ଦଶନ୍ଧିର ଶ୍ରେଷ୍ଠ ଦଳ ଘୋଷଣା କଲା ସିଏ: ଦିନିକିଆରେ ଧୋନୀ ଏବଂ ଟେଷ୍ଟରେ କୋହଲି ଅଧିନାୟକ

Published: Dec 24, 2019, 11:24 am IST

ନୂଆଦିଲ୍ଲୀ,24/12: କ୍ରିକେଟ ଅଷ୍ଟ୍ରେଲିଆ ପକ୍ଷରୁ ଦଶନ୍ଧିର ଶ୍ରେଷ୍ଠ ଟେଷ୍ଟ ଏବଂ ଦିନିକିଆ ଏକାଦଶ ଘୋଷଣା କରାଯାଇଛି। ବିରାଟ କୋହଲିଙ୍କୁ ଟେଷ୍ଟ ଦଳର ଅଧିନାୟକ ଘୋଷଣା କରାଯାଇଥିବା ବେଳେ ମହେନ୍ଦ୍ର ସିଂ ଧୋନୀଙ୍କୁ ଦିନିକିଆ ଦଳର ଅଧିନାୟକ ଘୋଷଣା କରାଯାଇଛି। କ୍ରିକେଟ ଅଷ୍ଟ୍ରେଲିଆ ପକ୍ଷରୁ ସୋମବାର ଟେଷ୍ଟ ଏକାଦଶ ଘୋଷଣା କରାଯାଇଥିବା ବେଳେ ମଙ୍ଗଳବାର ଦିନ ଦିନିକିଆ ଏକାଦଶ ଘୋଷଣା କରାଯାଇଛି। ସେହିପରି ଟେଷ୍ଟ ଏକାଦଶରେ ସଚିନ୍‌ ତେନ୍ଦୁଲକର, ଭିଭିଏସ୍‌ ଲକ୍ଷ୍ମଣ ଏବଂ ରାହୁଲ ଦ୍ରାବିଡଙ୍କୁ ଏହି ଏକାଦଶରେ ସାମିଲ କରାଯାଇନଥିବାରୁ ସୋସିଆଲ ମିଡିଆରେ ଏହାକୁ ସମାଲୋଚନା କରାଯାଇଥିଲା। କୋହଲି 2019 ସୁଦ୍ଧା 84ଟି ଟେଷ୍ଟ ଖେଳି 55 ହାରରେ 7202 ରନ୍‌ ସଂଗ୍ରହ କରିଛନ୍ତି। ସେହିପରି 2011 ବିଶ୍ବକପ୍‌ ବିଜୟୀ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କୁ ଦିନିକିଆ ଦଳର ଅଧିନାୟକ ବୋଲି ଘୋଷଣା କରାଯାଇଛି। 2019 ସୁଦ୍ଧା ଧୋନୀ ଭାରତ ପାଇଁ 350 ଦିନିକିଆ, 90ଟି ଟେଷ୍ଟ ଏବଂ 98ଟି ଟି 20 ମୁକାବିଲା ଖେଳିଛନ୍ତି।

ଦିନିକିଆ ଦଳ: ଏମ୍‌ ଏସ ଧୋନୀ, ରୋହିତ ଶର୍ମା, ହାସିମ ଆମଲା, ବିରାଟ କୋହଲି, ଏବି ଡିଭିଲିୟର୍ସ, ସାକିବ୍‌ ଅଲ୍‌ ହାସନ୍‌, ଜୋସ୍‌ ବଟଲର୍‌, ରଶିଦ୍‌ ଖାନ୍‌, ମିଚେଲ୍‌ ଷ୍ଟାର୍କ, ଟ୍ରେଣ୍ଟ ବୋଲ୍ଟ ଏବଂ ଲଶିଥ ମାଲିଙ୍ଗା।

ଟେଷ୍ଟ ଦଳ: ବିରାଟ କୋହଲି, ଆଲେଷ୍ଟେୟାର କୁକ୍‌, ଡେଭିଡ୍‌ ଓ୍ବାର୍ଣ୍ଣର, କେନ୍‌ ଓ୍ବିଲିୟମ୍‌ସନ୍‌, ଷ୍ଟିଭ୍‌ ସ୍ମିଥ, ଏବି ଡିଭିଲିୟର୍ସ, ବେନ୍‌ ଷ୍ଟୋକ୍ସ, ଡେଲ୍‌ ଷ୍ଟେନ୍‌, ନାଥାନ୍‌ ଲିୟନ୍‌, ଜେମ୍ସ ଆଣ୍ଡରସନ୍‌ (ଏଜେନ୍ସୀ)

Related posts