Categories
ଆଜିର ଖବର ଖେଳ ଜାତୀୟ ଖବର

ଆଇପିଏଲରେ ସବୁଠୁ ଅଧିକ ଆୟ କରିଛନ୍ତି ଏହି ଖେଳାଳି, ଜାଣନ୍ତୁ କିଏ

ମୁମ୍ବାଇ : ଆଇପିଏଲରେ କେଉଁ ଖେଳାଳି ସବୁଠାରୁ ଅଧିକ ବେତନ ପାଇଛନ୍ତି ତାହା ଜାଣିବା ପାଇଁ ଫ୍ୟାନ ମାନେ ସର୍ବଦା ଉତ୍ସୁକ ରହିଥାନ୍ତି । ତେବେ ଅଧିନାୟକ ବିରାଟ ଓ ରୋହିତ୍‌ ଶର୍ମାଙ୍କୁ କାଟିଛନ୍ତି ଏହି ଖେଳାଳୀ ଜଣକ । ପୂର୍ବତନ ଅଧିନାୟକ ତଥା କ୍ୟାପେଟନ୍‌ କୁଲ୍‌ ମହେନ୍ଦ୍ର ସିଂ ଧୋନୀ ଏହି ତାଲିକାର ସର୍ବାଗ୍ରେ ରହିଛନ୍ତି ।  ବିରାଟ କୋହଲି ଆରସିବିରୁ 18 କୋଟି ଟଙ୍କାର ବାର୍ଷିକ ବେତନ ପାଉଛନ୍ତି । ତେବେ ଭାରତୀୟ ଅଧିନାୟକ କୋହଲି ସର୍ବାଧିକ ଆୟକାରୀ ଭାରତୀୟ ଖେଳାଳି ନୁହନ୍ତି ବରଂ ସେ ତିନି ନମ୍ବର ସ୍ଥାନରେ ରହିଛନ୍ତି ।

ଆଇପିଏଲର 13ଟି ସଂସ୍କରଣ ସରିଥିବା ବେଳେ ପୂର୍ବତନ ଭାରତୀୟ ଅଧିନାୟକ ତଥା ଚେନ୍ନାଇ ସୁପରକିଙ୍ଗସର ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ସର୍ବାଧିକ 137 କୋଟି ଆୟ କରିଛନ୍ତି । ଧୋନୀ 6 କୋଟି ଟଙ୍କାରେ ଚେନ୍ନାଇ ସୁପର କିଙ୍ଗସ ସହିତ ଯୋଡି ହୋଇଥିଲେ । ପ୍ରଥମ ତିନି ସିଜିନରେ ଧୋନୀଙ୍କ ପ୍ରଦର୍ଶନ ତାଙ୍କୁ ଘରେ ଘରେ ପରିଚିତ କରାଇଥିଲା । ଏହାପରେ ବିସିସିଆଇ ପକ୍ଷରୁ ରିଟେନଡ ପ୍ଲେୟାରଙ୍କ ସର୍ବାଧିକ ମୂଲ୍ୟ 8.2  କୋଟି ରହିଥିଲା । 2011-13 ପର୍ଯ୍ୟନ୍ତ ଧୋନୀ ବାର୍ଷିକ 8.2 କୋଟିର ବେତନ ପାଇଥିଲେ । ଧୋନୀ ସମୁଦାୟ 137 କୋଟିର ଆୟ ସହିତ ଏହି ତାଲିକାରେ ପ୍ରଥମ ସ୍ଥାନରେ ରହିଥିବା ବେଳେ ରୋହିତ ଶର୍ମା 131 କୋଟି ଟଙ୍କା ସହିତ ଦ୍ୱିତୀୟ ଏବଂ ବିରାଟ କୋହଲି 126 କୋଟି ସହିତ ତୃତୀୟ ସ୍ଥାନରେ ରହିଛନ୍ତି ।

2014 ରେ ବିସିସିଆଇ ପକ୍ଷରୁ ବେତନ 12.5 କୋଟିକୁ ବୃଦ୍ଧି କରାଯାଇଥିଲା । ରାଇଜିଂ ପୁନେ ସୁପରଜିଆଣ୍ଟସହିତ ଧୋନୀ ଦୁଇବର୍ଷରେ 25 କୋଟି ଆୟ କରିଥିଲେ । ବିଗତ ତିନି ବର୍ଷ ଧରି ଧୋନୀ ଚେନ୍ନାଇ ସହିତ ବାର୍ଷିକ 15 କୋଟିର ଚୁକ୍ତି କରିଛନ୍ତି ।

Categories
ଆଜିର ଖବର ଖେଳ

ଆଉ ଏକ ରେକର୍ଡ କରିବାକୁ ଯାଉଛନ୍ତି ଧୋନୀ : ପ୍ରଥମ ଖେଳାଳି ଭାବରେ 200 ଆଇପିଏଲ ମ୍ୟାଚ ଖେଳିବେ

ଦୁବାଇ : ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଆଉ ଏକ ରେକର୍ଡ ନିଜ ନାମରେ କରିବାକୁ ଯାଉଛନ୍ତି । ପ୍ରଥମ ଖେଳାଳି ଭାବରେ ଆଇପିଏଲରେ 200 ମ୍ୟାଚ ଖେଳିବାକୁ ଯାଉଛନ୍ତି ଧୋନୀ । ଆଜି ରାଜସ୍ଥାନ ରୟାଲ୍ସ ବିପକ୍ଷ ମୁକାବିଲାରେ ଧୋନୀ ଏହି ମାଇଲଖୁଣ୍ଟ ହାସଲ କରିବେ । ଏହା ପୂର୍ବରୁ ଧୋନୀ ସମସ୍ତ ସିଜିନ ଚେନ୍ନାଇ ପାଇଁ ଖେଳିଥିବା ବେଳେ କେବଳ ଦୁଇ ସିଜିନ ଆରପିଏସ ପାଇଁ ଖେଳିଥିଲେ। ଆଇପିଏଲର ଅନ୍ୟତମ ସଫଳ ଅଧିନାୟକ ଧୋନୀ ଚେନ୍ନାଇକୁ ପ୍ରତି ସିଜିନରେ ପ୍ଲେଅଫକୁ ନେଇଥିବା ବେଳେ ଅଧିନାୟକ ଭାବରେ 169 ମ୍ୟାଚରୁ 102 ମ୍ୟାଚରେ ବିଜୟୀ ହୋଇଛନ୍ତି ।  ଧୋନୀ ଆଇପିଏଲର 4568 ରନ ସଂଗ୍ରହ କରିଥିବା ବେଳେ ସିଏସକେ ପକ୍ଷରୁ 3994 ରନ ସଂଗ୍ରହ କରିଛନ୍ତି । ଧୋନୀଙ୍କ ନେତୃତ୍ୱରେ ସିଏସକେ ତିନିଥର ଆଇପିଏଲ ଟ୍ରଫି ହାସଲ କରିଛି । ଧୋନୀଙ୍କ ବ୍ୟତୀତ ଏକାଧିକ ଖେଳାଳି 200 ମ୍ୟାଚ ଖେଳିବାର ନିକଟତର ହୋଇଛନ୍ତି । ରୋହିତ ଶର୍ମା 197 ମ୍ୟାଚ ସହିତ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ  ଦୀନେଶ କାର୍ତ୍ତିକ 191ଟି ମ୍ୟାଚ ଖେଳିଛନ୍ତି । (ଏଜେନ୍ସି)

Categories
ଆଜିର ଖବର ଖେଳ

ଧୋନୀ ଏବଂ ରୋହିତଙ୍କ ଅଧିନାୟକତ୍ବ ଶୈଳୀ ଏକ ପ୍ରକାରର : ରାଇନା

ନୂଆଦିଲ୍ଲୀ : କ୍ୟାପ୍‌ଟେନ୍‌ କୁଲ୍‌ ଭାବରେ ପରିଚିତ ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଏବଂ ରୋହିତ ଶର୍ମାଙ୍କ ଅଧିନାୟକତ୍ବକୁ ତୁଳନା କରିଛନ୍ତି ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ୍‌ ସୁରେଶ ରାଇନା । ଭାରତୀୟ ଦଳର ଉପ ଅଧିନାୟକ ରହିଥିବା ରୋହିତ ଶର୍ମାଙ୍କୁ ଧୋନୀଙ୍କର ବିକଳ୍ପ ଭାବରେ ତୁଳନା କରିଛନ୍ତି ରାଇନା । କ୍ୟାପ୍‌ଟେନ୍‌ କୁଲ୍‌ଙ୍କ ପରି ରୋହିତ ଅତ୍ୟନ୍ତ ଧୈର୍ଯ୍ୟର ସହିତ ପଡିଆରେ ନିଜର ଦାୟିତ୍ବ ନିର୍ବାହ କରିଥାନ୍ତି । ସେଥିପାଇଁ ରୋହିତ ଅନେକ ଟ୍ରଫି ନିଜ ନାମରେ କରିବାର ସକ୍ଷମ ହୋଇଛନ୍ତି । ରୋହିତଙ୍କ ଏହି ସବୁ ଗୁଣ ତାଙ୍କୁ ଧୋନୀଙ୍କ ଉତ୍ତରାଧିକାରୀ ଭାବରେ ପ୍ରତିଷ୍ଠିତ କରିଛି । ଧୋନୀ ସର୍ବଦା ସାଥୀ ଖେଳାଳି ଏବଂ ବିପକ୍ଷ ଦଳ ଠାରୁ ଦୁଇ ପାଦ ଆଗରେ ଚିନ୍ତା କରିଥାନ୍ତି । ଧୋନୀଙ୍କ ପରି ରୋହିତ ସର୍ବଦା ନିଜର ପ୍ରଦର୍ଶନ ଜରିଆରେ ଅନ୍ୟମାନଙ୍କ ପାଇଁ ଉଦାହରଣ ହୋଇଛନ୍ତି । (ଏଜେନ୍ସି)

Categories
ଆଜିର ଖବର ଖେଳ

ଧୋନୀଙ୍କ ଅବସରକୁ ନେଇ ବଡ ବୟାନ ଦେଲେ ଏହି ପାକିସ୍ତାନୀ ଖେଳାଳି

କରାଚୀ : ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଅବସରକୁ ନେଇ ବଡ ବୟାନ ଦେଇଛନ୍ତି ପାକିସ୍ତାନୀ ପେସର୍‌ ଶୋଏବ୍‌ ଅଖତର । 2019 ବିଶ୍ବକପ୍‌ ପରେ ଧୋନୀ ଅବସର ଗ୍ରହଣ କରିବା ଉଚିତ୍‌ ଥିଲା ବୋଲି ଅଖତର ମତ ଦେଇଛନ୍ତି । ଧୋନୀ ନିଜ ସମୟରେ ଭାରତୀୟ କ୍ରିକେଟର ସେବା କରିଛନ୍ତି । ବର୍ତ୍ତମାନ ତାଙ୍କର ସମୟ ଶେଷ ହୋଇ ଆସିଥିବାରୁ ଧୋନୀଙ୍କୁ ଅବସର ନେଇଯିବା ଉଚିତ୍‌ ବୋଲି ରାଓ୍ବଲପିଣ୍ଡି ଏକ୍ସପ୍ରେସ୍‌ ଶୋଏବ୍‌ ଅଖତର ପ୍ରକାଶ କରିଛନ୍ତି । 2019 ବିଶ୍ବକପ୍‌ ପରଠାରୁ ଧୋନୀ ଭାରତୀୟ ଦଳରେ ସ୍ଥାନ ପାଇନାହାନ୍ତି । ଏହା ସହିତ ଧୋନୀ ଘରୋଇ କ୍ରିକେଟ୍‌ ଏବଂ ଭାରତ ଏ ପାଇଁ ମଧ୍ୟ କ୍ରିକେଟ୍‌ ଖେଳୁ ନାହାନ୍ତି । ଆଇପିଏଲ୍‌ ଧୋନୀଙ୍କ ପାଇଁ ଅନ୍ତିମ ସୁଯୋଗ ରହିଥିବା ବେଳେ କରୋନା ଭାଇରସ୍‌ କାରଣରୁ ଆଇପିଏଲ୍‌ ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ବନ୍ଦ ରହିଥିବା ବେଳେ ଧୋନୀଙ୍କ କ୍ୟାରିୟରକୁ ନେଇ ଫ୍ୟାନ୍‌ ମାନେ ସନ୍ଦେହରେ ଅଛନ୍ତି । ତେବେ ଅଖ୍‌ତରଙ୍କ ଏହି ମନ୍ତବ୍ୟକୁ ଧୋନୀ ଫ୍ୟାନ୍‌ମାନେ ନାପସନ୍ଦ କରିଛନ୍ତି । (ଏଜେନ୍ସି)

Categories
ଆଜିର ଖବର ଖେଳ

ଆଇପିଏଲ୍‌ ପୂର୍ବରୁ ଧୋନୀ-ରାଇନା ଭେଟ ଭିଡିଓ ଭାଇରାଲ୍‌

ଚେନ୍ନାଇ : ଆଇପିଏଲ୍‌ ପୂର୍ବରୁ ଏକାଠି ହୋଇଛନ୍ତି ମହେନ୍ଦ୍ର ସିଂ ଧୋନୀ ଏବଂ ସୁରେଶ ରାଇନା । ଧୋନୀ-ରାଇନା ଏକାଠି ହେବା ସହିତ ପରସ୍ପରକୁ ଆଲିଙ୍ଗନ କରୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ତ୍ରୟୋଦଶ ଆଇପିଏଲ୍‌ ପୂର୍ବରୁ ଭାରତୀୟ ଦଳର ପୂର୍ବତନ ଅଧିନାୟକ ଏବଂ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ୍‌ ସୁରେଶ ରାଇନା ଚେନ୍ନାଇ ସୁପର କିଙ୍ଗସ୍‌ର ଶିବିରରେ ଏକତ୍ର ନଜର ଆସିଥିଲେ । ଚେନ୍ନାଇ ଫ୍ରାଞ୍ଚାଇଜି ପକ୍ଷରୁ ଏହି ଭିଡିଓଟିକୁ ସେୟାର କରାଯାଇଥିଲା । ଭିଡିଓଟିକୁ ସେୟାର କରାଯିବା ପରେ ସୋସିଆଲ୍‌ ମିଡିଆରେ ଫ୍ୟାନ୍‌ଙ୍କ ପକ୍ଷରୁ ବଢିଆ ପ୍ରତିକ୍ରିୟା ମିଳିଥିଲା । ଜଣେ ଫ୍ୟାନ୍‌ ଲେଖିଥିଲେ ଥାଲା ମିଟ୍‌ସ ଚିନ୍ନାଥାଲା, ଯାହାର ଅର୍ଥ ହେଉଛି ରାଜାଙ୍କୁ ଭେଟିଲେ ଯୁବରାଜ । ଧୋନୀଙ୍କୁ ଚେନ୍ନାଇ ଫ୍ୟାନ୍‌ ମାନେ ଥାଲା ବୋଲି ସମ୍ବୋଧନ କରିଥାନ୍ତି । (ଏଜେନ୍ସି)

Categories
ଆଜିର ଖବର ଖେଳ

ଧୋନୀ ଯୁଗର ଅବସାନ : ବିସିସିଆଇ କଣ୍ଟ୍ରାକ୍ଟରୁ ବାଦ ପଡିଲେ କ୍ୟାପ୍‌ଟେନ୍‌ କୁଲ୍‌

ମୁମ୍ବାଇ : ଧୋନୀ ଫ୍ୟାନ୍‌ ମାନଙ୍କ ପାଇଁ ଦୁଃସମ୍ବାଦ । କ୍ୟାପ୍‌ଟେନ୍‌ କୁଲ୍‌ ମହେନ୍ଦ୍ର ସିଂ ଧୋନୀ ବିଶ୍ବକପ୍‌ ପରଠାରୁ ଭାରତୀୟ ଜର୍ସିରେ ନଜର ଆସିନଥିବା ବେଳେ ବର୍ତ୍ତମାନ ବିସିସିଆଇର ବାର୍ଷିକ ଚୁକ୍ତିରୁ ବାଦ ପଡିଛନ୍ତି । 2019-20 ବର୍ଷ ପାଇଁ ବିସିସିଆଇ ପକ୍ଷରୁ ଘୋଷିତ ଚୁକ୍ତିନାମାରେ ସମୁଦାୟ 27 ଜଣ ଖେଳାଳିଙ୍କୁ 4ଟି ବର୍ଗରେ ସାମିଲ ରଖାଯାଇଛି । ଏ ପ୍ଲସ୍‌ ବର୍ଗରେ ବିରାଟ କୋହଲି, ରୋହିତ ଶର୍ମା ଏବଂ ଯଶପ୍ରୀତ ବୁମ୍‌ରା ସ୍ଥାନ ପାଇଛନ୍ତି । ସେହିପରି ପ୍ରଥମ ଥର ପାଇଁ ନବଦୀପ ସାଇନି, ମୟଙ୍ଗ ଅଗ୍ରଓ୍ବାଲ, ଶ୍ରେୟସ୍‌ ଆୟାର, ଓ୍ବାଶିଂଟନ୍‌ ସୁନ୍ଦର ଏବଂ ଦୀପକ ଚହର ପ୍ରଥମ ଥର ପାଇଁ ବିସିସିଆଇର ବାର୍ଷିକ ଚୁକ୍ତିରେ ସାମିଲ ହୋଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ. ଏ+ ବର୍ଗରେ ବାର୍ଷିକ 7 କୋଟି ବେତନ  ମିଳୁଥିବା ବେଳେ ଏ, ବି ଏବଂ ସି ବର୍ଗରେ ଖେଳାଳିଙ୍କୁ ଯଥାକ୍ରମେ 5, 3 ଏବଂ 1 କୋଟି ଲେଖାଏଁ ବେତନ ମିଳିଥାଏ ।

ଗ୍ରେଡ୍‌ ଏ+ : ବିରାଟ କୋହଲି, ରୋହିତ ଶର୍ମା, ଯଶପ୍ରୀତ୍‌ ବୁମ୍‌ରା
ଗ୍ରେଡ୍‌ ଏ : ରବିଚନ୍ଦ୍ରନ ଅଶ୍ବିନ୍‌, ରବୀନ୍ଦ୍ର ଜାଡେଜା, ଭୁବନେଶ୍ବର କୁମାର, ଚେତେଶ୍ବର ପୂଜାରା, ଆଜିଙ୍କ୍ୟ ରାହାଣେ, କେ ଏଲ୍‌ ରାହୁଲ, ଶିଖର ଧଓ୍ବନ୍‌, ମହମ୍ମଦ ସାମି, ଇଶାନ୍ତ ଶର୍ମା, କୁଲଦୀପ ଯାଦବ ଏବଂ ଋଷଭ ପନ୍ତ ।
ଗ୍ରେଡ୍‌ ବି : ରିଦ୍ଧିମାନ ଶାହା, ଉମେଶ ଯାଦବ, ୟୁଜବେନ୍ଦ୍ର ଚହଲ, ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ମୟଙ୍କ ଅଗ୍ରଓ୍ବାଲ
ଗ୍ରେଡ୍‌ ସି: କେଦାର ଯାଦବ, ନବଦୀପ ସାଇନି, ଦୀପକ ଚହର, ମନୀଷ ପାଣ୍ଡେ, ହନୁମା ବିହାରୀ, ଶାର୍ଦ୍ଦୁଲ ଠାକୁର, ଶ୍ରେୟସ୍‌ ଆୟାର ଏବଂ ଓ୍ବାଶିଂଟନ୍‌ ସୁନ୍ଦର (ଏଜେନ୍ସି)

Categories
ଆଜିର ଖବର

ଦଶନ୍ଧିର ଶ୍ରେଷ୍ଠ ଦଳ ଘୋଷଣା କଲା ସିଏ: ଦିନିକିଆରେ ଧୋନୀ ଏବଂ ଟେଷ୍ଟରେ କୋହଲି ଅଧିନାୟକ

ନୂଆଦିଲ୍ଲୀ,24/12: କ୍ରିକେଟ ଅଷ୍ଟ୍ରେଲିଆ ପକ୍ଷରୁ ଦଶନ୍ଧିର ଶ୍ରେଷ୍ଠ ଟେଷ୍ଟ ଏବଂ ଦିନିକିଆ ଏକାଦଶ ଘୋଷଣା କରାଯାଇଛି। ବିରାଟ କୋହଲିଙ୍କୁ ଟେଷ୍ଟ ଦଳର ଅଧିନାୟକ ଘୋଷଣା କରାଯାଇଥିବା ବେଳେ ମହେନ୍ଦ୍ର ସିଂ ଧୋନୀଙ୍କୁ ଦିନିକିଆ ଦଳର ଅଧିନାୟକ ଘୋଷଣା କରାଯାଇଛି। କ୍ରିକେଟ ଅଷ୍ଟ୍ରେଲିଆ ପକ୍ଷରୁ ସୋମବାର ଟେଷ୍ଟ ଏକାଦଶ ଘୋଷଣା କରାଯାଇଥିବା ବେଳେ ମଙ୍ଗଳବାର ଦିନ ଦିନିକିଆ ଏକାଦଶ ଘୋଷଣା କରାଯାଇଛି। ସେହିପରି ଟେଷ୍ଟ ଏକାଦଶରେ ସଚିନ୍‌ ତେନ୍ଦୁଲକର, ଭିଭିଏସ୍‌ ଲକ୍ଷ୍ମଣ ଏବଂ ରାହୁଲ ଦ୍ରାବିଡଙ୍କୁ ଏହି ଏକାଦଶରେ ସାମିଲ କରାଯାଇନଥିବାରୁ ସୋସିଆଲ ମିଡିଆରେ ଏହାକୁ ସମାଲୋଚନା କରାଯାଇଥିଲା। କୋହଲି 2019 ସୁଦ୍ଧା 84ଟି ଟେଷ୍ଟ ଖେଳି 55 ହାରରେ 7202 ରନ୍‌ ସଂଗ୍ରହ କରିଛନ୍ତି। ସେହିପରି 2011 ବିଶ୍ବକପ୍‌ ବିଜୟୀ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କୁ ଦିନିକିଆ ଦଳର ଅଧିନାୟକ ବୋଲି ଘୋଷଣା କରାଯାଇଛି। 2019 ସୁଦ୍ଧା ଧୋନୀ ଭାରତ ପାଇଁ 350 ଦିନିକିଆ, 90ଟି ଟେଷ୍ଟ ଏବଂ 98ଟି ଟି 20 ମୁକାବିଲା ଖେଳିଛନ୍ତି।

ଦିନିକିଆ ଦଳ: ଏମ୍‌ ଏସ ଧୋନୀ, ରୋହିତ ଶର୍ମା, ହାସିମ ଆମଲା, ବିରାଟ କୋହଲି, ଏବି ଡିଭିଲିୟର୍ସ, ସାକିବ୍‌ ଅଲ୍‌ ହାସନ୍‌, ଜୋସ୍‌ ବଟଲର୍‌, ରଶିଦ୍‌ ଖାନ୍‌, ମିଚେଲ୍‌ ଷ୍ଟାର୍କ, ଟ୍ରେଣ୍ଟ ବୋଲ୍ଟ ଏବଂ ଲଶିଥ ମାଲିଙ୍ଗା।

ଟେଷ୍ଟ ଦଳ: ବିରାଟ କୋହଲି, ଆଲେଷ୍ଟେୟାର କୁକ୍‌, ଡେଭିଡ୍‌ ଓ୍ବାର୍ଣ୍ଣର, କେନ୍‌ ଓ୍ବିଲିୟମ୍‌ସନ୍‌, ଷ୍ଟିଭ୍‌ ସ୍ମିଥ, ଏବି ଡିଭିଲିୟର୍ସ, ବେନ୍‌ ଷ୍ଟୋକ୍ସ, ଡେଲ୍‌ ଷ୍ଟେନ୍‌, ନାଥାନ୍‌ ଲିୟନ୍‌, ଜେମ୍ସ ଆଣ୍ଡରସନ୍‌ (ଏଜେନ୍ସୀ)

Categories
ଆଜିର ଖବର

ପେଣ୍ଟ ହାଉସ୍‌ ପାଇଁ ସୁପ୍ରିମକୋର୍ଟରେ ଧୋନୀ

ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଶନିବାର ଆମ୍ରପଲ୍ଲୀ ଗୃପ ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଆମ୍ରପଲ୍ଳୀ ପ୍ରୋଜେକ୍ଟରେ ପେଣ୍ଟ ହାଉସ ନମିଳିବା ଏବଂ ସଂସ୍ଥା ଦ୍ବାରା ଠକେଇର ଶିକାର ହୋଇଥିବା ଦର୍ଶାଇ କ୍ରିକେଟର ମହେନ୍ଦ୍ର ସିଂହ ଧୋନୀ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ଧୋନୀ କୋର୍ଟକୁ ସତ୍ୟପାଠ ଜରିଆରେ କହିଛନ୍ତି, ସେ ରାଂଚିରେ ଆମ୍ରପାଲ୍ଲୀ ସଫାୟାରରେ ପେଣ୍ଟହାଉସ ବୁକ କରିଥିଲେ। ଧୋନୀ ଆମ୍ରପଲ୍ଲୀ ରିୟଲ ଇଷ୍ଟେଟ୍‌ କମ୍ପାନୀ ସହ ୨୦୦୯ରୁ ୨୦୧୬ ପର୍ଯ୍ୟନ୍ତ ବ୍ରାଣ୍ଡ ଆମ୍ବାସାଡର ରହିବା ପାଇଁ ଚୁକ୍ତି କରିଥିଲେ। ସଂସ୍ଥାର ପ୍ରଚାର ପ୍ରସାର ପାଇଁ ଧୋନୀ ଅନେକ ବିଜ୍ଞାପନ କରିଥିଲେ। କିନ୍ତୁ ସଂସ୍ଥା ଆର୍ଥିକ ସଙ୍କଟରେ ଗତି କରିବା ପରେ ଘର ନିର୍ମାଣ ସମ୍ପୂର୍ଣ୍ଣ ହୋଇପାରି ନ ଥିଲା। ଧୋନୀ ସଂସ୍ଥା ସହିତ ଏକାଧିକ ଚୁକ୍ତି କରିଥିଲେ। ଧୋନୀ ତାଙ୍କ ପିଟିଶନରେ ଦର୍ଶାଇଛନ୍ତି ଯେ, ରାଞ୍ଚିର ଆମ୍ରପଲ୍ଲୀ ସଫାରିରେ ଚାଲିଥିବା ହାଉସିଂ ପ୍ରୋଜେକ୍ଟରେ ଏକ ପେଣ୍ଟହାଉସ କିଣିବାକୁ ଟଙ୍କା ଦେଇଥିଲେ। ଏହା ସହ ସଂସ୍ଥାର ମ୍ୟାନେଜମେଣ୍ଟ ତାଙ୍କୁ ବ୍ରାଣ୍ଡ ଆମ୍ବାସାଡର ଭାବେ ନିଯୁକ୍ତ କରିଥିଲା। ସେ ସଂସ୍ଥାର ପ୍ରଚାର କାର୍ଯ୍ୟ କରିଥିବାବେଳେ ତାଙ୍କୁ ୪୦ କୋଟିତ ଟଙ୍କାର ଅର୍ଥ ପ୍ରଦାନ କରାଯାଇ ନାହିଁ ବୋଲିୀ ଅଭିଯୋଗ କରିଛନ୍ତି ଧୋନୀ।