ଅନ୍ତିମ ଟି 20ରେ ନ୍ୟୁଜିଲ୍ୟାଣ୍ଡ ସମ୍ମୁଖରେ 163 ରନ୍‌ର ବିଜୟ ଲକ୍ଷ୍ୟ

Published: Feb 2, 2020, 2:10 pm IST

ବେ ଓଭାଲ : ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଅନୁଷ୍ଠିତ ଟି 20 ଶୃଙ୍ଖମଳାର ନିର୍ଣ୍ଣାୟକ ମୁକାବିଲାରେ ନ୍ୟୁଜିଲ୍ୟାଣ୍ଡ ସମ୍ମୁଖରେ 163 ରନ୍‌ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି ଭାରତ । ଓପନିଂ କରୁଥିବା ସାମସନ୍‌-ରାହୁଲ କ୍ରିଜ୍‌ରେ ବେଶୀ ସମୟ ତିଷ୍ଠି ପାରିନଥିଲେ । ସାମସନ୍‌ ମାତ୍ର 2 ରନ୍‌ କରି ନିଜର ଓ୍ବିକେଟ୍‌ ଫୋପାଡିଥିବା ବେଳେ ତୃତୀୟ ଓ୍ବିକେଟ୍‌ରେ ରାହୁଲ୍‌ ଏବଂ ରୋହିତ 88 ରନ୍‌ ଯୋଡିଥିଲେ । ରାହୁଲ୍‌ ନିଜର ଚମତ୍କାର ଫର୍ମ ବଜାୟ ରଖି 33ଟି ବଲ୍‌ରୁ 45 ରନ୍‌ ସଂଗ୍ରହ କରିଥିଲେ । ଏହା ମଧ୍ୟରେ 4ଟି ଚୌକା ଏବଂ 2ଟି ଛକ୍କା ସାମିଲ ଥିଲା । ଅଧିନାୟକ ରୋହିତ ଶର୍ମା 41 ବଲ୍‌ରୁ 60 ରନ୍‌ ସଂଗ୍ରହ କରିଥିଲେ । ନିଜ ଇନିଂସରେ ରୋହିତ 3ଟି ଲେଖାଏଁ ଛକ୍କା ଏବଂ ଚୌକା ମାରିଥିଲେ । ବିପଜ୍ଜନକ ପାଲଟି ଆସୁଥିବା ବେଳେ ଆହତ ହୋଇ ରୋହିତ ଶର୍ମା ପ୍ୟାଭିଲିୟନ୍‌ ଫେରିବାରୁ ଭାରତର ରନ୍‌ହାର ଧୀମେଇ ଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଶ୍ରେୟସ୍‌ ଆୟାର 31ଟି ବଲ୍‌ର ସମ୍ମୁଖୀନ ହୋଇ 1 ଚୌକା ଏବଂ 2ଟି ଛକ୍କା ସହାୟତାରେ 33 ରନ୍‌ ସଂଗ୍ରହ କରିଥିଲେ । ନ୍ୟୁଜିଲ୍ୟାଣ୍ଡ ପକ୍ଷରୁ କୁଗଲେଇନ୍‌ 2ଟି ଏବଂ ହାମିଶ ବେନେଟ୍‌ ଗୋଟିଏ ଓ୍ବିକେଟ୍‌ ଅକ୍ତିଆର କରିଥିଲେ । (ଏଜେନ୍ସୀ)

Related posts