Categories
ଆଜିର ଖବର ଖେଳ

ଓ୍ବେଲିଂଟନ୍‌ ଟେଷ୍ଟ : ବ୍ୟାଟିଂ ବିପର୍ଯ୍ୟୟ ପରେ 39 ରନ୍‌ରେ ପଛୁଆ ଭାରତ

ଓ୍ବେଲିଂଟନ୍‌ : ଓ୍ବେଲିଙ୍ଗଟନ୍‌ର ବେସିନ୍‌ ରିଜର୍ଭରେ ଅନୁଷ୍ଠିତ ପ୍ରଥମ ଟେଷ୍ଟରେ ନ୍ୟୁଜିଲ୍ୟାଣ୍ଡ ଦୃଢ ସ୍ଥିତିରେ ରହିଛି । ପ୍ରଥମ ଇନିଂସ ପରି ଦ୍ବିତୀୟ ଇନିଂସରେ ଭାରତର ବ୍ୟାଟିଂ ବିପର୍ଯ୍ୟୟ ଘଟିଥିବାରୁ ଦଳ 39 ରନ୍‌ ପଛରେ ରହିଛି । ଭାରତ ମାତ୍ର 165 ରନ୍‌ରେ ଅଲ୍‌ଆଉଟ୍‌ ହେବା ପରେ ନ୍ୟୁଜିଲ୍ୟାଣ୍ଡ ପ୍ରଥମ ଇନିଂସରେ 348 ରନ୍‌ ସଂଗ୍ରହ କରିଥିଲା । କେନ୍‌ ଓ୍ବିଲିୟମ୍‌ସନ୍‌ଙ୍କ 89ଙ୍କ ବ୍ୟତିତ ନିମ୍ନକ୍ରମରେ କାଇଲ୍‌ ଜାମିସାନେ (44) ଏବଂ ଟ୍ରେଣ୍ଟ ବୋଲ୍ଟ (38) ରନ୍‌ ସଂଗ୍ରହ କରିବାରୁ ନ୍ୟୁଜିଲ୍ୟାଣ୍ଡ 183 ରନ୍‌ର ଅଗ୍ରଣୀ ହାସଲ କରିଥିଲା । ଭାରତ ପକ୍ଷରୁ ଇଶାନ୍ତ ଶର୍ମା ସର୍ବାଧିକ 5ଟି ଓ୍ବିକେଟ ଅକ୍ତିଆର କରିଥିଲେ । 183 ରନ୍‌ରେ ପଛୁଆ ରହିଥିବା ଭାରତ ତୃତୀୟ ଦିନର ଖେଳ ଶେଷ ସୁଦ୍ଧା 144/4ରେ ପହଞ୍ଚିଛି । ଭାରତ ପକ୍ଷରୁ ଓପ୍ନର ପୃଥ୍ବୀ ଶ(14) ପୁନର୍ବାର ବିଫଳ ହୋଇଥିଲେ । ମୟଙ୍କ ଅଗ୍ରଓ୍ବାଲ (58) ଏବଂ ଚେତେଶ୍ବର ପୂଜାରା (11)ଙ୍କ ମଧ୍ୟରେ 51 ରନ୍‌ର ଭାଗିଦାରୀ କରିଥିଲେ । ମାତ୍ର ପୂଜାରଙ୍କ ଓ୍ବିକେଟ ପତନ ପରେ ଭାରତ ପୁଣି ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଟ୍ରେଣ୍ଟ ବୋଲ୍ଟ 3ଟି ଓ୍ବିକେଟ୍‌ ଅକ୍ତିଆର କରିଥିବା ବେଳେ ଆଜିଙ୍କ୍ୟ ରାହାଣେ (25) ଏବଂ ହନୁମା ବିହାରୀ(14)ଙ୍କ ମଧ୍ୟରେ 31ରନ୍‌ର ଅବିଭାଜିତ ଭାଗିଦାରୀ ହୋଇଛି ।

Categories
ଆଜିର ଖବର ଖେଳ

ଅନ୍ତିମ ଟି 20ରେ ନ୍ୟୁଜିଲ୍ୟାଣ୍ଡ ସମ୍ମୁଖରେ 163 ରନ୍‌ର ବିଜୟ ଲକ୍ଷ୍ୟ

ବେ ଓଭାଲ : ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଅନୁଷ୍ଠିତ ଟି 20 ଶୃଙ୍ଖମଳାର ନିର୍ଣ୍ଣାୟକ ମୁକାବିଲାରେ ନ୍ୟୁଜିଲ୍ୟାଣ୍ଡ ସମ୍ମୁଖରେ 163 ରନ୍‌ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି ଭାରତ । ଓପନିଂ କରୁଥିବା ସାମସନ୍‌-ରାହୁଲ କ୍ରିଜ୍‌ରେ ବେଶୀ ସମୟ ତିଷ୍ଠି ପାରିନଥିଲେ । ସାମସନ୍‌ ମାତ୍ର 2 ରନ୍‌ କରି ନିଜର ଓ୍ବିକେଟ୍‌ ଫୋପାଡିଥିବା ବେଳେ ତୃତୀୟ ଓ୍ବିକେଟ୍‌ରେ ରାହୁଲ୍‌ ଏବଂ ରୋହିତ 88 ରନ୍‌ ଯୋଡିଥିଲେ । ରାହୁଲ୍‌ ନିଜର ଚମତ୍କାର ଫର୍ମ ବଜାୟ ରଖି 33ଟି ବଲ୍‌ରୁ 45 ରନ୍‌ ସଂଗ୍ରହ କରିଥିଲେ । ଏହା ମଧ୍ୟରେ 4ଟି ଚୌକା ଏବଂ 2ଟି ଛକ୍କା ସାମିଲ ଥିଲା । ଅଧିନାୟକ ରୋହିତ ଶର୍ମା 41 ବଲ୍‌ରୁ 60 ରନ୍‌ ସଂଗ୍ରହ କରିଥିଲେ । ନିଜ ଇନିଂସରେ ରୋହିତ 3ଟି ଲେଖାଏଁ ଛକ୍କା ଏବଂ ଚୌକା ମାରିଥିଲେ । ବିପଜ୍ଜନକ ପାଲଟି ଆସୁଥିବା ବେଳେ ଆହତ ହୋଇ ରୋହିତ ଶର୍ମା ପ୍ୟାଭିଲିୟନ୍‌ ଫେରିବାରୁ ଭାରତର ରନ୍‌ହାର ଧୀମେଇ ଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଶ୍ରେୟସ୍‌ ଆୟାର 31ଟି ବଲ୍‌ର ସମ୍ମୁଖୀନ ହୋଇ 1 ଚୌକା ଏବଂ 2ଟି ଛକ୍କା ସହାୟତାରେ 33 ରନ୍‌ ସଂଗ୍ରହ କରିଥିଲେ । ନ୍ୟୁଜିଲ୍ୟାଣ୍ଡ ପକ୍ଷରୁ କୁଗଲେଇନ୍‌ 2ଟି ଏବଂ ହାମିଶ ବେନେଟ୍‌ ଗୋଟିଏ ଓ୍ବିକେଟ୍‌ ଅକ୍ତିଆର କରିଥିଲେ । (ଏଜେନ୍ସୀ)

Categories
ଆଜିର ଖବର ଖେଳ

ଓ୍ବେଲିଙ୍ଗଟନ୍‌ ଟି20 : ସୁପର ଓଭର ବିଜୟ ସହିତ 4-0ରେ ଅଗ୍ରଣୀ ଭାରତ

ଓ୍ବେଲିଙ୍ଗଟନ୍‌ : ଚୋକର୍‌ ଆଖ୍ୟାକୁ ସଠିକ୍‌ ପ୍ରମାଣିତ କରିଛି ନ୍ୟୁଜିଲ୍ୟାଣ୍ଡ । ସୁମଦାୟ ମ୍ୟାଚ୍‌କୁ ନିୟନ୍ତ୍ରଣରେ ରଖିଥିବା ନ୍ୟୁଜିଲ୍ୟାଣ୍ଡ ପୁନର୍ବାର ଅନ୍ତିମ ଓଭର ଚାପ ଆଗରେ ହାର ମାନିଥିଲା । ଅନ୍ତିମ ଓଭରରେ ମାତ୍ର 7 ରନ୍‌ ଆବଶ୍ୟକ ଥିବା ବେଳେ କ୍ରିଜ୍‌ରେ ମହଜୁଦ ଥିଲେ ଦୁଇ ସେଟ୍‌ ବ୍ୟାଟ୍ସମ୍ୟାନ୍‌ ରସ୍‌ ଟେଲର(23) ଏବଂ ଟିମ୍‌ ସିଫର୍ଟ(57) । ମାତ୍ର ଚମତ୍କାର ବୋଲିଂ ପ୍ରଦର୍ଶନ କରିବା ସହିତ ଶାର୍ଦ୍ଦୁଲ ଠାକୁର ମାତ୍ର 6 ରନ୍‌ ବ୍ୟୟ କରିବା ସହିତ ମ୍ୟାଚ୍‌କୁ ସୁପର ଓଭରକୁ ନେଇଥିଲେ । ସୁପର ଓଭରରେ ଯଶପ୍ରୀତ୍‌ ବୁମ୍‌ରାଙ୍କ ଓଭରରେ ନ୍ୟୁଜିଲ୍ୟାଣ୍ଡ 1 ଓ୍ବିକେଟ ହରାଇ 13 ରନ୍‌ ସଂଗ୍ରହ କରିଥିଲା । 14 ରନ୍‌ର ପିଛା କରୁଥିବା ଭାରତ ପକ୍ଷରୁ କେଏଲ୍‌ ରାହୁଲ ପ୍ରଥମ ତିନି ବଲ୍‌ରେ 10 ରନ୍‌ କରି ଆଉଟ୍‌ ହୋଇଥିଲେ । ପରେ ଅଧିନାୟକ ବିରଟ କୋହଲି 6 ରନ୍‌ କରି ଭାରତକୁ ବିଜୟୀ କରାଇଥିଲେ ।

ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରୁଥିବା ଭାରତ ମନୀଷ ପାଣ୍ଡେଙ୍କ ଚମତ୍କାର 50 ରନ୍‌ ବଳରେ ନିର୍ଦ୍ଧାରିତ ଓଭରରେ 165 ରନ୍‌ ସଂଗ୍ରହ କରିଥିଲା । ଚମତ୍କାର ଫର୍ମରେ ରହିଥିବା ଓପ୍‌ନର କେଏଲ୍‌ ରାହୁଲ୍‌ 26 ବଲ୍‌ରୁ 39 ରନ୍‌ ସଂଗ୍ରହ କରିଥିବା ବେଳେ ଶେଷ ଭାଗରେ ଶାର୍ଦ୍ଦୁଲ୍‌ ଠାକୁର 15 ବଲ୍‌ରୁ 20 ରନ୍‌ର ଉପଯୋଗୀ ଇନିଂସ ଖେଳିଥିଲେ । ନ୍ୟୁଜିଲ୍ୟାଣ୍ଡ ପକ୍ଷରୁ ଇଶ୍‌ ସୋଧୀ 26 ରନ୍‌ ବିନିମୟକରେ 3ଟି ଓ୍ବିକେଟ ଅକ୍ତିଆର କରିଥିବା ବେଳେ ହାମିସ ବେନଟ୍‌ ଦୁଇଟି ଓ୍ବିକେଟ୍‌ ଅକ୍ତିଆର କରିଥିଲେ । 166 ରନ୍‌ର ବିଜୟ ଲକ୍ଷ୍ୟର ପିଛା କରୁଥିବା ନ୍ୟୁଜିଲ୍ୟାଣ୍ଡ କଲିନ୍‌ ମୁନ୍ରୋ(64) ଏବଂ ଟିମ୍‌ ସିଫର୍ଟ (57) ଙ୍କ ଚମତ୍କାର ବ୍ୟାଟିଂ ସତ୍ତ୍ବେଦଳ ସମାନ ରନ୍‌ରେ ସୀମିତ ରହି ସୁପର ଓଭର୍‌ ଖେଳିଥିଲା । ଅନ୍ୟମାନଙ୍କ ମଧ୍ୟରେ ରସ୍‌ ଟେଲର 23 ରନ୍‌ ସଂଗ୍ରହ କରିଥିଲେ । ଭାରତ ପକ୍ଷରୁ ଶାର୍ଦ୍ଦୁଲ ଠାକୁର 2ଟି ଓ୍ବିକେଟ୍‌ ଅକ୍ତିଆର କରିଥିବା ବେଳେ ବୁମ୍‌ରା ଏବଂ ଚହଲ ଗୋଟିଏ ଲେଖାଏଁ ଓ୍ବିକେଟ୍‌ ଅକ୍ତିଆର କରିଥିଲ ।

Categories
ଆଜିର ଖବର

ବର୍ଷା ପାଇଁ ଭାରତ ଓ ନ୍ୟୁଜିଲାଣ୍ଡ୍‌ ମ୍ୟାଚ୍‌ ବାତିଲ୍‌

ଚଳିତ ବିଶ୍ୱକପରେ ଆଉ ଏକ ମ୍ୟାଚ୍ ବର୍ଷା ଯୋଗୁ ବାତିଲ ହୋଇଛି। ଗୁରୁବାର ଟ୍ରେଣ୍ଟ ବ୍ରିଜରେ ଭାରତ ଓ ନ୍ୟୁଜିଲ୍ୟାଣ୍ଡ୍ ମଧ୍ୟରେ ଖେଳାଯିବାକୁ ଥିବା ବିଶ୍ୱକପ୍ ମ୍ୟାଚ ବର୍ଷା ପାଇଁ ବାତିଲ୍‌ ହୋଇଛି। ମ୍ୟାଚ୍ ବାତିଲ ହେବା ଦ୍ୱାରା ଉଭୟ ଭାରତ ଓ ନ୍ୟୁଜିଲ୍ୟାଣ୍ଡ୍ ଦଳକୁ ୧-୧ ପଏଣ୍ଟ ମିଳିଛି। ନ୍ୟୁଜିଲ୍ୟାଣ୍ଡ୍ ୭ ପଏଣ୍ଟ ସହ ଶୀର୍ଷରେ ସ୍ଥିର ରହିଥିବାବେଳେ ଭାରତ ୫ ପଏଣ୍ଟ ସହ ତୃତୀୟ ସ୍ଥାନକୁ ଉଠିଛି। ଅଷ୍ଟ୍ରେଲିଆ ୬ ପଏଣ୍ଟ ସହ ଦ୍ୱିତୀୟରେ ରହିଛି। ତେବେ ୪ ପଏଣ୍ଟ ସହ ଇଂଲଣ୍ଡ ଚତୁର୍ଥ ସ୍ଥାନକୁ ଖସି ଆସିଛି। ଏହା ପୂର୍ବରୁ ବିଶ୍ବକପ୍‌ର ଆଉ ତିନୋଟି ମ୍ୟାଚ୍‌ ବର୍ଷା ଯୋଗୁଁ ବାତିଲ୍‌ ହୋଇଛି। ପାକିସ୍ତାନ ବନାମ ଶ୍ରୀଲଙ୍କା, ବାଂଲାଦେଶ ଓ ଶ୍ରୀଲଙ୍କା ଏବଂ ଦକ୍ଷିଣ ଆଫ୍ରିକା ବନାମ ୱେଷ୍ଟଇଣ୍ଡିଜ୍ ମ୍ୟାଚ୍‌ ବର୍ଷା ଯୋଗୁଁ ବାତିଲ୍‌ ହୋଇଥିଲା।