Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ଆସନ୍ତାକାଲି ବିଶ୍ବକପ୍ ଫାଇନାଲ, ବାଲୁକାକଳାରେ ବିରାଟ ଟ୍ରଫି କରି ଟିମ ଇଣ୍ଡିଆକୁ ଉତ୍ସାହିତ କଲେ ସୁଦର୍ଶନ

ଭୁବନେଶ୍ବର: ଆସନ୍ତାକାଲି ବହୁ ପ୍ରତିକ୍ଷିତ ବିଶ୍ବକପ ଫାଇନାଲ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ହେବ। ସେଥିପାଇଁ ସାରା ଭାରତ ବର୍ତ୍ତମାନ ଉତ୍ସବ ମୁଖର ହୋଇଉଠିଛି। ଟିମ ଇଣ୍ଡିଆ କିପରି ଏଥର ବିଶ୍ବ କପ ଆଣିବ ସେ ନେଇ ସମସ୍ତେ ପ୍ରାର୍ଥନା କରିବାରେ ଲାଗିଛନ୍ତି।

ଏହି ଅବସରରେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ଟିମ ଇଣ୍ଡିଆକୁ ଉତ୍ସାହିତ କରିବା ପାଇଁ ନିର୍ମାଣ କରିଛନ୍ତି ବାଲୁକା କଳା। ସେ ବିଶ୍ବକପର ଏକ ପ୍ରତିକୃତି ବାଲି ଏବଂ ଷ୍ଟିଲ ଗିନାରେ ନିର୍ମାଣ କରିଛନ୍ତି।

ପ୍ରାୟ 56 ଫୁଟ ଉଚ୍ଚତା ବିଶିଷ୍ଠ ଏହି ବାଲୁକା କଳାରେ ସେ 300 ଟି ଷ୍ଟିଲ ଗିନା ବ୍ୟବହାର କରିଛନ୍ତି। ଯାହା ବେଶ ଆକର୍ଷଣୀୟ ପାଲଟିଛି। ଏହି କଳାରେ ସେ ଗୁଡ ଲକ ଟିମ ଇଣ୍ଡିଆ ବୋଲି ଉଲ୍ଲେଖ କରିଛନ୍ତି। ବର୍ତ୍ତମାନ କାର୍ତ୍ତିକ ମାସରେ ପୁରୀ ବେଳାଭୂମି ଗହଳଚହଳ ଲାଗିଥିବା ବେଳେ ଏହି ବାଲୁକା କଳା ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି।

Categories
ଆଜିର ଖବର ଖେଳ ଜାତୀୟ ଖବର

ଏସିଆ କପ୍ ପାଇଁ ଟିମ୍ ଇଣ୍ଡିଆରେ ଏକ ବଡ଼ ଧରଣର ତ୍ରୁଟି, ଉଠିଲା ଗମ୍ଭୀର ପ୍ରଶ୍ନ

ନୂଆଦିଲ୍ଲୀ: ଭାରତୀୟ ଦଳର ବରିଷ୍ଠ ଚୟନ କମିଟି ଆସନ୍ତା ଅଗଷ୍ଟ ୨୧ ତାରିଖରେ ଏସିଆ କପ୍ ପାଇଁ ୧୭ ଜଣିଆ ଦଳ ଘୋଷଣା କରିଛି। ଦୀର୍ଘ ଦିନ ପରେ ଏହି ଦଳରେ ଅନେକ ଖେଳାଳିଙ୍କ ପ୍ରତ୍ୟାବର୍ତ୍ତନ ଦେଖିବାକୁ ମିଳିଛି, ଯେଉଁଥିରେ କେ.ଏଲ୍ ରାହୁଲ ଏବଂ ଶ୍ରେୟସ୍ ଆୟର ପ୍ରମୁଖ ଅଟନ୍ତି। ଏହା ବ୍ୟତୀତ ଏହିପରି କିଛି ଖେଳାଳିଙ୍କ ନାମ ମଧ୍ୟ ନିଖୋଜ ରହିଛି, ଯେଉଁଥିରେ ରବିଚନ୍ଦ୍ରନ ଅଶ୍ୱିନ ଏବଂ ୟୁଜବେନ୍ଦ୍ର ଚହଲଙ୍କ ନାମ ପ୍ରମୁଖ। ବର୍ତ୍ତମାନ ୧୯୮୩ ବିଶ୍ୱକପ ବିଜେତା ଦଳରେ ଥିବା ପୂର୍ବତନ ଖେଳାଳି ମଦନ ଲାଲ ଦଳ ଚୟନକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଏବଂ କିଛି ଗମ୍ଭୀର ପ୍ରଶ୍ନ ପଚାରିଛନ୍ତି।

ପୂର୍ବତନ ଭାରତୀୟ ଖେଳାଳି ମଦନ ଲାଲ ଏନଆଇଙ୍କୁ ଦେଇଥିବା ବିବୃତ୍ତିରେ କହିଛନ୍ତି ଯେ, ଯଦି ଆମେ ଦଳ ବିଷୟରେ କଥା ହେବା ତେବେ ପ୍ରାୟ ସମାନ ଦଳ ବାହାରକୁ ଆସିଛନ୍ତି ଯାହା ଆମେ ଆଶା କରିଥିଲୁ, କିନ୍ତୁ ଫିଟନେସ ଏବେ ବି ଚିନ୍ତାର ବିଷୟ। କେ.ଏଲ୍ ରାହୁଲ ଏବଂ ଶ୍ରେୟସ୍ ଆୟର ଏପର୍ଯ୍ୟନ୍ତ ଗୋଟିଏ ବି ମ୍ୟାଚ୍ ଖେଳି ନାହାଁନ୍ତି। ଏସିଆ କପ୍ ଏବଂ ବିଶ୍ୱକପ୍ ଭଳି ଇଭେଣ୍ଟରେ ସିଧାସଳଖ ଖେଳିବା ରିସ୍କ ଅଟେ। ଫିଟନେସ୍ ସ୍ତର ସେହି ସମୟରେ ୧୦୦ପ୍ରତିଶତରୁ ଅଧିକ ହେବା ଉଚିତ୍।

ଅନ୍ୟପକ୍ଷରେ, ଏସିଆ କପ୍ ଦଳରେ ୟୁଜବେନ୍ଦ୍ର ଚହଲ ଏବଂ ରବି ଅଶ୍ୱିନ୍‌ଙ୍କ ଅନ୍ତର୍ଭୂକ୍ତ ନହେବା ବିଷୟରେ ମଦନଲାଲ କହିଛନ୍ତି ଯେ, ଦଳରେ ଚହଲ ଏବଂ ଅଶ୍ୱିନଙ୍କ ନାମ ନ ଦେଖି ମୁଁ ଟିକେ ଆଶ୍ଚର୍ଯ୍ୟ ହୋଇଯାଉଛି। ପ୍ରକାଶ ଯେ, କୁଲଦୀପ ଯାଦବଙ୍କ ବ୍ୟତୀତ ଅକ୍ସର ପଟେଲ ଏବଂ ରବିନ୍ଦ୍ର ଜାଡେଜା ଏହି ଗୁରୁତ୍ୱପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟ ପାଇଁ ଦଳରେ ସ୍ପିନର ଭାବରେ ଅନ୍ତର୍ଭୁକ୍ତ ହୋଇଛନ୍ତି।

ରାହୁଲ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଫିଟ୍ ନୁହଁନ୍ତି:

ଏସିଆ କପ୍ ଦଳ ଘୋଷଣା ପରେ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ଶ୍ରେୟସ୍ ଆୟରଙ୍କୁ ସମ୍ପୂର୍ଣ୍ଣ ଫିଟ୍ ଘୋଷଣା କରିଥିବାବେଳେ ଟୁର୍ଣ୍ଣାମେଣ୍ଟର ପ୍ରଥମ କିମ୍ବା ଦ୍ଵିତୀୟ ମ୍ୟାଚ୍ ଖେଳିବାକୁ ନେଇ ଲୋକେଶ ରାହୁଲଙ୍କ ଉପରେ ସନ୍ଦେହ କରିଥିଲେ। ଅଗରକର କହିଛନ୍ତି ଯେ, ରାହୁଲଙ୍କର ଗିଳିବା ସମସ୍ୟା ରହିଛି, ଯାହା ଭଲ ହେବା ପାଇଁ କିଛି ସମୟ ଲାଗିପାରେ।

Categories
ଆଜିର ଖବର ଖେଳ

ବଦଳିବ ଟିମ୍‌ ଇଣ୍ଡିଆର ଜର୍ସି, ଜାଣନ୍ତୁ କ’ଣ ହେବ ପରିବର୍ତ୍ତନ

ନୂଆଦିଲ୍ଲୀ : କରୋନା ଭାଇରସ୍‌ କାରଣରୁ ଏବେ ଭାରତରେ ଖେଳ ବନ୍ଦ ରହିଛି । ଭାରତୀୟ କ୍ରିକେଟ୍‌ ଟିମ୍‌ ଏବେ କୌଣସି ଅନ୍ତର୍ଜାତୀୟ ମ୍ୟାଚ ଖେଳୁ ନାହିଁ । ଯଦିଓ ଆଇପିଏଲ୍‌ 2020 ଆରମ୍ଭ ହେବାକୁରହିଛି । କିନ୍ତୁ ଟିମ୍‌ ଇଣ୍ଡିଆ କେବେ କ୍ରିକେଟ୍‌ ଖେଳିବ ସେନେଇ କୌଣସି ସୂଚନା ମିଳିପାରିନାହିଁ । କରୋନାସଂକଟ ପୂର୍ବରୁ ଭାରତୀୟ କ୍ରିକେଟ୍‌ ଦଳ ନ୍ୟୁଜିଲାଣ୍ଡ ଗସ୍ତ କରିଥିଲା, ଏହା ପରେ ଆଉ କୌଣସି ମ୍ୟାଚ୍‌ ଖେଳି ନାହିଁ ଭାରତୀୟ କ୍ରିକେଟ୍‌ ଦଳ । ତେବେ ମାର୍ଚ୍ଚ ମାସରେ ତ୍ରିଦିବସୀୟ କିକ୍ରେଟ୍‌ ଖେଳ ପାଇଁ ଦକ୍ଷିଣ ଆଫ୍ରିକା ଦଳ ଭାରତ ଗସ୍ତ କରିଥିଲା। କିନ୍ତୁ କରୋନା ସଂକଟ ଯୋଗୁଁ ଏହି ଗସ୍ତକୁ ବାତିଲ୍‌ କରାଯାଇଥିଲା। ଏହା ମଧ୍ୟରେ ଭାରତୀୟ ଦଳର ଜର୍ସିକୁ ନେଇ ଏକ ଗୁରୁତ୍ବପୂର୍ଣ୍ଣ ସୂଚନା ରହିଛି। ମିଳିଥିବା ସୂଚନା ଅନୁସାରେ ଭାରତୀୟ ଦଳ ଏବେ ନୂତନ ଜର୍ସି ସହିତ ପଡିଆକୁ ଓହ୍ଲାଇବ। ତେବେ ଜର୍ସିର ରଙ୍ଗ କୌଣସି ପରିବର୍ତ୍ତନ ନ ହୋଇପାରେ କିନ୍ତୁ ଜର୍ସିରେ ଥିବା ନାଇକ୍‌ ଲୋଗୋକୁ ପରିବର୍ତ୍ତନ କରାଯାଇପାରେ ବୋଲି ସୂଚନା ରହିଛି।

ଭାରତୀୟ କ୍ରିକେଟ୍‌ ଦଳର ଜର୍ସିର ପରିବର୍ତ୍ତନକୁ ନେଇ ବିସିସିଆଇ ଟେଣ୍ଡର ପ୍ରୋସେସ୍‌ ଜରିଆରେ ଟିମ୍‌ କିଟ୍‌ ପ୍ରାୟୋଜକ ଓ ବିକ୍ରି ଅଧିକାରୀଙ୍କ ସହ ଏହାର ଟେଣ୍ଡର ପାଇଁ ନିମନ୍ତ୍ରଣ କରିଛି। ଟେଣ୍ଡରରେ ବିଜେତାଙ୍କୁ କିଟ୍‌ ପ୍ରାୟୋଜକ ଆଧିକାରିକ ବିକ୍ରି ଓ ଅନ୍ୟ ସମ୍ବନ୍ଧୀୟ ଅଧିକାର ପାଇଁ ଅଧିକାର ମିଳିବ ବୋଲି ସୂଚନା ରହିଛି। ନାଇକ୍‌ ସହ ବିସିସିଆଇର ଚୁକ୍ତି ଚଳିତ ଡିସେମ୍ବରର ଶେଷ ହେବାକୁ ଥିବାବେଳେ ଏବେ ନାଇକ୍‌ ସହ ଚୁକ୍ତି ନବୀକରଣ ହେବ ନାହିଁ। ତେବେ ଏବେ ନୂତନ ଜର୍ସିରେ  କାହା ସହିତ ବିସିସିଆଇ ଚୁକ୍ତି କରିବ, ତାହା ଟେଣ୍ଡର ଫଇସଲା ପରେ ଜଣାପଡିବ।  (ଏଜେନ୍ସି)

Categories
ଆଜିର ଖବର

ଓ୍ବିଣ୍ଡିଜ୍‌ ସିରିଜ୍‌ରୁ ବାଦ ପଡିଲେ ସାମ୍‌ସନ୍‌ : ଚୟନକର୍ତ୍ତାଙ୍କୁ ହରଭଜନଙ୍କ ସମାଲୋଚନା

ଭେଟେରାନ୍‌ ଭାରତୀୟ ସ୍ପିନର ହରଭଜନ ସିଂ ଚୟନକର୍ତ୍ତାଙ୍କୁ ସମାଲୋଚନା କରିଛନ୍ତି । ଓ୍ବିକେଟ କିପର ବ୍ୟାଟ୍ସମ୍ୟାନ୍‌ ସଞ୍ଜୁ ସାମ୍‌ସନଙ୍କୁ ଦଳରୁ ବାଦ ଦିଆଯିବା କାରଣରୁ ଚୟନକର୍ତ୍ତାଙ୍କୁ ସମାଲୋଚନା କରିଛନ୍ତି ହରଭଜନ । ସାମ୍‌ସନ୍‌ ବାଂଲାଦେଶ ବିପକ୍ଷ ଟି20 ସିରିଜ୍‌ରେ ସ୍ଥାନ ପାଇଥିଲେ ମଧ୍ୟ ଗୋଟିଏ ମ୍ୟାଚ୍‌ ଖେଳିବାର ସୁଯୋଗ ପାଇନଥିଲେ । ଅନ୍ୟପକ୍ଷରେ ନିୟମିତ ବିଫଳ ହେବା ସତ୍ତ୍ବେ ପନ୍ତଙ୍କୁ ପୁନର୍ବାର ସୁଯୋଗ ପ୍ରଦାନକୁ ହରଭଜନ ନାପସନ୍ଦ କରିଛନ୍ତି । ଜଣେ ଯୁବପ୍ରତିଭାଙ୍କ କ୍ୟାରିୟର ଖରାପ ହେଉଛି ଏବଂ ବିସିସିଆଇ ମୁଖ୍ୟ ଗାଙ୍ଗୁଲି ଏହା ଉପରେ ଧ୍ୟାନ ଦେବେ ବୋଲି ଭଜ୍ଜି କହିଛନ୍ତି । ପୂର୍ବରୁ କଂଗ୍ରେସ ସାଂସଦ ଶଶୀ ଥରୁର ମଧ୍ୟ ସମାନ ମାମଲାକୁ ନେଇ ଟ୍ବିଟ୍ଟର ଜରିଆରେ ବିସିସିଆଇକୁ ସଭାଲୋଚନା କରିଥିଲେ ।

Categories
ଖେଳ ବିଶେଷ ଖବର

ଅଧିନାୟକ ବିରାଟ କୋହଲିଙ୍କ ବିଶ୍ଵ ରେକର୍ଡ : ଆଇସିସି ବିଶ୍ଵକପ କ୍ରିକେଟରେ ୱେଷ୍ଟଇଣ୍ଡିଜକୁ ହରାଇ ଭାରତର ବିପୁଳ ବିଜୟ

ସମୀକ୍ଷା ବ୍ୟୁରୋ

୨୦୧୯ ଆଇସିସି ବିଶ୍ଵକପ କ୍ରିକେଟର ୩୪ତମ ମ୍ୟାଚରେ ଭାରତ ବନାମ ୱେଷ୍ଟଇଣ୍ଡିଜ ମଧ୍ୟରେ ମଞ୍ଚେଷ୍ଟର ଗ୍ରାଉଣ୍ଡରେ ଖେଳାଯାଇଥିଲା। ଏହି ମ୍ୟାଚରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଭାରତ  ୧୨୫ ରନରେ ବିଜୟ ହାସଲ କରିଛି। ଭାରତ ନିର୍ଦ୍ଧାରିତ ଓଭରରେ ୭ ୱିକେଟ ହରାଇ ୨୬୮ ରନ କରିବାରେ ସକ୍ଷମ ହୋଇଥିଲା।

କିନ୍ତୁ  ୱେଷ୍ଟଇଣ୍ଡିଜ ଦଳ ୨୬୯ ରନ ଲକ୍ଷ୍ୟକୁ ପିଛାକରି ମାତ୍ର ୧୪୩ ରନରେ ସମସ୍ତ ୱିକେଟ ହରାଇଥିଲା। ଭାରତ ପକ୍ଷରୁ ମହମ୍ମଦ ଶମି ୬.୨ ଓଭରରେ ୧୬ ରନ ବ୍ୟୟ କରି ସର୍ବାଧିକ ୪ଟି ୱିକେଟ ଅକ୍ତିଆର କରିଥିଲେ। ସେହିପରି ବୁମରାହ ଏବଂ ଚହଲ ୨ଟି ଲେଖାଏଁ, ପାଣ୍ଡ୍ୟା ଏବଂ କୁଳଦୀପ ୧ଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ।

ଏହି ବିଜୟ ସହ ଅଧିନାୟକ ବିରାଟ ଆଜି ଆଉ ଏକ ବ୍ୟକ୍ତିଗତ ବିଶ୍ଵ ରେକର୍ଡ ଲାଭ କରିଛନ୍ତି।  ଦ୍ରୁତତମ କୋଡିଏ ହଜାର ରନ କରିବାରେ କୋହିଲି ବିଶ୍ଵର ପ୍ରଥମ ଖେଳାଳି। ସେ ମାତ୍ର ୪୧୭ଟି ମ୍ୟାଚ ଖେଳି ଏହି ରେକର୍ଡ କରିବାରେ ସମର୍ଥ ହୋଇଛନ୍ତି। ଏହା ପୂର୍ବରୁ ଉଭୟ ବ୍ରାଏନ ଲାରା ଏବଂ ସଚିନ ତେନ୍ଦୁଲକର  ସମାନ ସଂଖ୍ୟକ ମ୍ୟାଚ (୪୫୩ଟି) ଖେଳି ଏହି ମାଇଲଖୁଣ୍ଟ ଅତିକ୍ରମ କରିବାରେ ସଫଳ ହୋଇଥିଲେ।

MANCHESTER, JUNE 27 (UNI):- Indian bowler Jasprit Bumrah in action during a match between India and West Indies at ICC Cricket World Cup 2019, in Manchester on Thursday. UNI PHOTO BY SESHADRI SUKUMAR-14C

ଭାରତର ଅଧିନାୟକ ବିରାଟ କୋହଲି ଟସ ଜିଣି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଥିଲେ। ଭାରତୀୟ ଦଳର ପ୍ରାରମ୍ଭିକ ଯୋଡି ରୋହିତ ଶର୍ମା ଏବଂ ଲୋକେଶ ରାହୁଲ ବ୍ୟାଟିଂ ଆରମ୍ଭ କରିଥିଲେ। କିନ୍ତୁ ରୋହିତ ୨୩ ବଲ ସାମ୍ନା କରି ମାତ୍ର ୧୯ ରନରେ କିମା ରୋଚଙ୍କ ବଲରେ ଆଉଟ ହୋଇଯାଇଥିଲେ। ସେତେବେଳକୁ ଭାରତର ସ୍କୋର ଥିଲା ୨୯ ରନ। ପ୍ରଥମ ୱିକେଟର ପତନ ପରେ ଅଧିନାୟକ ବିରାଟ ବ୍ୟାଟିଂକରିବାକୁ ପଡ଼ିଆ ମଧ୍ୟକୁ ଆସିଥିଲେ। କିନ୍ତୁ ଦଳୀୟ ସ୍କୋର ୯୮ ରନ ଥିବାବେଳେ ରାହୁଲ ବୋଲ୍ଡ ଆଉଟ ହୋଇଯାଇଥିଲେ। ସେ ଅର୍ଦ୍ଧଶତକରୁ ମାତ୍ର ୨ ରନ ଦୂରରେ ରହି ୪୮ ରନରେ ହୋଲ୍ଡରଙ୍କ ବଲରେ ବୋଲ୍ଡ ଆଉଟ ହୋଇଥିଲେ।

ତାପରେ ଚତୁର୍ଥ ସ୍ଥାନରେ ଖେଳିବା ପାଇଁ ବିଜୟ ଶଙ୍କର ଆସିଥିଲେ। ବିଜୟ ପୁଣି ଦଳକୁ ନିରାଶ କରିଥିଲେ। ସେ ମାତ୍ର ୧୪ ରନ କରି ରୋଚଙ୍କ ବଲରେ କ୍ୟାଚ ଆଉଟ ହୋଇ ପ୍ୟାଭିଲିଅନ ଫେରିଥିଲେ। ତାଙ୍କ ସ୍ଥାନ ପୂରଣ କରିବା ପାଇଁ କେଦାର ଯାଦବ ଆସିଥିଲେ। କେଦାର ମଧ୍ୟ ବ୍ୟାଟିଂରେ ବିଫଳ ହୋଇଥିଲେ। ସେ କେବଳ ୭ ରନ କରି ପୁନର୍ବାର ରୋଚଙ୍କ ବଲରେ ଆଉଟ ହୋଇଥିଲେ। ଭାରତ ୨୮.୫ ଓଭରରେ ଚାରୋଟି ମୁଲ୍ୟବାନ ୱିକେଟ ହରାଇ ୧୪୦ରନ କରି ବିପଦରେ ଥିବାବେଳେ ମହେନ୍ଦ୍ର ସିଂହ ଧୋନୀ ବ୍ୟାଟିଂ କରିବା ପାଇଁ ପଡ଼ିଆ ମଧ୍ୟକୁ ଆସିଥିଲେ।

MANCHESTER, JUNE 27 (UNI):- Indian cricket fans cheering during a match between India and West Indies at ICC Cricket World Cup 2019, in Manchester on Thursday. UNI PHOTO BY SESHADRI SUKUMAR-10C

କୋହିଲି, ଧୋନୀ ଏବଂ ପାଣ୍ଡ୍ୟାଙ୍କ ଦମଦାର ବ୍ୟାଟିଂ ବଳରେ ଭାରତ ଏକ ଭଲ ଟାର୍ଗେଟ ୱେଷ୍ଟଇଣ୍ଡିଜି ସାମ୍ନାରେ ରଖିଥିଲା। କୋହିଲି ୮୨ ବଲରେ ୭୨ ରନ, ପାଣ୍ଡ୍ୟା ୩୮ ବଲରେ ୪୬ ରନ ଏବଂ ଧୋନୀ ଅପରାଜିତ ୬୧ ବଲରେ ୫୬ ରନର ସୁନ୍ଦର ପାଳି ଖେଳିଥିଲେ। ୱେଷ୍ଟଇଣ୍ଡିଜି ପକ୍ଷରୁ କିମା ରୋଚ ୧୦ ଓଭରରେ ମାତ୍ର ୩୬ ରନ ବ୍ୟୟକରି ୩ ଟି ୱିକେଟ ଅକ୍ତିଆର କରିଥିଲେ।