ବଦଳିବ ଟିମ୍‌ ଇଣ୍ଡିଆର ଜର୍ସି, ଜାଣନ୍ତୁ କ’ଣ ହେବ ପରିବର୍ତ୍ତନ

Published: Aug 4, 2020, 4:18 pm IST

ନୂଆଦିଲ୍ଲୀ : କରୋନା ଭାଇରସ୍‌ କାରଣରୁ ଏବେ ଭାରତରେ ଖେଳ ବନ୍ଦ ରହିଛି । ଭାରତୀୟ କ୍ରିକେଟ୍‌ ଟିମ୍‌ ଏବେ କୌଣସି ଅନ୍ତର୍ଜାତୀୟ ମ୍ୟାଚ ଖେଳୁ ନାହିଁ । ଯଦିଓ ଆଇପିଏଲ୍‌ 2020 ଆରମ୍ଭ ହେବାକୁରହିଛି । କିନ୍ତୁ ଟିମ୍‌ ଇଣ୍ଡିଆ କେବେ କ୍ରିକେଟ୍‌ ଖେଳିବ ସେନେଇ କୌଣସି ସୂଚନା ମିଳିପାରିନାହିଁ । କରୋନାସଂକଟ ପୂର୍ବରୁ ଭାରତୀୟ କ୍ରିକେଟ୍‌ ଦଳ ନ୍ୟୁଜିଲାଣ୍ଡ ଗସ୍ତ କରିଥିଲା, ଏହା ପରେ ଆଉ କୌଣସି ମ୍ୟାଚ୍‌ ଖେଳି ନାହିଁ ଭାରତୀୟ କ୍ରିକେଟ୍‌ ଦଳ । ତେବେ ମାର୍ଚ୍ଚ ମାସରେ ତ୍ରିଦିବସୀୟ କିକ୍ରେଟ୍‌ ଖେଳ ପାଇଁ ଦକ୍ଷିଣ ଆଫ୍ରିକା ଦଳ ଭାରତ ଗସ୍ତ କରିଥିଲା। କିନ୍ତୁ କରୋନା ସଂକଟ ଯୋଗୁଁ ଏହି ଗସ୍ତକୁ ବାତିଲ୍‌ କରାଯାଇଥିଲା। ଏହା ମଧ୍ୟରେ ଭାରତୀୟ ଦଳର ଜର୍ସିକୁ ନେଇ ଏକ ଗୁରୁତ୍ବପୂର୍ଣ୍ଣ ସୂଚନା ରହିଛି। ମିଳିଥିବା ସୂଚନା ଅନୁସାରେ ଭାରତୀୟ ଦଳ ଏବେ ନୂତନ ଜର୍ସି ସହିତ ପଡିଆକୁ ଓହ୍ଲାଇବ। ତେବେ ଜର୍ସିର ରଙ୍ଗ କୌଣସି ପରିବର୍ତ୍ତନ ନ ହୋଇପାରେ କିନ୍ତୁ ଜର୍ସିରେ ଥିବା ନାଇକ୍‌ ଲୋଗୋକୁ ପରିବର୍ତ୍ତନ କରାଯାଇପାରେ ବୋଲି ସୂଚନା ରହିଛି।

ଭାରତୀୟ କ୍ରିକେଟ୍‌ ଦଳର ଜର୍ସିର ପରିବର୍ତ୍ତନକୁ ନେଇ ବିସିସିଆଇ ଟେଣ୍ଡର ପ୍ରୋସେସ୍‌ ଜରିଆରେ ଟିମ୍‌ କିଟ୍‌ ପ୍ରାୟୋଜକ ଓ ବିକ୍ରି ଅଧିକାରୀଙ୍କ ସହ ଏହାର ଟେଣ୍ଡର ପାଇଁ ନିମନ୍ତ୍ରଣ କରିଛି। ଟେଣ୍ଡରରେ ବିଜେତାଙ୍କୁ କିଟ୍‌ ପ୍ରାୟୋଜକ ଆଧିକାରିକ ବିକ୍ରି ଓ ଅନ୍ୟ ସମ୍ବନ୍ଧୀୟ ଅଧିକାର ପାଇଁ ଅଧିକାର ମିଳିବ ବୋଲି ସୂଚନା ରହିଛି। ନାଇକ୍‌ ସହ ବିସିସିଆଇର ଚୁକ୍ତି ଚଳିତ ଡିସେମ୍ବରର ଶେଷ ହେବାକୁ ଥିବାବେଳେ ଏବେ ନାଇକ୍‌ ସହ ଚୁକ୍ତି ନବୀକରଣ ହେବ ନାହିଁ। ତେବେ ଏବେ ନୂତନ ଜର୍ସିରେ  କାହା ସହିତ ବିସିସିଆଇ ଚୁକ୍ତି କରିବ, ତାହା ଟେଣ୍ଡର ଫଇସଲା ପରେ ଜଣାପଡିବ।  (ଏଜେନ୍ସି)

Related posts