Categories
ଆଜିର ଖବର ଖେଳ ଜାତୀୟ ଖବର

କ୍ରୀଡା ସହିତ ବର୍ଣ୍ଣବୈଷମ୍ୟବାଦର କୌଣସି ସମ୍ପର୍କ ନାହିଁ : ରାହୁଲ୍‌

ବେଙ୍ଗାଲୁରୁ : ଆମେରିକାର ଜର୍ଜ ଫ୍ଲୟେଡ୍‌ ହତ୍ୟାକୁ ନେଇ ନିଜ ମତାମତ ରଖିଛନ୍ତି ଭାରତୀୟ କ୍ରିକେଟର କେ ଏଲ୍‌ ରାହୁଲ୍‌ । ଏହି ଘଟଣାକୁ ନେଇ ଆମେରିକାରେ ହିଂସା ଦେଖାଦେଇଥିବା ସମ୍ପୂର୍ଣ୍ଣ ବିଶ୍ବ ଏହାକୁ ନେଇ ପ୍ରତିକ୍ରିୟାଶୀଳ ହୋଇଛି । ଟ୍ବିଟ୍ଟରରେ ବ୍ଲାକ୍‌ ଲାଇଭ୍‌ସ ମ୍ୟାଟର ଟ୍ରେଣ୍ଡରେ ମଧ୍ୟ ରହିଛି । ନିଜର ଇନ୍‌ଷ୍ଟାଗ୍ରାମ୍‌ ପେଜ୍‌ରେ ରାହୁଲ୍‌ ଏକ ମେସେଜ୍‌ ସେୟାର କରିଛନ୍ତି ।

କ୍ରୀଡା ସର୍ବଦା କଳା ଗୋରା ଭେଦଭାବରୁ ବାଦ୍‌ ରହିଛି । ବର୍ଣ୍ଣ ବୈଷମ୍ୟବାଦ ନୁହେଁ ଦକ୍ଷତା କାରଣରୁ ହିଁ କ୍ରୀଡାବିତ୍‌ଙ୍କୁ ସୁଯୋଗ ମିଳିଥାଏ ବୋଲି ରାହୁଲ ମତ ଦେଇଛନ୍ତି । କ୍ରୀଡା ଦ୍ବାରା ସମସ୍ତେ ଶାରିରୀକ ଏବଂ ମାନସିକ ଶାନ୍ତି ହାସଲ କରିଥାନ୍ତି । ଏହା ସହିତ କ୍ରୀଡା ସମସ୍ତ ଜାତି, ଧର୍ମ ଏବଂ ସଂସ୍କୃତିକୁ ସମାନ ସୁଯୋଗ ପ୍ରଦାନ କରିଥାଏ । କ୍ରିକେଟ୍‌ର 22 ଗଜ୍‌ ପିଚ୍‌ ମଧ୍ୟରେ କୌଣସି ରଙ୍ଗକୁ ପ୍ରାଧାନ୍ୟ ଦିଆଯାଇନଥାଏ ବୋଲି ରାହୁଲ୍‌ ଲେଖିଛନ୍ତି । ରାହୁଲଙ୍କ ଏହି ପୋଷ୍ଟ ପରେ ଏହାକୁ ସୋସିଆଲ୍‌ ମିଡିଆରେ ପ୍ରଶଂସା କରାଯାଇଛି । (ଏଜେନ୍ସି)

Categories
ଆଜିର ଖବର ଖେଳ

ବ୍ୟାଟ୍‌ ଏବଂ ଅନ୍ୟାନ୍ୟ ସାମଗ୍ରୀ ନିଲାମ କରିବେ ଏହି ଭାରତୀୟ କ୍ରିକେଟର

ବେଙ୍ଗାଲୁରୁ : ଭାରତୀୟ ଦିନିକିଆ ଏବଂ ଟି 20 ଦଳର ନିୟମିତ ସଦସ୍ୟ କେ ଏଲ୍‌ ରାହୁଲ୍‌ ନିଜର ବ୍ୟାଟ୍‌ ଏବଂ ଅନ୍ୟାନ୍ୟ ସାମଗ୍ରୀ ନିଲାମ କରିବାର ନିଷ୍ପତ୍ତି ନେଇଛନ୍ତି ଏହି ନିଲାମରୁ ସଂଗୃହୀତ ଅର୍ଥ ଆଓ୍ବାର ଫାଉଣ୍ଡେସନ୍‌ ପ୍ରଦାନ କରାଯିବ । ରାହୁଲ ଏବଂ ତାଙ୍କ ବ୍ରାଣ୍ଡ ଗଲ୍ଲୀ ମିଳିତ ଭାବରେ ଏହି ନିଲାମରେ ଅଂଶଗ୍ରହଣ କରୁଛନ୍ତି । ରାହୁଲ୍ 2019 ବିଶ୍ବକପ୍‌ରେ ବ୍ୟବହାର କରିଥିବା ବ୍ୟାଟ ଦାନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଗତକାଲି ନିଜର 28 ତମ ଜନ୍ମଦିନ ପାଳନ କରିଥିବା ରାହୁଲ କ୍ରିକେଟ୍‌ ବ୍ୟାଟ ବ୍ୟତିତ ପ୍ୟାଡ୍‌, ଗ୍ଲୋଭ୍‌ସ୍‌, ଏବଂ ନିଜର ଜର୍ସି ପ୍ରଦାନ କରିବାର ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ ଆଓ୍ବାର ଫାଉଣ୍ଡେସନ୍‌ ଅବହେଳିତ ଶିଶୁଙ୍କ ଯତ୍ନ ନେବା ଦିଗରେ କାର୍ଯ୍ୟ କରୁଥିବା ଏକ ଏନ୍‌ଜିଓ । (ଏଜେନ୍ସି)

Categories
ଆଜିର ଖବର ଖେଳ ମନୋରଂଜନ

କେ ଏଲ୍‌ ରାହୁଲ୍‌ଙ୍କ ଜନ୍ମଦିନରେ ପ୍ରେମ ସମ୍ପର୍କକୁ ସ୍ବୀକାର କଲେ ଆଥିୟା

ମୁମ୍ବାଇ : ଭାରତୀୟ କ୍ରିକେଟର କେ ଏଲ୍‌ ରାହୁଲ୍‌ଙ୍କ ଜନ୍ମଦିନରେ ଉଭୟଙ୍କ ପ୍ରେମ ସମ୍ପର୍କକୁ ସ୍ବୀକାର କରିଛନ୍ତି ବଲିଉଡ୍‌ ଅଭିନେତ୍ରୀ ଆଥିୟା ସେଟ୍ଟୀ । ଶନିବାର ରାହୁଲଙ୍କ 28 ତମ ଜନ୍ମ ଦିବସରେ ଆଥିୟା ଇନ୍‌ଷ୍ଟାଗ୍ରାମ ଜରିଆରେ ନିଜର ପ୍ରେମକୁ ସ୍ବୀକାର କରିଛନ୍ତି । ପୂର୍ବରୁ ଉଭୟଙ୍କ ପ୍ରେମ ସମ୍ପର୍କକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଉଭୟ ଏହାକୁ ଅସ୍ବୀକାର କରି ଆସୁଥିଲେ । ଆଥିୟା ମାଇଁ ପର୍ସନ୍‌ ବୋଲି ଲେଖିବା ସହିତ ଜନ୍ମଦିନର ଶୁଭେଚ୍ଛା ଜଣାଇବା ସହିତ ନିଜର ପ୍ରେମ ସମ୍ପର୍କକୁ ସ୍ବୀକାର କରିଥିଲେ । ଆଥିୟାଙ୍କ ବ୍ୟତିତ ଭାରତୀୟ ଟିମ୍‌ର ସଦସ୍ୟ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଶିଖର ଧଓ୍ବନ୍‌ ମଧ୍ୟ ରାହୁଲଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । (ଏଜେନ୍ସି)

Categories
ଆଜିର ଖବର ଖେଳ

ଟି 20 ରାଙ୍କିଙ୍ଗ ଦ୍ବିତୀୟ ସ୍ଥାନରେ ରାହୁଲ୍‌ : ଦଶମ ସ୍ଥାନକୁ ଖସିଲେ କୋହ୍‌ଲି

ନୂଆଦିଲ୍ଲୀ : ସୋମବାର ଆଇସିସି ପକ୍ଷରୁ ବିଶ୍ବ ଟି 20 ରାଙ୍କିଙ୍ଗ ପ୍ରକାଶ ପାଇଛି । ଭାରତୀୟ ବ୍ୟାଟ୍ସମ୍ୟାନ୍‌ କେ ଏଲ୍‌ ରାହୁଲ୍‌ ଏହି ତାଲିକାରେ ଦ୍ବିତୀୟ ସ୍ଥାନରେ ରହିଥିବା ବେଳେ ଭାରତୀୟ ଅଧିନାୟକ ବିରାଟ କୋହଲି ଦଶମ ସ୍ଥାନକୁ ଖସିଛନ୍ତି । ନ୍ୟୁଜିଲ୍ୟାଣ୍ଡ ବିପକ୍ଷ 5 ଟିକିଆ ଟି 20 ସିରିଜ୍‌ରେ ରାହୁଲ୍ 56 ଆଭରେଜ୍‌ରେ 224 ରନ୍‌ ସଂଗ୍ରହ କରିଥିଲେ । ବାବର ଆଜମ୍‌ ପୂର୍ବବତ୍‌ ଏକ ନମ୍ବର ସ୍ଥାନରେ ରହିଥିବା ବେଳେ ଆରୋନ୍‌ ଫିଞ୍ଚ ତୃତୀୟ ସ୍ଥାନରେ ରହିଛନ୍ତି । ନ୍ୟୁଜିଲ୍ୟାଣ୍ଡ ସିରିଜ୍‌ ପୂର୍ବରୁ ରାହୁଲ୍‌ 12 ତମ ସ୍ଥାନରେ ରହିଥିବା ବେଳେ ବେଳେ ଏହି ସିରିଜ୍‌ ପରେ ଦଶଟି ସ୍ଥାନ ଉପରକୁ ଉଠିଛନ୍ତି । ଅନ୍ୟତମ ଭାରତୀୟ ରୋହିତ ଶର୍ମା 9ମ ସ୍ଥାନରେ ରହିଛନ୍ତି । (ଏଜେନ୍ସି)

Categories
ଆଜିର ଖବର ଖେଳ

ଆୟାରଙ୍କ ଦମ୍‌ଦାର ଶତକ : ନ୍ୟୁଜିଲ୍ୟାଣ୍ଡ ସମ୍ମୁଖରେ 348 ରନ୍‌ର ବିଜୟ ଲକ୍ଷ୍ୟ

ହାମିଲଟନ୍‌ : ଟି 20 ସିରିଜ୍‌ରେ ଚମତ୍କାର ପ୍ରଦର୍ଶନ ପରେ ଆଜି ଭାରତ ଦିନିକିଆ ସିରିଜ୍‌ରେ ମଧ୍ୟ ଚମତ୍କାର ପ୍ରଦର୍ଶନ କରିଛି । ମିଡିଲ ଅର୍ଡର ବ୍ୟାଟ୍ସମ୍ୟାନ୍‌ଙ୍କ ସଫଳତା କାରଣରୁ ଭାରତ ନିର୍ଦ୍ଧାରିତ ଓଭରରେ 4 ଓ୍ବିକେଟ୍‌ ହରାଇ347ରନ୍‌ ସଂଗ୍ରହ କରିଛି । ଭାରତ ପକ୍ଷରୁ ଶ୍ରେୟସ୍‌ ଆୟାର ଶତକ ଚମତ୍କାର ଶତକ ହାସଲ କରିଥିଲେ । ଆୟାର 107ଟି ବଲ୍‌ର ସମ୍ମୁଖୀନ ହୋଇ 103 ରନ୍‌ ସଂଗ୍ରହ କରିଥିଲେ । ଆୟାରଙ୍କ ଇନିଂସରେ 11ଟି ଚୌକା ଏବଂ ଗୋଟିଏ ଛକ୍କା ସାମିଲ ଥିଲା । ଦିନିକିଆରେ ଏହା ଆୟାରଙ୍କ ପ୍ରଥମ ଶତକ । ଅନ୍ୟମାନଙ୍କ କେ ଏଲ୍‌ ରାହୁଲ୍‌(88) ଏବଂ ବିରାଟ କୋହଲି(51) ମଧ୍ୟ ଅର୍ଦ୍ଧଶତକ ହାସଲ କରିଥିଲେ । ଭାରତ ପକ୍ଷରୁ ଏହି ମ୍ୟାଚ୍‌ରେ ଦୁଇ ଓପନର ପୃଥ୍ବୀ ଶ ଏବଂ ମୟଙ୍କ ଅଗ୍ରଓ୍ବାଲ ପଦାର୍ପଣ କରିଥିଲେ । ଉଭୟ ଭଲ ଆରମ୍ଭ ପାଇଥିଲେ ମଧ୍ୟ ଏହାକୁ ବଡ ସ୍କୋରରେ ରୂପାନ୍ତରିତ କରିବାରେ ବିଫଳ ହୋଇଥିଲେ । ମୟଙ୍କମ 32 ଏବଂ ଆୟାର 21 ରନ୍‌ ସଂଗ୍ରହ କରିଥିଲେ । ତୃତୀୟ ଓ୍ବିକେଟରେ ଅଧିନାୟକ ବିରାଟ କୋହଲିଙ୍କ ସହିତ ଆୟାର 102 ରନ୍‌ର ଭାଗିଦାରୀ କରିବା ପରେ କୋହଲି ଆଉଟ ହୋଇଥିଲେ । କୋହଲିଙ୍କ ଓ୍ବିକେଟର ପତନ ପରେ କ୍ରିଜ୍‌କୁ ଆସିଥିବା ରାହୁଲ୍‌ ଚମତ୍କାର ବ୍ୟାଟିଂ କରିଥିଲେ । 64 ବଲ୍‌ର ସମ୍ମୁଖୀନ ହୋଇ ଅପରାଜିତ 88 ରନ ସଂଗ୍ରହ କରିଥିବା ରାହୁଲ୍‌ ନିଜ ଇନିଂସରେ 6ଟି ଚୌକା ଏବଂ 3ଟି ଛକ୍କା ମାରିଥିଲେ । ଶେଷ ଭାଗରେ କେଦାର ଯାଦବ 15ବଲ୍‌ରୁ 26 ରନ୍‌ ସଂଗ୍ରହ କରିଥିଲେ । ନ୍ୟୁଜିଲ୍ୟାଣ୍ଡ ପକ୍ଷରୁ ଟିମ୍‌ ସାଉଦି 85 ରନବିନିମୟରେ 2ଟି ଓ୍ବିକେଟ ଅକ୍ତିଆର କରିଥିବା ବେଳେ ଡି ଗ୍ରାଣ୍ଡହୋମ ଏବଂ ଇଶ୍‌ ସୋଧୀ ଗୋଟିଏ ଲେଖାଏଁ ଓ୍ବିକେଟ୍‌ ଅକ୍ତିଆର କରିଥିଲେ । (ଏଜେନ୍ସି)

Categories
ଆଜିର ଖବର ଖେଳ

ଅନ୍ତିମ ଟି 20ରେ ନ୍ୟୁଜିଲ୍ୟାଣ୍ଡ ସମ୍ମୁଖରେ 163 ରନ୍‌ର ବିଜୟ ଲକ୍ଷ୍ୟ

ବେ ଓଭାଲ : ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଅନୁଷ୍ଠିତ ଟି 20 ଶୃଙ୍ଖମଳାର ନିର୍ଣ୍ଣାୟକ ମୁକାବିଲାରେ ନ୍ୟୁଜିଲ୍ୟାଣ୍ଡ ସମ୍ମୁଖରେ 163 ରନ୍‌ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି ଭାରତ । ଓପନିଂ କରୁଥିବା ସାମସନ୍‌-ରାହୁଲ କ୍ରିଜ୍‌ରେ ବେଶୀ ସମୟ ତିଷ୍ଠି ପାରିନଥିଲେ । ସାମସନ୍‌ ମାତ୍ର 2 ରନ୍‌ କରି ନିଜର ଓ୍ବିକେଟ୍‌ ଫୋପାଡିଥିବା ବେଳେ ତୃତୀୟ ଓ୍ବିକେଟ୍‌ରେ ରାହୁଲ୍‌ ଏବଂ ରୋହିତ 88 ରନ୍‌ ଯୋଡିଥିଲେ । ରାହୁଲ୍‌ ନିଜର ଚମତ୍କାର ଫର୍ମ ବଜାୟ ରଖି 33ଟି ବଲ୍‌ରୁ 45 ରନ୍‌ ସଂଗ୍ରହ କରିଥିଲେ । ଏହା ମଧ୍ୟରେ 4ଟି ଚୌକା ଏବଂ 2ଟି ଛକ୍କା ସାମିଲ ଥିଲା । ଅଧିନାୟକ ରୋହିତ ଶର୍ମା 41 ବଲ୍‌ରୁ 60 ରନ୍‌ ସଂଗ୍ରହ କରିଥିଲେ । ନିଜ ଇନିଂସରେ ରୋହିତ 3ଟି ଲେଖାଏଁ ଛକ୍କା ଏବଂ ଚୌକା ମାରିଥିଲେ । ବିପଜ୍ଜନକ ପାଲଟି ଆସୁଥିବା ବେଳେ ଆହତ ହୋଇ ରୋହିତ ଶର୍ମା ପ୍ୟାଭିଲିୟନ୍‌ ଫେରିବାରୁ ଭାରତର ରନ୍‌ହାର ଧୀମେଇ ଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଶ୍ରେୟସ୍‌ ଆୟାର 31ଟି ବଲ୍‌ର ସମ୍ମୁଖୀନ ହୋଇ 1 ଚୌକା ଏବଂ 2ଟି ଛକ୍କା ସହାୟତାରେ 33 ରନ୍‌ ସଂଗ୍ରହ କରିଥିଲେ । ନ୍ୟୁଜିଲ୍ୟାଣ୍ଡ ପକ୍ଷରୁ କୁଗଲେଇନ୍‌ 2ଟି ଏବଂ ହାମିଶ ବେନେଟ୍‌ ଗୋଟିଏ ଓ୍ବିକେଟ୍‌ ଅକ୍ତିଆର କରିଥିଲେ । (ଏଜେନ୍ସୀ)

Categories
ଆଜିର ଖବର ଖେଳ ଜାତୀୟ ଖବର

ପୁଣି ଦମ୍‌ ଦେଖାଇଲେ ରାହୁଲ୍‌ ଓ ଆୟର୍‌: ବିଜୟ ସହ ସିରିଜ ୨-୦ରେ ଭାରତ ଆଗୁଆ

ଅକ୍‌ଲାଣ୍ଡ: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ ଟି-ଟ୍ବେଣ୍ଟି ଶୃଙ୍ଖଳର ଦ୍ବିତୀୟ ମ୍ୟାଚ୍‌ରେ ପୁଣିଥରେ ବିରାଟ ବାହିନୀ ବାଜିମାତ୍‌ କରିଛି। ପୂର୍ବ ମ୍ୟାଚ୍‌ର ହିରୋ ସାଜିଥିବା ଦୁଇ ବ୍ୟାଟ୍ସମ୍ୟାନ୍‌ କେ.ଏଲ୍‌ ରାହୁଲ୍‌ ଓ ଶ୍ରେୟସ୍‌ ଆୟାର୍‌ ପୁଣି ଥରେ ଭାରତକୁ ସହଜ ବିଜୟ ଦେଇଛନ୍ତି। ଟସ୍‌ ଜିତି ନ୍ୟୁଜିଲାଣ୍ଡ୍‌ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇ ଭାରତୀୟ ଦଳଙ୍କ ଆଗରେ ୧୩୩ ରନ୍‌ର ଟାର୍ଗେଟ ରଖିଥିଲା। ଭାରତୀୟ ଦଳ ନିର୍ଦ୍ଧାରିତ ୧୭.୩ ଓଭରରେ ୩ଟି ଓ୍ବିକେଟ୍‌  ହରାଇ ୧୩୫ ରନ୍‌ କରି ବିଜୟ ହାସଲ କରିଛି। ଏଥିସହିତ ଦଳ ୫ ମ୍ୟାଚ ବିଶିଷ୍ଠ ଟି -ଟ୍ବେଣ୍ଟି ଶୃଙ୍ଖଳରେ ୨-୦ରେ ଅଗ୍ରଣୀ ରହିଛି। ନ୍ୟୁଜିଲାଣ୍ଡ ପକ୍ଷରୁ ଗୁପ୍ତିଲ୍‌ ୨୦ ବଲ୍‌ରେ ୩୩ ରନ୍‌, ମୁନ୍‌ରୋ ୨୫ ବଲରେ ୨୬ ରନ୍‌, ସୈଫଟ୍‌ ୨୬ ବଲ୍‌ରେ ୩୩ ରନ୍‌ ସଂଗ୍ରହ କରିଥିବାବେଳେ ଭାରତ ପକ୍ଷରୁ କେଏଲ୍‌ ରାହୁଲ୍‌ ୫୦ ବଲ୍‌ରେ ଅପରାଜିତ ୫୭ ରନ କରିଥିବାବେଳେ ଶ୍ରେୟସ୍‌ ଆୟାର୍‌ ୩୩ ବଲ୍‌ରେ ୪୪ରନ୍‌ କରି ଭାରତକୁ ସହଜ ବିଜୟ ଦେଇଥିଲେ। ସେହିପରି ଭାରତ ପକ୍ଷରୁ ଜାଡେଜା ସର୍ବାଧିକ ୨ଟି ଓ୍ବିକେଟ୍‌ ନେଇଥିବାବେଳେ ଶିବମ୍‌ ଦୁବେ, ବୁମ୍‌ରାହ୍‌ ଓ ଶାର୍ଦ୍ଦୁଳ ଠାକୁର୍‌ ପ୍ରତ୍ୟେକ ଗୋଟିଏ ଲେଖାଏଁ ଓ୍ବିକେଟ୍‌ ନେଇଥିଲେ । (ଏଜେନ୍ସି)

 

Categories
ଆଜିର ଖବର

କିଙ୍ଗସ୍‌ ଇଲେଭେନ୍‌ର ଅଧିନାୟକତ୍ବ ପାଇଁ ରାହୁଲ ପ୍ରସ୍ତୁତ : କୁମ୍ବଲେ

ନୂଆଦିଲ୍ଲୀ,25/12 : ଭାରତୀୟ ଟପ୍‌ ଅର୍ଡର ବ୍ୟାଟ୍ସମ୍ୟାନ୍‌ କେ ଏଲ୍‌ ରାହୁଲ୍‌ ଆଇପିଏଲ୍‌ ଦଳ କିଙ୍ଗସ୍‌ ଏକାଦଶ ପଞ୍ଜାବର ଅଧିନାୟକତ୍ବ ପାଇଁ ପ୍ରସ୍ତୁତ ବୋଲି ଅନୀଲ୍‌ କୁମ୍ବଲେ ପ୍ରକାଶ କରିଛନ୍ତି । ତାମିଲନାଡୁ ଅଫ୍‌ସ୍ପିନର୍‌ ଆର. ଅଶ୍ବିନ୍‌ଙ୍କୁ ଦଳ ଦିଲ୍ଲୀ ସହିତ ଟ୍ରେଡ୍‌ କରିଥିବାରୁ ଅଧିନାୟକ ପଦ ଖାଲି ରହିଥିଲା । ରାହୁଲ ଅଧିନାୟକ ପଦ ପାଇଁ ପ୍ରସ୍ତୁତ ବୋଲି କିଙ୍ଗ୍ସ ଇଲେଭେନ୍‌ କୋଚ୍‌ ଅନୀଲ କୁମ୍ବଲେ ପ୍ରକାଶ କରିଛନ୍ତି । ଭାରତୀୟ ଟି20 ଏବଂ ଦିନିକିଆ ଦଳର ନିୟମିତ ସଦସ୍ୟ ରହିଥିବା ରାହୁଲ ଦୀର୍ଘଦିନ ହେବ କ୍ରିକେଟ ଖେଳୁଛନ୍ତି ଏବଂ ଅନ୍ତର୍ଜାତୀୟ କ୍ରିକେଟରେ ରହିଛନ୍ତି । ନେତୃତ୍ବ ନେବାର ଦକ୍ଷତା ରାହୁଲଙ୍କ ନିକଟରେ ରହିଥିବାରୁ ସେ ଦଳକୁ ସଠିକ୍‌ ଦିଗରେ ନେଇ ପାରିବେ ଏବଂ ଅଧିନାୟକତ୍ବ ରାହୁଲଙ୍କ ପ୍ରଦର୍ଶନକୁ ପ୍ରଭାବିତ କରିବ ନାହିଁ ବୋଲି କୁମ୍ବଲେ କହିଛନ୍ତି । (ଏଜେନ୍ସୀ)