Categories
ଆଜିର ଖବର ଖେଳ

ବିରାଟ କୋହଲିଙ୍କୁ ପଛରେ ପକାଇ ଏକ ନମ୍ବର ସ୍ଥାନରେ ସ୍ମିଥ୍‌

ମୁମ୍ବାଇ : ଆଇସିସି ପକ୍ଷରୁ ସଦ୍ୟ ପ୍ରକାଶିତ ଟେଷ୍ଟ ରାଙ୍କିଙ୍ଗରେ କୋହଲିଙ୍କୁ ପଦଚ୍ୟୁତ କରି ଏକ ନମ୍ବର ସ୍ଥାନକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି ପୂର୍ବତନ ଅଷ୍ଟ୍ରେଲୀୟ ଅଧିନାୟକ ଷ୍ଟିଭ୍‌ ସ୍ମିଥ୍‌ । ସ୍ମିଥ୍‌ 911 ପଏଣ୍ଟ ସହିତ ପ୍ରଥମ ସ୍ଥାନକୁ ଉନ୍ନୀତ ହୋଇଥିବା ବେଳେ ବିରାଟ୍‌ କୋହଲି 906 ପଏଣ୍ଟ ସହିତ ଦ୍ବିତୀୟ ସ୍ଥାନରେ ରହିଛନ୍ତି । ନ୍ୟୁଜିଲ୍ୟାଣ୍ଡ ଅଧିନାୟକ କେନ୍‌ ଓ୍ବିଲିୟମ୍‌ସନ୍‌ ତୃତୀୟ ସ୍ଥାନରେ ରହିଥିବା ବେଳେ ଇନ୍‌ଫର୍ମ ବ୍ୟାଟ୍ସମ୍ୟାନ୍‌ ମାର୍ନସ୍‌ ଲାବୁଶ୍ଚାଞ୍ଜେ ଚତୁର୍ଥ ସ୍ଥାନରେ ରହିଛନ୍ତି । ଅନ୍ୟ ଭାରତୀୟ ବ୍ୟାଟ୍ସମ୍ୟାନ୍‌ଙ୍କ ମଧ୍ୟରେ ଆଜିଙ୍କ୍ୟ ରାହାଣେ, ଚେତେଶ୍ବର ପୂଜାରା ଏବଂ ମୟଙ୍କ ଅଗ୍ରଓ୍ବାଲ ଯଥାକ୍ରମେ ଅଷ୍ଟମ, ନବମ ଏବଂ ଦଶମ ସ୍ଥାନରେ ରହିଛନ୍ତି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ପରାଜୟକୁ ସକରାତ୍ମକ ଭାବରେ ଗ୍ରହଣ କରିବା ଉଚିତ୍‌ : କୋହ୍‌ଲି

ଓ୍ବେଲିଂଟନ୍‌ : ନ୍ୟୁଜିଲ୍ୟାଣ୍ଡ ଟେଷ୍ଟ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ପରାଜିତ ହେବା ପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଭାରତୀୟ ଦଳର ସମର୍ଥକ ମାନେ ଯଦି ଗୋଟିଏ ପରାଜୟ ପରେ ହତୋତ୍ସାହିତ ହୋଇ ଦଳକୁ ସମାଲୋଚନା କରିବା ଆରମ୍ଭ କରିବେ ତେବେ ଏହା କ୍ରିକେଟ ପାଇଁ ଶୁଭ ସୂଚନା ନୁହେଁ । ପରାଜୟକୁ ସମର୍ଥକ ମାନେ ସକରାତ୍ମକ ଭାବରେ ଗ୍ରହଣ କରିବା ଉଚିତ୍‌ ବୋଲି କୋହ୍‌ଲି ପ୍ରକାଶ କରିଛନ୍ତି । ପ୍ରଥମ ଟେଷ୍ଟରେ ଘରୋଇ ନ୍ୟୁଜିଲ୍ୟାଣ୍ଡ ଶୋଚନୀୟ ଭାବରେ ଭାରତକୁ 10 ଓ୍ବିକେଟରେ ପରାସ୍ତ କରିଥିଲା । ଅଧିନାୟକ ବିରାଟ୍‌ କୋହଲିଙ୍କ ସମେତ ଟପ୍‌ ଏବଂ ମିଡିଲ ଅର୍ଡର ବିଫଳ ହେବା କାରଣରୁ ଭାରତ ଏହି ମ୍ୟାଚ୍‌ରେ ପରାଜୟ ବରଣ କରିଥିଲା । ଏହି ପରାଜୟ ସହିତ ଟେଷ୍ଟ ଚାମ୍ପିୟନ୍‌ସିପ୍‌ରେ ଭାରତ ପ୍ରଥମ ପରାଜୟ ବରଣ କରିଥିଲା । ବିଜୟ ଏବଂ ପରାଜୟ କ୍ରିକେଟର ଏକ ଅଂଶ । ତେଣୁ ଏହାକୁ ନେଇ ଅଧିକ ଭାବପ୍ରବଣ ହେବା ଅନୁଚିତ ବୋଲି କୋହଲି ପ୍ରକାଶ କରିଛନ୍ତି । (ଏଜେନ୍ସି)

Categories
ଆଜିର ଖବର ଖେଳ

ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଅନ୍ତିମ ଦିନିକିଆ : କ୍ଲିନ୍‌ ସୁଇପ୍‌ ରୋକିବା ଲକ୍ଷ୍ୟରେ ଭାରତ

ମାଉଣ୍ଟ ମନ୍‌ଗାଉନି : ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଅନୁଷ୍ଠିତ ଦିନିକିଆ ସିରିଜ୍‌ର ତୃତୀୟ ମୁକାବିଲା ଆସନ୍ତା କାଲି ବେ ଓଭାଲ୍‌ରେ ଅନୁଷ୍ଠିତ ହୋଇଯାଇଛି । ମଙ୍ଗଳବାର ବେ ଓଭାଲରେ ଅନୁଷ୍ଠିତ ହେବାକୁ ଥିବା ଏହି ମ୍ୟାଚ୍‌ରେ ଭାରତ ସମ୍ମାନ ରଖିବା ପାଇଁ ଚେଷ୍ଟା କରିବ । ଏହି ମ୍ୟାଚ୍‌ରେ ବିଜୟୀ ହୋଇ କ୍ଲିନ୍‌ ସୁଇପ୍‌ ଲକ୍ଷ୍ୟରେ ରହିଛି ଟମ୍‌ ଲାଥାମ୍‌ଙ୍କ ନ୍ୟୁଜିଲ୍ୟାଣ୍ଡ । ପ୍ରଥମ ମ୍ୟାଚ୍‌ରେ ଭାରତ 347 ରନ୍‌ ସଂଗ୍ରହ କରି ପରାଜିତ ହୋଇଥିବା ବେଳେ ଦ୍ବିତୀୟ ମ୍ୟାଚ୍‌ରେ ଭାରତୀୟ ମିଡିଲ ଅର୍ଡର ବିଫଳ ହେବା କାରଣରୁ ଭାରତ ଦ୍ବିତୀୟ ମ୍ୟାଚ୍‌ରେ 278 ରନ୍‌ର ବିଜୟ ଲକ୍ଷ୍ୟର ପିଛା କରିବାରେ ବିଫଳ ହୋଇଥିଲା । ଅନ୍ତିମ ମ୍ୟାଚ୍‌ରେ ଭାରତକୁ ଭଲ ପ୍ରଦର୍ଶନ କରିବାକୁ ହେଲେ ଭାରତୀୟ ଅଧିନାୟକ କୋହଲିଙ୍କ ବ୍ୟାଟରୁ ରନ୍‌ ବାହାରିବା ଜରୁରୀ । ଭାରତୀୟ ବୋଲର ଭଲ ପ୍ରଦର୍ଶନ କରିଥିବା ବେଳେ ବ୍ୟାଟିଂରେ କେଦାର ଯାଦବଙ୍କ ସ୍ଥାନରେ ମନୀଷ ପାଣ୍ଡେଙ୍କୁ ସାମିଲ କରାଯାଇପାରେ ବୋଲି ଜଣାପଡିଛି । (ଏଜେନ୍ସି)

Categories
ଆଜିର ଖବର ଖେଳ

19 ବର୍ଷରୁ କମ୍ ଭାରତୀୟ ଦଳକୁ ଶୁଭେଚ୍ଛା ଜଣାଇଲେ ସଚିନ୍‌, କୋହଲି ଓ ଶାସ୍ତ୍ରୀ

ନୂଆଦିଲ୍ଲୀ : 19 ବର୍ଷରୁ କମ୍‌ ବିଶ୍ବକପ୍‌ର ଫାଇନାଲ୍‌ ମ୍ୟାଚ୍‌ ପୂର୍ବରୁ ଭାରତୀୟ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି କ୍ରିକେଟ କିମ୍ବଦନ୍ତୀ ସଚିନ୍‌ ତେନ୍ଦୁଲକର । କେବଳ ତେନ୍ଦୁଲକର ନୁହନ୍ତି ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଏବଂ କୋଚ୍‌ ରବି ଶାସ୍ତ୍ରୀ ମଧ୍ୟ ଭାରତୀୟ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି । ଟ୍ବିଟ୍ଟର ଜରିଆରେ ସଚିନ୍‌ ଟିମ୍‌କୁ ଶୁଭେଚ୍ଛା ଜଣାଇଛନ୍ତି । ଭାରତୀୟ ଦଳ ନିଜର ଚମତ୍କାର ଫର୍ମ ବଜାୟ ରଖି ଟୁର୍ଣ୍ଣାମେଣ୍ଟରେ ବିଜୟ ହାସଲ କରୁ ବୋଲି ମୁଁ କାମନା କରୁଛି ବୋଲି ସଚିନ୍‌ ଟ୍ବିଟ୍‌ କରିଛନ୍ତି । ସେହିପରି ଭାରତୀୟ ଅଧିନାୟକ ବିରାଟ କୋହଲି ଏବଂ କୋଚ୍‌ ରବି ଶାସ୍ତ୍ରୀ ଏକ ଭିଡିଓ ମେସେଜ୍‌ ଜରିଆରେ ଭାରତୀୟ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି । (ଏଜେନ୍ସି)

Categories
ଆଜିର ଖବର ଖେଳ

ଆଇସିସି ଟେଷ୍ଟ ରାଙ୍କିଙ୍ଗ : ଏକ ନମ୍ବର ସ୍ଥାନ ବଜାୟ ରଖିଲେ କୋହଲି

ମୁମ୍ବାଇ : ଆଇସିସି ପକ୍ଷରୁ ନୂତନ ଟେଷ୍ଟ ରାଙ୍କିଙ୍ଗ ଶୁକ୍ରବାର ପ୍ରକାଶ ପାଇଛି । ସଦ୍ୟ ପ୍ରକାଶିତ ରାଙ୍କିଙ୍ଗରେ ଭାରତୀୟ ଅଧିନାୟକ ବିରାଟ କୋହଲି ଏକ ନମ୍ବର ସ୍ଥାନ ବଜାୟ ରଖିଛନ୍ତି । ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ ଷ୍ଟିଭ୍‌ ସ୍ମିଥ୍‌ ଦ୍ବିତୀୟ ସ୍ଥାନରେ ରହିଥିବା ବେଳେ ମାର୍ନସ ଲାବୁଶ୍ଚାଞ୍ଜେ ତୃତୀୟ ସ୍ଥାନରେ ରହିଛନ୍ତି । ନିକଟରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଉନ୍ନତ ପ୍ରଦର୍ଶନ କରିଥିବା ବେନ୍‌ ଷ୍ଟୋକ୍‌ସ ଅଲରାଉଣ୍ଡରଙ୍କ ତାଲିକାରେ ତୃତୀୟ ସ୍ଥାନକୁ ଉନ୍ନୀତ ହୋଇଛି । କୋହଲିଙ୍କ ବ୍ୟତିତ ଚେତେଶ୍ବର ପୂଜାରା ଏବଂ ଆଜିଙ୍କ୍ୟ ରାହାଣେ ଟପ୍‌ଟେନ୍‌ରେ ରହିଛନ୍ତି । ଚେତେଶ୍ବର ପୂଜାରା ପୂଜାରା ପୂର୍ବବତ୍‌ ଷଷ୍ଠ ସ୍ଥାନରେ ରହିଥିବା ବେଳେ ଆଜିଙ୍କ୍ୟ ରାହାଣେ ଗୋଟିଏ ସ୍ଥାନ ଉପରକୁ ଉଠି ଅଷ୍ଟମ ସ୍ଥାନରେ ରହିଛନ୍ତି । (ଏଜେନ୍ସୀ)

Categories
ଆଜିର ଖବର ଖେଳ

ନିର୍ଣ୍ଣାୟକ ମୁକାବିଲାରେ ଟସ୍‌ ଜିତି ଅଷ୍ଟ୍ରେଲିଆର ବ୍ୟାଟିଂ ନିଷ୍ପତ୍ତି

ବେଙ୍ଗାଲୁରୁ : ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଦିନିକିଆ ଶୃଙ୍ଖଳାର ନିର୍ଣ୍ଣାୟକ ମୁକାବିଲାରେ ଟସ୍‌ ଜିତି ଅଷ୍ଟ୍ରେଲିଆ ବ୍ୟାଟିଂ ନିଷ୍ପତ୍ତି ନେଇଛି । ବେଙ୍ଗାଲୁରୁର ଏମ୍‌ ଚିନ୍ନାସ୍ବାମୀ ଷ୍ଟାଡିୟମ୍‌ରେ ଅନୁଷ୍ଠିତ ଶୃଙ୍ଖଳାର ନିର୍ଣ୍ଣାୟକ ମୁକାବିଲାରେ ଭାରତ କ୍ଷେତ୍ରରକ୍ଷଣ କରିବ । ଅଷ୍ଟ୍ରେଲିଆ ପକ୍ଷରୁ ଏହି ମ୍ୟାଚ୍‌ରେ କେନ୍‌ ରିଚାର୍ଡସନ୍‌ଙ୍କ ସ୍ଥାନରେ ଜୋଶ୍‌ ହାଜେଲ୍‌ଉଡ୍‌ଙ୍କୁ ଖେଳାଯାଇଛି । ଭାରତାର ଚୂଡାନ୍ତ ଏକାଦଶରେ କୌଣସି ପରିବର୍ତ୍ତନ କରାଯାଇନାହିଁ । ଘରୋଇ ପରିବେଶରେ ପ୍ରଥମ ଥର ପାଇଁ କେ ଏଲ୍‌ ରାହୁଲ୍‌ ଓ୍ବିକେଟ୍‌ କିପିଂ କରିବାକୁ ଯାଉଛନ୍ତି ।
ଭାରତୀୟ ଦଳ : ରୋହିତ ଶର୍ମା, ଶିଖର ଧଓ୍ବନ୍‌, ବିରାଟ କୋହଲି (ଅଧିନାୟକ), ଲୋକେଶ ରାହୁଲ, ଶ୍ରେୟସ୍‌ ଆୟାର, ମନୀଷ ପାଣ୍ଡେ, ରବୀନ୍ଦ୍ର ଜାଡେଜା, ମହମ୍ମଦ ସାମି, ନବଦୀପ ସାଇନି, କୁଲଦୀପ ଯାଦବ, ଯଶପ୍ରୀତ୍‌ ବୁମ୍‌ରା ।
ଅଷ୍ଟ୍ରେଲିଆ ଦଳ : ଡେଭିଡ୍‌ ଓ୍ବାର୍ଣ୍ଣର, ଆରୋନ୍‌ ଫିଞ୍ଚ(ଅଧିନାୟକ), ମାର୍ନସ୍‌ ଲାବୁଶ୍ଚାଞ୍ଜେ, ଷ୍ଟିଭେନ୍‌ ସ୍ମିଥ୍‌, ଆଷ୍ଟନ ଟର୍ଣ୍ଣର, ଆଲେକ୍ସ କେରୀ, ଆଷ୍ଟନ ଆଗର୍‌, ପ୍ୟାଟ୍‌ କମିନ୍‌ସ, ମିଚେଲ୍‌ ଷ୍ଟାର୍କ, ଜୋସ୍‌ ହାଜେଲ୍‌ଉଡ୍‌, ଆଡାମ୍‌ ଜାମ୍ପା । (ଏଜେନ୍ସୀ)

Categories
ଆଜିର ଖବର ଖେଳ

ଧଓ୍ବନ୍‌,ରାହୁଲ ଏବଂ କୋହଲିଙ୍କ ଅର୍ଦ୍ଧଶତକ : ଅଷ୍ଟ୍ରେଲିଆ ସମ୍ମୁଖରେ 341 ରନ୍‌ର ବିଜୟ ଲକ୍ଷ୍ୟ

ରାଜକୋଟ : ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଅନୁଷ୍ଠିତ ଦିନିକିଆ ଶୃଙ୍ଖଳାର ଦ୍ବିତୀୟ ଦିନିକିଆରେ ଅଷ୍ଟ୍ରେଲିଆ ସମ୍ମୁଖରେ 341 ରନ୍‌ର ବିଜୟଲକ୍ଷ୍ୟ ଧାର୍ଯ୍ୟ କରିଛି ଭାରତ । ଟସ୍‌ ହାରି ପ୍ରଥମେ ବ୍ୟାଟିଂର ଆମନ୍ତ୍ରଣ ପାଇଥିବା ଭାରତ ପକ୍ଷରୁ ଶିଖର ଧଓ୍ବନ୍‌(96), ବିରାଟ କୋହଲି(78) ଏବଂ କେ ଏଲ୍‌ ରାହୁଲ(80) ଅର୍ଦ୍ଧଶତକ ହାସଲ କରିବାରୁ ଭାରତ ନିର୍ଦ୍ଧାରିତ ଓଭରରେ 6 ଓ୍ବିକେଟ ହରାଇ 340 ରନ୍‌ ସଂଗ୍ରହ କରିଛି । ପ୍ରଥମ ଓ୍ବିକେଟ୍‌ରେ ରୋହିତ ଶର୍ମା(42) ଏବଂ ଧଓ୍ବନ୍‌ 81 ରନ୍‌ର ଭାଗିଦାରୀ କରିଥିବା ବେଳେ ଜାମ୍ପା ରୋହିତଙ୍କୁ ଆଉଟ କରି ପ୍ରଥମ ସଫଳତା ଦେଇଥିଲେ । ତୃତୀୟ ଓ୍ବିକେଟ୍‌ରେ ଧଓ୍ବନ୍‌ (96) ଏବଂ କୋହଲି (78) 103 ରନ୍‌ର ଭାଗିଦାରୀ କରିଥିଲେ । ଶତକରୁ ଚାରି ରନ୍‌ ଦୂରରେ ଧଓ୍ବନ୍‌ ଆଉଟ୍‌ ହେବା ପରେ ଶ୍ରେୟସ୍‌ ଆୟର(7) ବିଫଳ ହୋଇଥିଲେ । ପଞ୍ଚମ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ରାହୁଲ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ । ରାହୁଲ 52ଟି ବଲ୍‌ର ସମ୍ମୁଖୀନ 6ଟି ଚୌକା ଏବଂ 3 ଛକ୍କା ସହାୟତାରେ 80 ରନ୍‌ ସଂଗ୍ରହ କରିଥିଲେ । ଅଷ୍ଟ୍ରେଲିଆ ପକ୍ଷରୁ ଆଡାମ ଜାମ୍ପା 50 ରନ୍‌ରେ 3ଟି ଏବଂ କେନ୍‌ ରିଚାର୍ଡସନ୍‌ ଦୁଇଟି ଓ୍ବିକେଟ୍‌ ଅକ୍ତିଆର କରିଥିଲେ । (ଏଜେନ୍ସୀ)

Categories
ଆଜିର ଖବର ଖେଳ

ଧୋନୀ ଯୁଗର ଅବସାନ : ବିସିସିଆଇ କଣ୍ଟ୍ରାକ୍ଟରୁ ବାଦ ପଡିଲେ କ୍ୟାପ୍‌ଟେନ୍‌ କୁଲ୍‌

ମୁମ୍ବାଇ : ଧୋନୀ ଫ୍ୟାନ୍‌ ମାନଙ୍କ ପାଇଁ ଦୁଃସମ୍ବାଦ । କ୍ୟାପ୍‌ଟେନ୍‌ କୁଲ୍‌ ମହେନ୍ଦ୍ର ସିଂ ଧୋନୀ ବିଶ୍ବକପ୍‌ ପରଠାରୁ ଭାରତୀୟ ଜର୍ସିରେ ନଜର ଆସିନଥିବା ବେଳେ ବର୍ତ୍ତମାନ ବିସିସିଆଇର ବାର୍ଷିକ ଚୁକ୍ତିରୁ ବାଦ ପଡିଛନ୍ତି । 2019-20 ବର୍ଷ ପାଇଁ ବିସିସିଆଇ ପକ୍ଷରୁ ଘୋଷିତ ଚୁକ୍ତିନାମାରେ ସମୁଦାୟ 27 ଜଣ ଖେଳାଳିଙ୍କୁ 4ଟି ବର୍ଗରେ ସାମିଲ ରଖାଯାଇଛି । ଏ ପ୍ଲସ୍‌ ବର୍ଗରେ ବିରାଟ କୋହଲି, ରୋହିତ ଶର୍ମା ଏବଂ ଯଶପ୍ରୀତ ବୁମ୍‌ରା ସ୍ଥାନ ପାଇଛନ୍ତି । ସେହିପରି ପ୍ରଥମ ଥର ପାଇଁ ନବଦୀପ ସାଇନି, ମୟଙ୍ଗ ଅଗ୍ରଓ୍ବାଲ, ଶ୍ରେୟସ୍‌ ଆୟାର, ଓ୍ବାଶିଂଟନ୍‌ ସୁନ୍ଦର ଏବଂ ଦୀପକ ଚହର ପ୍ରଥମ ଥର ପାଇଁ ବିସିସିଆଇର ବାର୍ଷିକ ଚୁକ୍ତିରେ ସାମିଲ ହୋଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ. ଏ+ ବର୍ଗରେ ବାର୍ଷିକ 7 କୋଟି ବେତନ  ମିଳୁଥିବା ବେଳେ ଏ, ବି ଏବଂ ସି ବର୍ଗରେ ଖେଳାଳିଙ୍କୁ ଯଥାକ୍ରମେ 5, 3 ଏବଂ 1 କୋଟି ଲେଖାଏଁ ବେତନ ମିଳିଥାଏ ।

ଗ୍ରେଡ୍‌ ଏ+ : ବିରାଟ କୋହଲି, ରୋହିତ ଶର୍ମା, ଯଶପ୍ରୀତ୍‌ ବୁମ୍‌ରା
ଗ୍ରେଡ୍‌ ଏ : ରବିଚନ୍ଦ୍ରନ ଅଶ୍ବିନ୍‌, ରବୀନ୍ଦ୍ର ଜାଡେଜା, ଭୁବନେଶ୍ବର କୁମାର, ଚେତେଶ୍ବର ପୂଜାରା, ଆଜିଙ୍କ୍ୟ ରାହାଣେ, କେ ଏଲ୍‌ ରାହୁଲ, ଶିଖର ଧଓ୍ବନ୍‌, ମହମ୍ମଦ ସାମି, ଇଶାନ୍ତ ଶର୍ମା, କୁଲଦୀପ ଯାଦବ ଏବଂ ଋଷଭ ପନ୍ତ ।
ଗ୍ରେଡ୍‌ ବି : ରିଦ୍ଧିମାନ ଶାହା, ଉମେଶ ଯାଦବ, ୟୁଜବେନ୍ଦ୍ର ଚହଲ, ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ମୟଙ୍କ ଅଗ୍ରଓ୍ବାଲ
ଗ୍ରେଡ୍‌ ସି: କେଦାର ଯାଦବ, ନବଦୀପ ସାଇନି, ଦୀପକ ଚହର, ମନୀଷ ପାଣ୍ଡେ, ହନୁମା ବିହାରୀ, ଶାର୍ଦ୍ଦୁଲ ଠାକୁର, ଶ୍ରେୟସ୍‌ ଆୟାର ଏବଂ ଓ୍ବାଶିଂଟନ୍‌ ସୁନ୍ଦର (ଏଜେନ୍ସି)

Categories
ଆଜିର ଖବର ଖେଳ

ଏକ ନମ୍ବର ମାନ୍ୟତା ବଜାୟ ରଖିଲେ କୋହ୍‌ଲି : ତିନି ନମ୍ବରରେ ଲାବୁଶ୍ଚାଞ୍ଜେ

ନୂଆଦିଲ୍ଲୀ : ଆଇସିସି ପକ୍ଷରୁ ପ୍ରକାଶିତ ନୂତନ ଟେଷ୍ଟ ରାଙ୍କିଙ୍ଗ ବୁଧବାର ପ୍ରକାଶ ପାଇଛି । ସଦ୍ୟ ପ୍ରକାଶିତ ରାଙ୍କିଙ୍ଗରେ ଭାରତୀୟ ଅଧିନାୟକ ବିରାଟ କୋହଲି ଏକ ନମ୍ବର ସ୍ଥାନ ବଜାୟ ରଖିଛନ୍ତି । ଅଷ୍ଟ୍ରେଲୀୟ ଟପ୍‌ ଅର୍ଡର ବ୍ୟାଟ୍ସମ୍ୟାନ୍‌ ମାର୍ନସ ଲାବୁଶ୍ଚାଞ୍ଜେ ଆଶ୍ଚର୍ଯ୍ୟଜନକ ଭାବରେ ତୃତୀୟ ସ୍ଥାନରେ ରହିଛନ୍ତି । 928 ପଏଣ୍ଟ ସହିତ କୋହଲି ପ୍ରଥମ ସ୍ଥାନ ବଜାୟ ରଖିଥିବା ବେଳେ ଷ୍ଟିଭ୍‌ ସ୍ମିଥ୍‌ 911 ପଏଣ୍ଟ ସହିତ ଦ୍ବିତୀୟ ସ୍ଥାନରେ ରହିଛନ୍ତି । ସେହିପରି ନିକଟରେ ସମାପ୍ତ ନ୍ୟୁଜିଲ୍ୟାଣ୍ଡ ସିରିଜ୍‌ରେ ପ୍ରଥମ ଦ୍ବିଶତକ ହାସଲ କରିଥିବା ଲାବୁଶ୍ଚାଞ୍ଜେ ତୃତୀୟ ସ୍ଥାନକୁ ଉନ୍ନୀତ ହୋଇଛନ୍ତି । 6 ଇନିଂସରୁ ଲାବୁଶ୍ଚାଞ୍ଜେ 549 ରନ୍‌ ସଂଗ୍ରହ କରି ପ୍ଲେୟାର ଅଫ୍‌ ଦ ସିରିଜ୍‌ ହୋଇଥିଲେ । ଅନ୍ୟ ଭାରତୀୟ ଖେଳାଳିଙ୍କ ମଧ୍ୟରେ ଚେତେଶ୍ବର ପୂଜାରା ଏବଂ ଆଜିଙ୍କ୍ୟ ରାହାଣେ ଟପ୍‌ ଟେନ୍‌ରେ ରହିଛନ୍ତି । ପୂଜାରା ଷଷ୍ଠ ସ୍ଥାନରେ ରହିଥିବା ବେଳେ ରାହାଣେ ନବମ ସ୍ଥାନକୁ ଖସିଛନ୍ତି । (ଏଜେନ୍ସୀ)

Categories
ଆଜିର ଖବର

ଦଶନ୍ଧିର ଶ୍ରେଷ୍ଠ ଦଳ ଘୋଷଣା କଲା ସିଏ: ଦିନିକିଆରେ ଧୋନୀ ଏବଂ ଟେଷ୍ଟରେ କୋହଲି ଅଧିନାୟକ

ନୂଆଦିଲ୍ଲୀ,24/12: କ୍ରିକେଟ ଅଷ୍ଟ୍ରେଲିଆ ପକ୍ଷରୁ ଦଶନ୍ଧିର ଶ୍ରେଷ୍ଠ ଟେଷ୍ଟ ଏବଂ ଦିନିକିଆ ଏକାଦଶ ଘୋଷଣା କରାଯାଇଛି। ବିରାଟ କୋହଲିଙ୍କୁ ଟେଷ୍ଟ ଦଳର ଅଧିନାୟକ ଘୋଷଣା କରାଯାଇଥିବା ବେଳେ ମହେନ୍ଦ୍ର ସିଂ ଧୋନୀଙ୍କୁ ଦିନିକିଆ ଦଳର ଅଧିନାୟକ ଘୋଷଣା କରାଯାଇଛି। କ୍ରିକେଟ ଅଷ୍ଟ୍ରେଲିଆ ପକ୍ଷରୁ ସୋମବାର ଟେଷ୍ଟ ଏକାଦଶ ଘୋଷଣା କରାଯାଇଥିବା ବେଳେ ମଙ୍ଗଳବାର ଦିନ ଦିନିକିଆ ଏକାଦଶ ଘୋଷଣା କରାଯାଇଛି। ସେହିପରି ଟେଷ୍ଟ ଏକାଦଶରେ ସଚିନ୍‌ ତେନ୍ଦୁଲକର, ଭିଭିଏସ୍‌ ଲକ୍ଷ୍ମଣ ଏବଂ ରାହୁଲ ଦ୍ରାବିଡଙ୍କୁ ଏହି ଏକାଦଶରେ ସାମିଲ କରାଯାଇନଥିବାରୁ ସୋସିଆଲ ମିଡିଆରେ ଏହାକୁ ସମାଲୋଚନା କରାଯାଇଥିଲା। କୋହଲି 2019 ସୁଦ୍ଧା 84ଟି ଟେଷ୍ଟ ଖେଳି 55 ହାରରେ 7202 ରନ୍‌ ସଂଗ୍ରହ କରିଛନ୍ତି। ସେହିପରି 2011 ବିଶ୍ବକପ୍‌ ବିଜୟୀ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କୁ ଦିନିକିଆ ଦଳର ଅଧିନାୟକ ବୋଲି ଘୋଷଣା କରାଯାଇଛି। 2019 ସୁଦ୍ଧା ଧୋନୀ ଭାରତ ପାଇଁ 350 ଦିନିକିଆ, 90ଟି ଟେଷ୍ଟ ଏବଂ 98ଟି ଟି 20 ମୁକାବିଲା ଖେଳିଛନ୍ତି।

ଦିନିକିଆ ଦଳ: ଏମ୍‌ ଏସ ଧୋନୀ, ରୋହିତ ଶର୍ମା, ହାସିମ ଆମଲା, ବିରାଟ କୋହଲି, ଏବି ଡିଭିଲିୟର୍ସ, ସାକିବ୍‌ ଅଲ୍‌ ହାସନ୍‌, ଜୋସ୍‌ ବଟଲର୍‌, ରଶିଦ୍‌ ଖାନ୍‌, ମିଚେଲ୍‌ ଷ୍ଟାର୍କ, ଟ୍ରେଣ୍ଟ ବୋଲ୍ଟ ଏବଂ ଲଶିଥ ମାଲିଙ୍ଗା।

ଟେଷ୍ଟ ଦଳ: ବିରାଟ କୋହଲି, ଆଲେଷ୍ଟେୟାର କୁକ୍‌, ଡେଭିଡ୍‌ ଓ୍ବାର୍ଣ୍ଣର, କେନ୍‌ ଓ୍ବିଲିୟମ୍‌ସନ୍‌, ଷ୍ଟିଭ୍‌ ସ୍ମିଥ, ଏବି ଡିଭିଲିୟର୍ସ, ବେନ୍‌ ଷ୍ଟୋକ୍ସ, ଡେଲ୍‌ ଷ୍ଟେନ୍‌, ନାଥାନ୍‌ ଲିୟନ୍‌, ଜେମ୍ସ ଆଣ୍ଡରସନ୍‌ (ଏଜେନ୍ସୀ)

Categories
ଆଜିର ଖବର

ବାରବାଟୀ ଦିନିକିଆ : ଟସ୍‌ ଜିତି କୋହ୍‌ଲିଙ୍କ ବୋଲିଂ ନିଷ୍ପତ୍ତି

ସମୀକ୍ଷା ବ୍ୟୁରୋ
କଟକ,22/12 : ଭାରତ ଏବଂ ଓ୍ବେଷ୍ଟଇଣ୍ଡିଜ୍‌ ମଧ୍ୟରେ ଅନୁଷ୍ଠିତ ଅନ୍ତିମ ତଥା ନିର୍ଣ୍ଣାୟକ ମ୍ୟାଚ୍‌ରେ ଭାରତ ଟସ୍‌ ଜିତିଛି । ଅଧିନାୟକ ବିରାଟ କୋହଲି ଟସ୍‌ ଜିତି ପ୍ରଥମେ ଫିଲ୍ଡିଂର ନିଷ୍ପତ୍ତି ନେଇଛନ୍ତି । ଦ୍ବିତୀୟାର୍ଦ୍ଧରେ କାକର ପଡିବାର ଥିବାରୁ ପ୍ରଥମେ କ୍ଷେତ୍ରରକ୍ଷଣ ସଠିକ୍‌ ନିଷ୍ପତ୍ତି ବୋଲି କୋହଲି କହିଛନ୍ତି । ପିଚ୍‌ ବ୍ୟାଟିଂ ଅନୁକୂଳ ହୋଇଥିବାରୁ ଏକ ହାଇ ସ୍କୋରିଂ ମ୍ୟାଚ୍‌ ଦେଖିବାକୁ ମିଳିବ । ଓ୍ବେଷ୍ଟଇଣ୍ଡିଜ୍‌ ପକ୍ଷରୁ ଏହାର ଏକାଦଶରେ କୌଣସି ପରିବର୍ତ୍ତନ କରାଯାଇନଥିବା ବେଳେ ଭାରତ ପକ୍ଷରୁ ନବଦୀପ୍‌ ସାଇନି ଅନ୍ତର୍ଜାତୀୟ ପଦାର୍ପଣ କରିଛନ୍ତି । ଆହତ ଦୀପକ ଚହରଙ୍କ ସ୍ଥାନରେ ନବଦୀପ ପଦାର୍ପଣ କରିଛନ୍ତି ।

Categories
ଆଜିର ଖବର

ଇଶାନ୍ତ ଏବଂ ଉମେଶଙ୍କ ପାଞ୍ଚ ଓ୍ବିକେଟ୍‌ ସଫଳତା : ପିଙ୍କ ବଲ୍‌ ଟେଷ୍ଟ ସହିତ ସିରିଜ୍‌ ଜିତିଲା ଭାରତ

କଲିକତା,24/11: ଭାରତ ଏବଂ ବାଂଲାଦେଶ ମଧ୍ୟରେ ଅନୁଷ୍ଠିତ ଦିବାରାତ୍ର ଟେଷ୍ଟରେ ବିଜୟୀ ହୋଇଛି ବିରାଟ କୋହଲିଙ୍କ ଭାରତୀୟ ଦଳ । କଲିକତାର ଇଡେନ୍‌ ଗାର୍ଡେନ୍‌ରେ ଅନୁଷ୍ଠିତ ଏହି ମ୍ୟାଚରେ ଭାରତ ଏକ ଇନିଂସ ଏବଂ 46 ରନ୍‌ରେ ବିଜୟୀ ହୋଇଛି । 241 ରନ୍‌ ପଛରେ ରହିଥିବା ବାଂଲାଦେଶ 195 ରନ୍‌ରେ ଅଲଆଉଟ ହେବାରୁ ଭାରତ ଇନିଂସ ଏବଂ 46 ରନ୍‌ରେ ବିଜୟୀ ହୋଇଛି । ପ୍ରଥମ ଇନିଂସରେ ଭାରତ ପକ୍ଷରୁ ଇଶାନ୍ତ ଶର୍ମା ପାଞ୍ଚ ଓ୍ବିକେଟ୍‌ ଅକ୍ତିଆର କରିଥିବା ବେଳେ ଦ୍ବିତୀୟ ଇନିଂସରେ ଉମେଶ ଯାଦବ ପାଞ୍ଚ ଓ୍ବିକେଟ୍‌ ଅକ୍ତିଆର କରିଥିଲେ । ଉଭୟଙ୍କ ବ୍ୟତୀତ ଅଧିନାୟକ ବିରାଟ କୋହଲି 136 ରନ୍‌ର ଇନିଂସ ଖେଳିଥିଲେ । ପ୍ରଥମ ଥର ଭାରତୀୟ ପେସର ମାନେ 19ଟି ଓ୍ବିକେଟ ଅକ୍ତିଆର କରିଥିଲେ । ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ବାଂଲାଦେଶ ମାତ୍ର 106 ରନ୍‌ରେ ଅଲଆଉଟ ହୋଇଥିଲା । ଭାରତ ପକ୍ଷରୁ ଇଶାନ୍ତ ଶର୍ମା 5 ଓ୍ବିକେଟ ଅକ୍ତିଆର କରିଥିଲେ । ଜବାବରେ ଅଧିନାୟକ ବିରାଟ କୋହଲିଙ୍କ(136), ପୂଜାରା(55) ଏବଂ ରାହାଣେ(51)ଙ୍କ ବ୍ୟାଟିଂ ଫଳରେ ଭାରତ 347/9ରେ ଇନିଂସ ଘୋଷଣା କରିଥିଲା । 241 ରନ୍‌ ପଛରେ ରହିଥିବା ବଂଲାଦେଶ ଗତକାଲି 152 ରନ୍‌ରେ 6ଟି ଓ୍ବିକେଟ ହରାଇଥିଲା ।

ଆଜି ସକାଳୁ ବଳକା 4ଓ୍ବିକେଟ୍‌ ଇଶାନ୍ତ ଏବଂ ଉମେଶ ନିଜ ମଧ୍ୟରେ ବାଣ୍ଟି ନେଇଥିଲେ । ଇଶାନ୍ତଙ୍କୁ 9ଟି ଏବଂ ଉମେଶଙ୍କୁ8ଟି ଓ୍ବିକେଟ ମିଳିଥିବା ବେଳେ ସାମି ବଳକା 2ଟି ଓ୍ବିକେଟ ଅକ୍ତିଆର କରିଥିଲେ । ଇଶାନ୍ତ ଶର୍ମାଙ୍କୁ ମ୍ୟାଚ ଏବଂ ସିରିଜ୍‌ର ଶ୍ରେଷ୍ଠ ଖେଳାଳି ଘୋଷିତ କରାଯାଇଥିଲା ।(ଏଜେନ୍ସୀ)

Categories
ଆଜିର ଖବର

ବିରାଟ କୋହଲିଙ୍କ 70 ତମ ଅନ୍ତରାଷ୍ଟ୍ରୀୟ ଶତକ : 175 ରନ୍‌ରେ ଆଗୁଆ ଭାରତ

କଲିକତା,23/11 : କଲିକତାର ଇଡେନ ଗାର୍ଡେନ୍‌ରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଅନୁଷ୍ଠିତ ଟେଷ୍ଟ ମ୍ୟାଚ୍‌ରେ ଭାରତୀୟ ଅଧିନାୟକ ବିରାଟ କୋହଲି ଶତକ ଅର୍ଜନ କରିଛନ୍ତି । ନିଜ ଟେଷ୍ଟ କ୍ୟାରିୟରର 26 ତମ ଶତକ ସହିତ ଅନ୍ତର୍ଜାତିୟ ସର୍କିଟ୍‌ରେ କୋହଲି ନିଜର 70 ତମ ଶତକ ପୂରଣ କରିଛନ୍ତି । କୋହଲିଙ୍କ ଶତକ ଫଳରେ ଭାରତ 4 ଓ୍ବିକେଟ୍‌ ହରାଇ 283 ରନ୍‌ ସଂଗ୍ରହ କରିଛି । ଦ୍ରୁତ ବୋଲର ଇଶାନ୍ତ ଶର୍ମାଙ୍କ 5 ଓ୍ବିକେଟ ଅକ୍ତିଆର ଫଳରେ ବାଂଲାଦେଶ 106 ରନ୍‌ରେ ସମସ୍ତ ଓ୍ବିକେଟ ହରାଇଥିଲା । ଦ୍ବିତୀୟ ଦିନରେ କୋହଲିଙ୍କ ବ୍ୟତିତ ଉପ ଅଧିନାୟକ ଆଜିଙ୍କ୍ୟ ରାହାଣେ(51) ରନ୍‌ ସଂଗ୍ରହ କରିଥିଲେ । ବାଂଲାଦେଶ ପକ୍ଷରୁ ଇବାଦତ ହୋସେନ୍‌ ସର୍ବାଧିକ 2ଟି ଓ୍ବିକେଟ ଅକ୍ତିଆର କରିଥିଲେ । (ଏଜେନ୍ସୀ)

Categories
ଆଜିର ଖବର

ଐତିହାସିକ ଦିବାରାତ୍ର ଟେଷ୍ଟ : ଟସ୍‌ ଜିତି ବାଂଲାଦେଶର ବୋଲିଂ ନିଷ୍ପତ୍ତି

କୋଲକାତା,22/11 ଭାରତ ଏବଂ ବାଂଲାଦେଶ ମଧ୍ୟରେ ଅନୁଷ୍ଠିତ ହେଉଥିବା ଐତିହାସିକ ଦିବାରାତ୍ର ଟେଷ୍ଟରେ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛି ବାଂଲାଦେଶ । ବାଂଲା ଅଧିନାୟକ ମୋମିନୁଲ ହକ୍‌ ଟସ୍‌ ଜିତି ବ୍ୟାଟିଂର ନିଷ୍ପତ୍ତି ନେଇଛନ୍ତି । ଭାରତ ଗତ ମ୍ୟାଚ୍‌ର ଏକାଦଶ ସହିତ ପଡିଆକୁ ଓହ୍ଲାଇଥିବା ବେଳେ ବାଂଲାଦେଶ ଟିମ୍‌ରେ ଦୁଇଟି ପରିବର୍ତ୍ତନ କରିଛି । ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି, ସଚିନ୍‌ ତେନ୍ଦୁଲକର, ବାଂଲାଦେଶ ମୁଖ୍ୟମନ୍ତ୍ରୀ ଶେଖ୍‌ ହସିନା ଏବଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରମୁଖ ଏହି ମ୍ୟାଚ୍‌ ଦେଖିବା ପାଇଁ ଉପସ୍ଥିତ ଅଛନ୍ତି । ଟସ୍‌ ପରେ ମମତା ଏବଂ ହସିନା ଉଭୟ ଦଳର ଖେଳାଳିଙ୍କ ସହିତ ହାତ ମିଳାଇଥିଲେ । (ଏଜେନ୍ସୀ)

Categories
ଆଜିର ଖବର

ପଇସା ପାଇଁ ଲୋକ କିଛି ବି କରି ପାରନ୍ତି : ବ୍ରାଡ ହଜ୍‌

ଭାରତୀୟ ଅଧିନାୟକ ବିରାଟ କୋହଲି ଏବଂ ଓ୍ବିକେଟ ରକ୍ଷକ ଋଷଭ ପନ୍ତଙ୍କୁ ସମାଲୋଚନା କରିଛନ୍ତି ପୂର୍ବତନ ଅଷ୍ଟ୍ରେଲିଆ କ୍ରିକେଟର ବ୍ରାଡ ହଜ୍‌। ହିମାଳୟ କମ୍ପାନୀର ଏକ ତ୍ବଚା ଉତ୍ପାଦର ବିଜ୍ଞାପନରେ ଉଭୟ ଖେଳାଳି ନଜର ଆସିଛନ୍ତି। ଏହି ବିଜ୍ଞାପନକୁ ନିଜର ଟ୍ବିଟ୍ଟର ପେଜ୍‌ରେ କୋହ୍‌ଲି ସେୟାର କରିବା ପରେ ଏହାକୁ ନେଇ ମିଶ୍ରିତ ପ୍ରତିକ୍ରିୟା ମିଳିଥିଲା। କିଛି ଲୋକ ଏହାକୁ ସମର୍ଥନ କରିଥିବା ବେଳେ କିଛି ଏହାର ବିରୋଧ କରିଥିଲେ। ତେବେ ହଜ୍‌ ଏହି ଟ୍ବିଟ୍‌ ଉପରେ ନିଜର ପ୍ରତିକ୍ରିୟା ରଖି କହିଥିଲେ ‘ ଏହା ଅତ୍ୟନ୍ତ ଚମତ୍କାର କି, ପଇସା ପାଇଁ ଲୋକ କିଛି ବି କରି ପାରନ୍ତି’। ଏହି ମନ୍ତବ୍ୟ ପରେ କୋହଲିଙ୍କ ସମର୍ଥକ ମାନେ ହଜ୍‌ଙ୍କୁ ଆକ୍ରମଣ କରିଥିଲେ। ହଜ୍‌ ପରେ ଅନ୍ୟ ଏକ ମେସେଜ୍‌ରେ ତାଙ୍କ ମନ୍ତବ୍ୟର ଅଲଗା ଅର୍ଥ ବାହାର କରାଯାଇଛି ବୋଲି ଲେଖିଥିଲେ। ଏହି ମାମଲା ଉପରେ ମନ୍ତବ୍ୟ ରଖି ଉଭୟ କୋହଲି ଏବଂ ପନ୍ତ କହିଛନ୍ତି ହିମାଳୟ ବ୍ରାଣ୍ଡ ଦୀର୍ଘ ୮୮ ବର୍ଷ ଧରି ସେବା ଯୋଗାଇ ଦେଉଛି। ଏହି ବ୍ରାଣ୍ଡ ଉପରେ ରହିଥିବା ଭରସା ଯୋଗୁଁ ଉଭୟ ଏହି ଚୁକ୍ତି ସାଇନ୍‌ କରିଛନ୍ତି ବୋଲି ଉଭୟ ଖେଳାଳି ପ୍ରକାଶ କରିଛନ୍ତି।