Categories
ଆଜିର ଖବର ଖେଳ

ଧୋନୀ ଏବଂ ରୋହିତଙ୍କ ଅଧିନାୟକତ୍ବ ଶୈଳୀ ଏକ ପ୍ରକାରର : ରାଇନା

ନୂଆଦିଲ୍ଲୀ : କ୍ୟାପ୍‌ଟେନ୍‌ କୁଲ୍‌ ଭାବରେ ପରିଚିତ ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଏବଂ ରୋହିତ ଶର୍ମାଙ୍କ ଅଧିନାୟକତ୍ବକୁ ତୁଳନା କରିଛନ୍ତି ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ୍‌ ସୁରେଶ ରାଇନା । ଭାରତୀୟ ଦଳର ଉପ ଅଧିନାୟକ ରହିଥିବା ରୋହିତ ଶର୍ମାଙ୍କୁ ଧୋନୀଙ୍କର ବିକଳ୍ପ ଭାବରେ ତୁଳନା କରିଛନ୍ତି ରାଇନା । କ୍ୟାପ୍‌ଟେନ୍‌ କୁଲ୍‌ଙ୍କ ପରି ରୋହିତ ଅତ୍ୟନ୍ତ ଧୈର୍ଯ୍ୟର ସହିତ ପଡିଆରେ ନିଜର ଦାୟିତ୍ବ ନିର୍ବାହ କରିଥାନ୍ତି । ସେଥିପାଇଁ ରୋହିତ ଅନେକ ଟ୍ରଫି ନିଜ ନାମରେ କରିବାର ସକ୍ଷମ ହୋଇଛନ୍ତି । ରୋହିତଙ୍କ ଏହି ସବୁ ଗୁଣ ତାଙ୍କୁ ଧୋନୀଙ୍କ ଉତ୍ତରାଧିକାରୀ ଭାବରେ ପ୍ରତିଷ୍ଠିତ କରିଛି । ଧୋନୀ ସର୍ବଦା ସାଥୀ ଖେଳାଳି ଏବଂ ବିପକ୍ଷ ଦଳ ଠାରୁ ଦୁଇ ପାଦ ଆଗରେ ଚିନ୍ତା କରିଥାନ୍ତି । ଧୋନୀଙ୍କ ପରି ରୋହିତ ସର୍ବଦା ନିଜର ପ୍ରଦର୍ଶନ ଜରିଆରେ ଅନ୍ୟମାନଙ୍କ ପାଇଁ ଉଦାହରଣ ହୋଇଛନ୍ତି । (ଏଜେନ୍ସି)

Categories
ଆଜିର ଖବର ଖେଳ

ଆଇପିଏଲ୍‌ ପୂର୍ବରୁ ଧୋନୀ-ରାଇନା ଭେଟ ଭିଡିଓ ଭାଇରାଲ୍‌

ଚେନ୍ନାଇ : ଆଇପିଏଲ୍‌ ପୂର୍ବରୁ ଏକାଠି ହୋଇଛନ୍ତି ମହେନ୍ଦ୍ର ସିଂ ଧୋନୀ ଏବଂ ସୁରେଶ ରାଇନା । ଧୋନୀ-ରାଇନା ଏକାଠି ହେବା ସହିତ ପରସ୍ପରକୁ ଆଲିଙ୍ଗନ କରୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ତ୍ରୟୋଦଶ ଆଇପିଏଲ୍‌ ପୂର୍ବରୁ ଭାରତୀୟ ଦଳର ପୂର୍ବତନ ଅଧିନାୟକ ଏବଂ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ୍‌ ସୁରେଶ ରାଇନା ଚେନ୍ନାଇ ସୁପର କିଙ୍ଗସ୍‌ର ଶିବିରରେ ଏକତ୍ର ନଜର ଆସିଥିଲେ । ଚେନ୍ନାଇ ଫ୍ରାଞ୍ଚାଇଜି ପକ୍ଷରୁ ଏହି ଭିଡିଓଟିକୁ ସେୟାର କରାଯାଇଥିଲା । ଭିଡିଓଟିକୁ ସେୟାର କରାଯିବା ପରେ ସୋସିଆଲ୍‌ ମିଡିଆରେ ଫ୍ୟାନ୍‌ଙ୍କ ପକ୍ଷରୁ ବଢିଆ ପ୍ରତିକ୍ରିୟା ମିଳିଥିଲା । ଜଣେ ଫ୍ୟାନ୍‌ ଲେଖିଥିଲେ ଥାଲା ମିଟ୍‌ସ ଚିନ୍ନାଥାଲା, ଯାହାର ଅର୍ଥ ହେଉଛି ରାଜାଙ୍କୁ ଭେଟିଲେ ଯୁବରାଜ । ଧୋନୀଙ୍କୁ ଚେନ୍ନାଇ ଫ୍ୟାନ୍‌ ମାନେ ଥାଲା ବୋଲି ସମ୍ବୋଧନ କରିଥାନ୍ତି । (ଏଜେନ୍ସି)