ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଅନ୍ତିମ ଦିନିକିଆ : କ୍ଲିନ୍‌ ସୁଇପ୍‌ ରୋକିବା ଲକ୍ଷ୍ୟରେ ଭାରତ

Published: Feb 10, 2020, 4:55 pm IST

ମାଉଣ୍ଟ ମନ୍‌ଗାଉନି : ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଅନୁଷ୍ଠିତ ଦିନିକିଆ ସିରିଜ୍‌ର ତୃତୀୟ ମୁକାବିଲା ଆସନ୍ତା କାଲି ବେ ଓଭାଲ୍‌ରେ ଅନୁଷ୍ଠିତ ହୋଇଯାଇଛି । ମଙ୍ଗଳବାର ବେ ଓଭାଲରେ ଅନୁଷ୍ଠିତ ହେବାକୁ ଥିବା ଏହି ମ୍ୟାଚ୍‌ରେ ଭାରତ ସମ୍ମାନ ରଖିବା ପାଇଁ ଚେଷ୍ଟା କରିବ । ଏହି ମ୍ୟାଚ୍‌ରେ ବିଜୟୀ ହୋଇ କ୍ଲିନ୍‌ ସୁଇପ୍‌ ଲକ୍ଷ୍ୟରେ ରହିଛି ଟମ୍‌ ଲାଥାମ୍‌ଙ୍କ ନ୍ୟୁଜିଲ୍ୟାଣ୍ଡ । ପ୍ରଥମ ମ୍ୟାଚ୍‌ରେ ଭାରତ 347 ରନ୍‌ ସଂଗ୍ରହ କରି ପରାଜିତ ହୋଇଥିବା ବେଳେ ଦ୍ବିତୀୟ ମ୍ୟାଚ୍‌ରେ ଭାରତୀୟ ମିଡିଲ ଅର୍ଡର ବିଫଳ ହେବା କାରଣରୁ ଭାରତ ଦ୍ବିତୀୟ ମ୍ୟାଚ୍‌ରେ 278 ରନ୍‌ର ବିଜୟ ଲକ୍ଷ୍ୟର ପିଛା କରିବାରେ ବିଫଳ ହୋଇଥିଲା । ଅନ୍ତିମ ମ୍ୟାଚ୍‌ରେ ଭାରତକୁ ଭଲ ପ୍ରଦର୍ଶନ କରିବାକୁ ହେଲେ ଭାରତୀୟ ଅଧିନାୟକ କୋହଲିଙ୍କ ବ୍ୟାଟରୁ ରନ୍‌ ବାହାରିବା ଜରୁରୀ । ଭାରତୀୟ ବୋଲର ଭଲ ପ୍ରଦର୍ଶନ କରିଥିବା ବେଳେ ବ୍ୟାଟିଂରେ କେଦାର ଯାଦବଙ୍କ ସ୍ଥାନରେ ମନୀଷ ପାଣ୍ଡେଙ୍କୁ ସାମିଲ କରାଯାଇପାରେ ବୋଲି ଜଣାପଡିଛି । (ଏଜେନ୍ସି)

Related posts