୋଟିଏ ଲେଖାଏଁ ଓ୍ବିକେଟ୍‌ ଅକ୍ତିଆର କରିଥିଲେ । (ଏଜେନ୍ସି)

Related posts