Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବର୍ଷାରୁ ବଞ୍ଚାଇଲା ଟିମ୍ ଇଣ୍ଡିଆର ଇଜ୍ଜତ: DLS ରେ ଜିତିଲା ଭାରତ
ଆଜିର ଖବର

ବର୍ଷାରୁ ବଞ୍ଚାଇଲା ଟିମ୍ ଇଣ୍ଡିଆର ଇଜ୍ଜତ: DLS ରେ ଜିତିଲା ଭାରତ

November 7, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବର୍ଷାରୁ ବଞ୍ଚାଇଲା ଟିମ୍ ଇଣ୍ଡିଆର ଇଜ୍ଜତ: DLS ରେ ଜିତିଲା ଭାରତ
ବର୍ଷାରୁ ବଞ୍ଚାଇଲା ଟିମ୍ ଇଣ୍ଡିଆର ଇଜ୍ଜତ: DLS ରେ ଜିତିଲା ଭାରତ

ନୂଆଦିଲ୍ଲୀ: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦ୍ୱିତୀୟ ଦିନିକିଆରେ ବର୍ଷା ହିଁ ଟିମ୍ ଇଣ୍ଡିଆର ଇଜ୍ଜତ୍ ବଞ୍ଚାଇଦେଇଛି। ୧୩୫ ରନ୍ ଟାର୍ଗେଟ୍ ପିଛା କରୁଥିବା ଭାରତ ୨୬ ଓଭରରେ ୭ ୱିକେଟ୍ ହରାଇ ୧୧୩ ରନ୍‌ରେ ଥିଲା ବେଳେ ବର୍ଷା ଆସିଥିଲା। DLS ନିୟମରେ ଭାରତ ୪ ରନ୍ ଆଗରେ ଥିବାରୁ ମ୍ୟାଚ ଜିତିଥିଲା।

ପ୍ରଥମେ ବର୍ଷା ଯୋଗୁଁ ମ୍ୟାଚ୍ ୪୭-୪୭ ଓଭରକୁ କମାଯାଇଥିଲା। ପ୍ରଥମେ ବ୍ୟାଟିଂ କରି ଘରୋଇ ନ୍ୟୁଜିଲ୍ୟାଣ୍ଡ ୪୧ ଓଭରରେ ମାତ୍ର ୧୩୪ ରନ୍‌ରେ ଅଲ୍‌ଆଉଟ୍ ହୋଇଗଲା। ଡାରିଲ୍ ମିଚେଲ୍ ୫ ଚୌକା ଓ ୨ ଛକା ସହ ୫୫ ରନ୍‌ର ସର୍ବାଧିକ ଇନିଂସ ଖେଳିଲେ। ଅଧିନାୟକ ମିଚେଲ୍ ସାଣ୍ଟନର୍ ୩୧ ରନ୍ କଲେ। ଆଉ କେହି ବ୍ୟାଟର୍ ୧୫ ରନ୍ ବି ଛୁଇଁ ପାରିଲେନି।

ଭାରତ ପାଇଁ ଗୁରନୂର୍ ବ୍ରାର୍ ୪ଟି ୱିକେଟ୍ ନେଇଥିଲେ। ଆକିବ୍ ନବି, ଅଂଶୁଲ୍ କମ୍ବୋଜ୍ ଓ ଅକ୍ସର ପଟେଲ୍ ୨ଟି ଲେଖାଏଁ ୱିକେଟ୍ ଅକ୍ତିଆର କରିଥିଲେ।

୧୩୫ ଚେଜ୍‌ରେ ଅଟକିଲା ନିଶ୍ୱାସ:

ଛୋଟ ଟାର୍ଗେଟ୍‌ରେ ବି ଟିମ୍ ଇଣ୍ଡିଆର ଅବସ୍ଥା ଖରାପ ଥିଲା। ଅଧିନାୟକ ଶୁଭମନ୍ ଗିଲ୍ (୦), ରୋହିତ ଶର୍ମା (୨୩) ଓ ବିରାଟ କୋହଲି (୦୭) ଫେଲ୍ ମାରିଥିଲେ। ୪୭ ରନ୍‌ରେ ୪ ୱିକେଟ୍ ପଡ଼ି ଯାଇଥିଲା।

ଏହା ପରେ କେଏଲ୍ ରାହୁଲ୍ (୨୬*) ଓ ଶ୍ରେୟସ୍ ଆୟାର୍ ୫ମ ୱିକେଟ୍ ପାଇଁ ୪୩ ବଲ୍‌ରେ ୩୯ ରନ୍ ଯୋଡ଼ି ଦଳକୁ କିଛି ସ୍ଥିରତା ଦେଲେ। ଆୟାର୍ ୪୬ ବଲ୍‌ରେ ୪ ଚୌକା ଓ ୧ ଛକା ସହ ୩୦ ରନ୍ କରି ଆଉଟ୍ ହେଲେ।

ଏହା ପରେ ନମନ୍ ଧୀରଙ୍କ ସହ ମିଶି ରାହୁଲ୍ ୨୮ ବଲ୍‌ରେ ୨୨ ରନ୍ ଯୋଡ଼ିଲେ। ୧୦୮ ରନ୍‌ ବେଳେ ନମନ୍ (୧୨) ଆଉଟ୍ ହେଲେ। ୧୧୧ ରନ୍‌ରେ ଅଂଶୁଲ୍ କମ୍ବୋଜ୍ (୦୧) ଆଉଟ୍ ହେଲେ। ଏହା ପରେ ରାହୁଲ୍ ଓ ଆକିବ୍ ନବି (୦୧*) ମିଶି ସ୍କୋର୍‌କୁ ୧୧୩ ପର୍ଯ୍ୟନ୍ତ ନେଲେ, ସେତିକି ବେଳେ ବର୍ଷା ଆସିଗଲା। ମ୍ୟାଚ୍ ଆଉ ଆରମ୍ଭ ହୋଇ ପାରିଲାନି।

ଭାରତକୁ ଜିତିବାକୁ ଆଉ ୨୨ ରନ୍ ଦରକାର ଥିଲା ଓ ୧୫ ଓଭର୍ ବାକି ଥିଲା। କିନ୍ତୁ DLS ରେ ଭାରତ ୪ ରନ୍ ଆଗରେ ଥିବାରୁ ୪ ରନ୍‌ରେ ବିଜୟୀ ଘୋଷିତ ହେଲା।

ନ୍ୟୁଜିଲ୍ୟାଣ୍ଡ ପାଇଁ କାଇଲ୍ ଜେମିସନ୍ ଓ ଜେକବ୍ ଡଫି ୩-୩ଟି ୱିକେଟ୍ ନେଇଥିଲେ।

ଏହି ବିଜୟ ସହ ଟିମ୍ ଇଣ୍ଡିଆ ସିରିଜ୍‌ରେ ୨-୦ ରେ ଆଗୁଆ ରହିଛି। ତୃତୀୟ ଦିନିକିଆ ମଙ୍ଗଳବାର ୧୦ ନଭେମ୍ବରରେ ଖେଳାଯିବ।

CricketNews DLS GurnoorBrar indvsnz KLrahul odi rain shreyasiyer teamindia
Share. Facebook Twitter LinkedIn Email WhatsApp Copy Link

Related Posts

ଶହେ ବର୍ଷରେ ଭାରତରତ୍ନ ଲାଲକୃଷ୍ଣ ଆଡଭାଣୀ !

November 7, 2026

‘ବିହାର NDA ରେ ସବୁ ଠିକ୍ ନାହିଁ’: RJD ଦାବିରେ ହଲଚଲ୍, ବିଜେପି କ’ଣ କହିଲା?

November 7, 2026

ବନ୍ୟାଞ୍ଚଳ ଗସ୍ତ କଲେ ବିରୋଧଦଳ ନେତା ନବୀନ ପଟ୍ଟନାୟକ

November 7, 2026

Jio New Recharge Plan: ଜିଓ ଆଣିଲା ନୂଆ ପ୍ଲାନ୍, ଥରେ ରିଚାର୍ଜ କଲେ ଚାଲିବ ତିନି ବର୍ଷ

November 7, 2026
Latest News

ଶହେ ବର୍ଷରେ ଭାରତରତ୍ନ ଲାଲକୃଷ୍ଣ ଆଡଭାଣୀ !

November 7, 2026

‘ବିହାର NDA ରେ ସବୁ ଠିକ୍ ନାହିଁ’: RJD ଦାବିରେ ହଲଚଲ୍, ବିଜେପି କ’ଣ କହିଲା?

November 7, 2026

ବର୍ଷାରୁ ବଞ୍ଚାଇଲା ଟିମ୍ ଇଣ୍ଡିଆର ଇଜ୍ଜତ: DLS ରେ ଜିତିଲା ଭାରତ

November 7, 2026

ବନ୍ୟାଞ୍ଚଳ ଗସ୍ତ କଲେ ବିରୋଧଦଳ ନେତା ନବୀନ ପଟ୍ଟନାୟକ

November 7, 2026

Jio New Recharge Plan: ଜିଓ ଆଣିଲା ନୂଆ ପ୍ଲାନ୍, ଥରେ ରିଚାର୍ଜ କଲେ ଚାଲିବ ତିନି ବର୍ଷ

November 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.