ଧୋନୀ ଏବଂ ରୋହିତଙ୍କ ଅଧିନାୟକତ୍ବ ଶୈଳୀ ଏକ ପ୍ରକାରର : ରାଇନା

Published: May 22, 2020, 4:43 pm IST

ନୂଆଦିଲ୍ଲୀ : କ୍ୟାପ୍‌ଟେନ୍‌ କୁଲ୍‌ ଭାବରେ ପରିଚିତ ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଏବଂ ରୋହିତ ଶର୍ମାଙ୍କ ଅଧିନାୟକତ୍ବକୁ ତୁଳନା କରିଛନ୍ତି ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ୍‌ ସୁରେଶ ରାଇନା । ଭାରତୀୟ ଦଳର ଉପ ଅଧିନାୟକ ରହିଥିବା ରୋହିତ ଶର୍ମାଙ୍କୁ ଧୋନୀଙ୍କର ବିକଳ୍ପ ଭାବରେ ତୁଳନା କରିଛନ୍ତି ରାଇନା । କ୍ୟାପ୍‌ଟେନ୍‌ କୁଲ୍‌ଙ୍କ ପରି ରୋହିତ ଅତ୍ୟନ୍ତ ଧୈର୍ଯ୍ୟର ସହିତ ପଡିଆରେ ନିଜର ଦାୟିତ୍ବ ନିର୍ବାହ କରିଥାନ୍ତି । ସେଥିପାଇଁ ରୋହିତ ଅନେକ ଟ୍ରଫି ନିଜ ନାମରେ କରିବାର ସକ୍ଷମ ହୋଇଛନ୍ତି । ରୋହିତଙ୍କ ଏହି ସବୁ ଗୁଣ ତାଙ୍କୁ ଧୋନୀଙ୍କ ଉତ୍ତରାଧିକାରୀ ଭାବରେ ପ୍ରତିଷ୍ଠିତ କରିଛି । ଧୋନୀ ସର୍ବଦା ସାଥୀ ଖେଳାଳି ଏବଂ ବିପକ୍ଷ ଦଳ ଠାରୁ ଦୁଇ ପାଦ ଆଗରେ ଚିନ୍ତା କରିଥାନ୍ତି । ଧୋନୀଙ୍କ ପରି ରୋହିତ ସର୍ବଦା ନିଜର ପ୍ରଦର୍ଶନ ଜରିଆରେ ଅନ୍ୟମାନଙ୍କ ପାଇଁ ଉଦାହରଣ ହୋଇଛନ୍ତି । (ଏଜେନ୍ସି)

Related posts