କିଙ୍ଗସ୍‌ ଇଲେଭେନ୍‌ର ଅଧିନାୟକତ୍ବ ପାଇଁ ରାହୁଲ ପ୍ରସ୍ତୁତ : କୁମ୍ବଲେ

Published: Dec 25, 2019, 3:18 pm IST

ନୂଆଦିଲ୍ଲୀ,25/12 : ଭାରତୀୟ ଟପ୍‌ ଅର୍ଡର ବ୍ୟାଟ୍ସମ୍ୟାନ୍‌ କେ ଏଲ୍‌ ରାହୁଲ୍‌ ଆଇପିଏଲ୍‌ ଦଳ କିଙ୍ଗସ୍‌ ଏକାଦଶ ପଞ୍ଜାବର ଅଧିନାୟକତ୍ବ ପାଇଁ ପ୍ରସ୍ତୁତ ବୋଲି ଅନୀଲ୍‌ କୁମ୍ବଲେ ପ୍ରକାଶ କରିଛନ୍ତି । ତାମିଲନାଡୁ ଅଫ୍‌ସ୍ପିନର୍‌ ଆର. ଅଶ୍ବିନ୍‌ଙ୍କୁ ଦଳ ଦିଲ୍ଲୀ ସହିତ ଟ୍ରେଡ୍‌ କରିଥିବାରୁ ଅଧିନାୟକ ପଦ ଖାଲି ରହିଥିଲା । ରାହୁଲ ଅଧିନାୟକ ପଦ ପାଇଁ ପ୍ରସ୍ତୁତ ବୋଲି କିଙ୍ଗ୍ସ ଇଲେଭେନ୍‌ କୋଚ୍‌ ଅନୀଲ କୁମ୍ବଲେ ପ୍ରକାଶ କରିଛନ୍ତି । ଭାରତୀୟ ଟି20 ଏବଂ ଦିନିକିଆ ଦଳର ନିୟମିତ ସଦସ୍ୟ ରହିଥିବା ରାହୁଲ ଦୀର୍ଘଦିନ ହେବ କ୍ରିକେଟ ଖେଳୁଛନ୍ତି ଏବଂ ଅନ୍ତର୍ଜାତୀୟ କ୍ରିକେଟରେ ରହିଛନ୍ତି । ନେତୃତ୍ବ ନେବାର ଦକ୍ଷତା ରାହୁଲଙ୍କ ନିକଟରେ ରହିଥିବାରୁ ସେ ଦଳକୁ ସଠିକ୍‌ ଦିଗରେ ନେଇ ପାରିବେ ଏବଂ ଅଧିନାୟକତ୍ବ ରାହୁଲଙ୍କ ପ୍ରଦର୍ଶନକୁ ପ୍ରଭାବିତ କରିବ ନାହିଁ ବୋଲି କୁମ୍ବଲେ କହିଛନ୍ତି । (ଏଜେନ୍ସୀ)

Related posts