ପୁଣି ଦମ୍‌ ଦେଖାଇଲେ ରାହୁଲ୍‌ ଓ ଆୟର୍‌: ବିଜୟ ସହ ସିରିଜ ୨-୦ରେ ଭାରତ ଆଗୁଆ

Published: Jan 26, 2020, 3:32 pm IST

ଅକ୍‌ଲାଣ୍ଡ: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ ଟି-ଟ୍ବେଣ୍ଟି ଶୃଙ୍ଖଳର ଦ୍ବିତୀୟ ମ୍ୟାଚ୍‌ରେ ପୁଣିଥରେ ବିରାଟ ବାହିନୀ ବାଜିମାତ୍‌ କରିଛି। ପୂର୍ବ ମ୍ୟାଚ୍‌ର ହିରୋ ସାଜିଥିବା ଦୁଇ ବ୍ୟାଟ୍ସମ୍ୟାନ୍‌ କେ.ଏଲ୍‌ ରାହୁଲ୍‌ ଓ ଶ୍ରେୟସ୍‌ ଆୟାର୍‌ ପୁଣି ଥରେ ଭାରତକୁ ସହଜ ବିଜୟ ଦେଇଛନ୍ତି। ଟସ୍‌ ଜିତି ନ୍ୟୁଜିଲାଣ୍ଡ୍‌ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇ ଭାରତୀୟ ଦଳଙ୍କ ଆଗରେ ୧୩୩ ରନ୍‌ର ଟାର୍ଗେଟ ରଖିଥିଲା। ଭାରତୀୟ ଦଳ ନିର୍ଦ୍ଧାରିତ ୧୭.୩ ଓଭରରେ ୩ଟି ଓ୍ବିକେଟ୍‌  ହରାଇ ୧୩୫ ରନ୍‌ କରି ବିଜୟ ହାସଲ କରିଛି। ଏଥିସହିତ ଦଳ ୫ ମ୍ୟାଚ ବିଶିଷ୍ଠ ଟି -ଟ୍ବେଣ୍ଟି ଶୃଙ୍ଖଳରେ ୨-୦ରେ ଅଗ୍ରଣୀ ରହିଛି। ନ୍ୟୁଜିଲାଣ୍ଡ ପକ୍ଷରୁ ଗୁପ୍ତିଲ୍‌ ୨୦ ବଲ୍‌ରେ ୩୩ ରନ୍‌, ମୁନ୍‌ରୋ ୨୫ ବଲରେ ୨୬ ରନ୍‌, ସୈଫଟ୍‌ ୨୬ ବଲ୍‌ରେ ୩୩ ରନ୍‌ ସଂଗ୍ରହ କରିଥିବାବେଳେ ଭାରତ ପକ୍ଷରୁ କେଏଲ୍‌ ରାହୁଲ୍‌ ୫୦ ବଲ୍‌ରେ ଅପରାଜିତ ୫୭ ରନ କରିଥିବାବେଳେ ଶ୍ରେୟସ୍‌ ଆୟାର୍‌ ୩୩ ବଲ୍‌ରେ ୪୪ରନ୍‌ କରି ଭାରତକୁ ସହଜ ବିଜୟ ଦେଇଥିଲେ। ସେହିପରି ଭାରତ ପକ୍ଷରୁ ଜାଡେଜା ସର୍ବାଧିକ ୨ଟି ଓ୍ବିକେଟ୍‌ ନେଇଥିବାବେଳେ ଶିବମ୍‌ ଦୁବେ, ବୁମ୍‌ରାହ୍‌ ଓ ଶାର୍ଦ୍ଦୁଳ ଠାକୁର୍‌ ପ୍ରତ୍ୟେକ ଗୋଟିଏ ଲେଖାଏଁ ଓ୍ବିକେଟ୍‌ ନେଇଥିଲେ । (ଏଜେନ୍ସି)

 

Related posts