Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନେପାଳକୁ ୧୦ ୱିକେଟ୍ ରେ ହରାଇଲା ଟିମ୍ ଇଣ୍ଡିଆ: ସେହୱାଗ୍ ଙ୍କ ପୁଅ ଆର୍ଯ୍ୟବୀରଙ୍କ ଧୂଆଁଧାର ବ୍ୟାଟିଂ
ଆଜିର ଖବର

ନେପାଳକୁ ୧୦ ୱିକେଟ୍ ରେ ହରାଇଲା ଟିମ୍ ଇଣ୍ଡିଆ: ସେହୱାଗ୍ ଙ୍କ ପୁଅ ଆର୍ଯ୍ୟବୀରଙ୍କ ଧୂଆଁଧାର ବ୍ୟାଟିଂ

November 6, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ନେପାଳକୁ ୧୦ ୱିକେଟ୍ ରେ ହରାଇଲା ଟିମ୍ ଇଣ୍ଡିଆ: ସେହୱାଗ୍ ଙ୍କ ପୁଅ ଆର୍ଯ୍ୟବୀରଙ୍କ ଧୂଆଁଧାର ବ୍ୟାଟିଂ
ନେପାଳକୁ ୧୦ ୱିକେଟ୍ ରେ ହରାଇଲା ଟିମ୍ ଇଣ୍ଡିଆ: ସେହୱାଗ୍ ଙ୍କ ପୁଅ ଆର୍ଯ୍ୟବୀରଙ୍କ ଧୂଆଁଧାର ବ୍ୟାଟିଂ

ନୂଆଦିଲ୍ଲୀ: ଅଣ୍ଡର-୧୯ ଏସିଆ କପ୍ ୨୦୨୬ ରେ ଟିମ୍ ଇଣ୍ଡିଆ ନେପାଳ ବିପକ୍ଷରେ ପ୍ରଥମ ମୁକାବିଲା ଖେଳିଛି। ଆଜି ଅଲ୍ ଆମେରାଟ୍ କ୍ରିକେଟ୍ ଗ୍ରାଉଣ୍ଡ (ମିନିଷ୍ଟ୍ରି ଟର୍ଫ ୧) ରେ ଖେଳାଯାଇଥିବା ମୁକାବିଲାରେ ଟିମ୍ ଇଣ୍ଡିଆ ୧୦ ୱିକେଟ୍ ରେ ଏକତରଫା ବିଜୟ ହାସଲ କରିଛି। ଭାରତକୁ ବିଜୟ ଦେବାରେ ବୀରେନ୍ଦ୍ର ସେହୱାଗ୍ ଙ୍କ ପୁଅ ଆର୍ଯ୍ୟବୀର ସବୁଠୁ ବଡ଼ ଇନିଂସ୍ ଖେଳି ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଛନ୍ତି। ପ୍ରଥମେ ବ୍ୟାଟିଂ କରିବା ପରେ ନେପାଳ ୪୨.୩ ଓଭରରେ ୧୨୮ ରନରେ ଅଲଆଉଟ୍ ହୋଇଯାଇଥିଲା। ଜବାବରେ ଟିମ୍ ଇଣ୍ଡିଆ ୧୯.୧ ଓଭରରେ ୧୨୯ ରନ୍ କରି ବିଜୟ ନିଜ ନାଁରେ କରିନେଇଛି।

ଆର୍ଯ୍ୟବୀର ୫୨ ବଲ୍ ରେ ୭ ଚୌକା ଏବଂ ୪ ଛକା ସାହାଯ୍ୟରେ ଅପରାଜିତ ୭୦ ରନ୍ କରିଛନ୍ତି। ତାଙ୍କ ଷ୍ଟ୍ରାଇକ୍ ରେଟ୍ ୧୩୪.୬୨ ରହିଥିଲା। ତାଙ୍କ ସହ ଓପନିଂରେ ଆସିଥିବା ଅଧିନାୟକ ଲକ୍ଷ୍ୟ ରାଜେଶ ରାଇଚନ୍ଦାନୀ ୬୩ ବଲ୍ ରେ ୭ ଚୌକା ସାହାଯ୍ୟରେ ୫୩_ ରନ୍ ସ୍କୋର କରିଛନ୍ତି। ଉଭୟ ପ୍ରଥମ ୱିକେଟ୍ ପାଇଁ ୧୨୯ (୧୧୫ ବଲ୍) ରନର ଅପରାଜିତ ଭାଗୀଦାରୀ କରି ଟିମ୍ କୁ ଏକତରଫା ବିଜୟ ରେଖା ପାର କରାଇ ଦେଇଛନ୍ତି।

‘ପ୍ଲେୟର ଅଫ୍ ଦ ମ୍ୟାଚ୍’ ହୋଇପାରିଲେନି ଆର୍ଯ୍ୟବୀର ସେହୱାଗ୍

ସବୁଠୁ ବଡ଼ ଇନିଂସ୍ ଖେଳିଥିବା ଆର୍ଯ୍ୟବୀରଙ୍କୁ ‘ପ୍ଲେୟର ଅଫ୍ ଦ ମ୍ୟାଚ୍’ ବିବେଚିତ କରାଯାଇନାହିଁ। ଟିମ୍ ର ଦ୍ରୁତ ବୋଲର ଇଶାନ ସୂଦ୍ ବହୁତ କଞ୍ଜୁସ୍ ବୋଲିଂ କରି ୧୦ ଓଭରରେ ୩ ୱିକେଟ୍ ନେଇଛନ୍ତି। ଏହି ସମୟରେ ସେ ୧.୮୦ ଇକୋନୋମିରେ ମାତ୍ର ୧୮ ରନ୍ ଦେଇଛନ୍ତି। ଇଶାନ ୪ ମେଡେନ୍ ଓଭର ପକାଇଛନ୍ତି। ଯଦିଓ ଅର୍ଜୁନ ରାଜପୁତ ମଧ୍ୟ ୩ ୱିକେଟ୍ ନେଇଛନ୍ତି। କିନ୍ତୁ ସେ ମାତ୍ର ୫ ଓଭର ବୋଲିଂ କରିଥିଲେ। ପୁରା ୧୦ ଓଭର ପକାଇବା ଯୋଗୁଁ ‘ପ୍ଲେୟର ଅଫ୍ ଦ ମ୍ୟାଚ୍’ ପୁରସ୍କାର ଇଶାନଙ୍କୁ ଦିଆଯାଇଛି।

ନେପାଳର ଖରାପ ବ୍ୟାଟିଂ

ନେପାଳ ପକ୍ଷରୁ ବହୁତ ଖରାପ ବ୍ୟାଟିଂ ଦେଖିବାକୁ ମିଳିଥିଲା। ଟିମ୍ ପାଇଁ ଦର୍ଶ ସୋନାର ୪୩ ରନର ସବୁଠୁ ବଡ଼ ଇନିଂସ୍ ଖେଳିଥିଲେ। ଏହା ବ୍ୟତୀତ କୌଣସି ବ୍ୟାଟର ୩୦ ରନ୍ ଅଙ୍କ ମଧ୍ୟ ଛୁଇଁ ପାରିନଥିଲେ। ମୋଟ ୮ ବ୍ୟାଟର ଦୁଇ ଅଙ୍କ ମଧ୍ୟ ପାର କରିପାରିନଥିଲେ; ଏଥିରେ ଅଧା ଅର୍ଥାତ୍ ୪ ବ୍ୟାଟର ତ ଶୂନରେ ହିଁ ଆଉଟ୍ ହୋଇଥିଲେ। ଭାରତ ପକ୍ଷରୁ ଘାତକ ବୋଲିଂ ଦେଖିବାକୁ ମିଳିଥିଲା।

AryavirSehwag cricket IndiaVsNepal IshanSood teamindia U19AsiaCup U19Cricket VirenderSehwag
Share. Facebook Twitter LinkedIn Email WhatsApp Copy Link

Related Posts

ଟ୍ରକ-ବାଇକ୍‌ ଧକ୍କା: ଜଣେ ମୃତ, ଅନ୍ୟ ଜଣେ ଗୁରୁତର

November 6, 2026

ଲାଞ୍ଚ ନେବାବେଳେ ଭିଜିଲାନ୍ସ ଜାଲରେ ବାଲିଆପାଳ ସବ୍‌ରେଜିଷ୍ଟ୍ରାର

November 6, 2026

‘NC ର ବିଭାଜନ ଖବର ଭୁଲ୍’: ଫାରୁକ୍ ଅବଦୁଲ୍ଲାଙ୍କ ବଡ ବୟାନ

November 6, 2026

CJI ଙ୍କ ଉପରେ କେରଳ କଂଗ୍ରେସର ପୋଷ୍ଟରେ ସୁପ୍ରିମକୋର୍ଟଙ୍କ କଡା ଆଭିମୁଖ୍ୟ: ଜାଣନ୍ତୁ…

November 6, 2026
Latest News

ଟ୍ରକ-ବାଇକ୍‌ ଧକ୍କା: ଜଣେ ମୃତ, ଅନ୍ୟ ଜଣେ ଗୁରୁତର

November 6, 2026

ଲାଞ୍ଚ ନେବାବେଳେ ଭିଜିଲାନ୍ସ ଜାଲରେ ବାଲିଆପାଳ ସବ୍‌ରେଜିଷ୍ଟ୍ରାର

November 6, 2026

‘NC ର ବିଭାଜନ ଖବର ଭୁଲ୍’: ଫାରୁକ୍ ଅବଦୁଲ୍ଲାଙ୍କ ବଡ ବୟାନ

November 6, 2026

ନେପାଳକୁ ୧୦ ୱିକେଟ୍ ରେ ହରାଇଲା ଟିମ୍ ଇଣ୍ଡିଆ: ସେହୱାଗ୍ ଙ୍କ ପୁଅ ଆର୍ଯ୍ୟବୀରଙ୍କ ଧୂଆଁଧାର ବ୍ୟାଟିଂ

November 6, 2026

CJI ଙ୍କ ଉପରେ କେରଳ କଂଗ୍ରେସର ପୋଷ୍ଟରେ ସୁପ୍ରିମକୋର୍ଟଙ୍କ କଡା ଆଭିମୁଖ୍ୟ: ଜାଣନ୍ତୁ…

November 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.