Categories
ଆଜିର ଖବର ଖେଳ

ଧୋନୀ ଏବଂ ରୋହିତଙ୍କ ଅଧିନାୟକତ୍ବ ଶୈଳୀ ଏକ ପ୍ରକାରର : ରାଇନା

ନୂଆଦିଲ୍ଲୀ : କ୍ୟାପ୍‌ଟେନ୍‌ କୁଲ୍‌ ଭାବରେ ପରିଚିତ ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଏବଂ ରୋହିତ ଶର୍ମାଙ୍କ ଅଧିନାୟକତ୍ବକୁ ତୁଳନା କରିଛନ୍ତି ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ୍‌ ସୁରେଶ ରାଇନା । ଭାରତୀୟ ଦଳର ଉପ ଅଧିନାୟକ ରହିଥିବା ରୋହିତ ଶର୍ମାଙ୍କୁ ଧୋନୀଙ୍କର ବିକଳ୍ପ ଭାବରେ ତୁଳନା କରିଛନ୍ତି ରାଇନା । କ୍ୟାପ୍‌ଟେନ୍‌ କୁଲ୍‌ଙ୍କ ପରି ରୋହିତ ଅତ୍ୟନ୍ତ ଧୈର୍ଯ୍ୟର ସହିତ ପଡିଆରେ ନିଜର ଦାୟିତ୍ବ ନିର୍ବାହ କରିଥାନ୍ତି । ସେଥିପାଇଁ ରୋହିତ ଅନେକ ଟ୍ରଫି ନିଜ ନାମରେ କରିବାର ସକ୍ଷମ ହୋଇଛନ୍ତି । ରୋହିତଙ୍କ ଏହି ସବୁ ଗୁଣ ତାଙ୍କୁ ଧୋନୀଙ୍କ ଉତ୍ତରାଧିକାରୀ ଭାବରେ ପ୍ରତିଷ୍ଠିତ କରିଛି । ଧୋନୀ ସର୍ବଦା ସାଥୀ ଖେଳାଳି ଏବଂ ବିପକ୍ଷ ଦଳ ଠାରୁ ଦୁଇ ପାଦ ଆଗରେ ଚିନ୍ତା କରିଥାନ୍ତି । ଧୋନୀଙ୍କ ପରି ରୋହିତ ସର୍ବଦା ନିଜର ପ୍ରଦର୍ଶନ ଜରିଆରେ ଅନ୍ୟମାନଙ୍କ ପାଇଁ ଉଦାହରଣ ହୋଇଛନ୍ତି । (ଏଜେନ୍ସି)

Categories
ଆଜିର ଖବର ଖେଳ ସ୍ବାସ୍ଥ୍ୟ

କୋଭିଡ୍‌-୧୯ ମୁକାବିଲା ପାଇଁ ସହାୟତା କଲେ ଭାରତୀୟ ଉପ ଅଧିନାୟକ

ମୁମ୍ବାଇ : ସମଗ୍ର ବିଶ୍ୱ କରୋନା କବଳରେ ଆକ୍ରାନ୍ତ ହୋଇଥିବା ବେଳେ ସରକାରଙ୍କୁ ସହାୟତାର ହାତ ବଢାଇଛନ୍ତି ବିଭିନ୍ନ ବଲିଉଡ୍ ସେଲିବ୍ରିଟି ଓ କ୍ରିକେଟର । ଏହି ଧାରାରେ ନିଜକୁ ସାମିଲ କରିଛନ୍ତି ଭାରତୀୟ ଷ୍ଟାର କ୍ରିକେଟର ତଥା ଭାରତୀୟ ଉପ ଅଧିନାୟକ ରୋହିତ ଶର୍ମା । ଏହି ଦୁଃଖଦ ସମୟରେ ରୋହିତ କରୋନା ମୁକାବିଲା ପାଇଁ ୮୦ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି । ୮୦ ଲକ୍ଷ ଟଙ୍କା ମଧ୍ୟରୁ ରୋହିତ ୪୫ ଲକ୍ଷ ଟଙ୍କା ପିଏମ୍ କେୟାର ଫଣ୍ଡକୁ ଏବଂ ୨୫ ଲକ୍ଷ ଟଙ୍କା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡକୁ ପ୍ରଦାନ କରିଛନ୍ତି । ଏହା ବ୍ୟତିତ ଜୋମାଟୋ ଫିଡିଙ୍ଗ ଇଣ୍ଡିଆକୁ ୫ ଲକ୍ଷ ଏବଂ ବୁଲା କୁକୁରଙ୍କ ଖାଦ୍ୟ ପାଇଁ ୫ ଲକ୍ଷ ଟଙ୍କା ମଧ୍ୟ ଦାନ କରିଛନ୍ତି ।

Categories
ଆଜିର ଖବର ଖେଳ

ଧୋନୀ ଯୁଗର ଅବସାନ : ବିସିସିଆଇ କଣ୍ଟ୍ରାକ୍ଟରୁ ବାଦ ପଡିଲେ କ୍ୟାପ୍‌ଟେନ୍‌ କୁଲ୍‌

ମୁମ୍ବାଇ : ଧୋନୀ ଫ୍ୟାନ୍‌ ମାନଙ୍କ ପାଇଁ ଦୁଃସମ୍ବାଦ । କ୍ୟାପ୍‌ଟେନ୍‌ କୁଲ୍‌ ମହେନ୍ଦ୍ର ସିଂ ଧୋନୀ ବିଶ୍ବକପ୍‌ ପରଠାରୁ ଭାରତୀୟ ଜର୍ସିରେ ନଜର ଆସିନଥିବା ବେଳେ ବର୍ତ୍ତମାନ ବିସିସିଆଇର ବାର୍ଷିକ ଚୁକ୍ତିରୁ ବାଦ ପଡିଛନ୍ତି । 2019-20 ବର୍ଷ ପାଇଁ ବିସିସିଆଇ ପକ୍ଷରୁ ଘୋଷିତ ଚୁକ୍ତିନାମାରେ ସମୁଦାୟ 27 ଜଣ ଖେଳାଳିଙ୍କୁ 4ଟି ବର୍ଗରେ ସାମିଲ ରଖାଯାଇଛି । ଏ ପ୍ଲସ୍‌ ବର୍ଗରେ ବିରାଟ କୋହଲି, ରୋହିତ ଶର୍ମା ଏବଂ ଯଶପ୍ରୀତ ବୁମ୍‌ରା ସ୍ଥାନ ପାଇଛନ୍ତି । ସେହିପରି ପ୍ରଥମ ଥର ପାଇଁ ନବଦୀପ ସାଇନି, ମୟଙ୍ଗ ଅଗ୍ରଓ୍ବାଲ, ଶ୍ରେୟସ୍‌ ଆୟାର, ଓ୍ବାଶିଂଟନ୍‌ ସୁନ୍ଦର ଏବଂ ଦୀପକ ଚହର ପ୍ରଥମ ଥର ପାଇଁ ବିସିସିଆଇର ବାର୍ଷିକ ଚୁକ୍ତିରେ ସାମିଲ ହୋଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ. ଏ+ ବର୍ଗରେ ବାର୍ଷିକ 7 କୋଟି ବେତନ  ମିଳୁଥିବା ବେଳେ ଏ, ବି ଏବଂ ସି ବର୍ଗରେ ଖେଳାଳିଙ୍କୁ ଯଥାକ୍ରମେ 5, 3 ଏବଂ 1 କୋଟି ଲେଖାଏଁ ବେତନ ମିଳିଥାଏ ।

ଗ୍ରେଡ୍‌ ଏ+ : ବିରାଟ କୋହଲି, ରୋହିତ ଶର୍ମା, ଯଶପ୍ରୀତ୍‌ ବୁମ୍‌ରା
ଗ୍ରେଡ୍‌ ଏ : ରବିଚନ୍ଦ୍ରନ ଅଶ୍ବିନ୍‌, ରବୀନ୍ଦ୍ର ଜାଡେଜା, ଭୁବନେଶ୍ବର କୁମାର, ଚେତେଶ୍ବର ପୂଜାରା, ଆଜିଙ୍କ୍ୟ ରାହାଣେ, କେ ଏଲ୍‌ ରାହୁଲ, ଶିଖର ଧଓ୍ବନ୍‌, ମହମ୍ମଦ ସାମି, ଇଶାନ୍ତ ଶର୍ମା, କୁଲଦୀପ ଯାଦବ ଏବଂ ଋଷଭ ପନ୍ତ ।
ଗ୍ରେଡ୍‌ ବି : ରିଦ୍ଧିମାନ ଶାହା, ଉମେଶ ଯାଦବ, ୟୁଜବେନ୍ଦ୍ର ଚହଲ, ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ମୟଙ୍କ ଅଗ୍ରଓ୍ବାଲ
ଗ୍ରେଡ୍‌ ସି: କେଦାର ଯାଦବ, ନବଦୀପ ସାଇନି, ଦୀପକ ଚହର, ମନୀଷ ପାଣ୍ଡେ, ହନୁମା ବିହାରୀ, ଶାର୍ଦ୍ଦୁଲ ଠାକୁର, ଶ୍ରେୟସ୍‌ ଆୟାର ଏବଂ ଓ୍ବାଶିଂଟନ୍‌ ସୁନ୍ଦର (ଏଜେନ୍ସି)

Categories
ଆଜିର ଖବର

ଶ୍ରୀଲଙ୍କା ସିରିଜ୍‌ରୁ ବିଶ୍ରାମ ନେବେ ରୋହିତ ଶର୍ମା

ନୂଆଦିଲ୍ଲୀ,23/12 : ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ହେବାକୁ ଥିବା ଟି20 ସିରିଜ୍‌ର ବିଶ୍ରାମ ନେବେ ରୋହିତ ଶର୍ମା । ଆସନ୍ତା ଡିସେମ୍ବର 26 ତାରିଖରେ ଶ୍ରୀଲଙ୍କା ବିପକ୍ଷ ଟି20 ସିରିଜ୍‌ ପାଇଁ ଦଳ ଘୋଷଣା କରାଯାଇଛି । ତିନି ମ୍ୟାଚ୍‌ ବିପକ୍ଷ ସିରିଜ୍‌ ଆସନ୍ତା ଜାନୁୟାରୀ 5 ତାରିଖରୁ ଖେଳାଯିବ । ଅଷ୍ଟ୍ରେଲିଆ ବିଶ୍ବକପ୍‌ ପୂର୍ବରୁ ପ୍ରସ୍ତୁତି ପାଇଁ ଅନୁଷ୍ଠିତ ଏହି ସିରିଜ୍‌ରୁ ବିଶ୍ରାମ ପାଇଁ ରୋହିତ ବିସିସିଆଇକୁ ଅନୁରୋଧ କରିଥିବା ଜଣାପଡିଛି । ବିସିସିଆଇର ଜନୈକ ପ୍ରତିନିଧି ନିଜ ନାମ ଗୋପନ ରଖି ଏହି ସୂଚନା ପ୍ରଦାନ କରିଛନ୍ତି । ବିଗତ ଏକ ବର୍ଷ ହେବ ରୋହିତ ନିରନ୍ତର କ୍ରିକେଟ ଖେଳୁଥିବା ବେଳେ ଭାରତୀୟ ଦିନିକିଆ ଏବଂ ଟି20 ଦଳର ପ୍ରମୁଖ ସଦସ୍ୟ ରହି ଆସିଛନ୍ତି । ଚଳିତ ବର୍ଷ ରୋହିତ ଦିନିକିଆରେ 28ଟି ମ୍ୟାଚ୍‌ରୁ 57 ହାରରେ 1490 ରନ୍‌ ସଂଗ୍ରହ କରିଥିବା ବେଳେ 2019 ଦିନିକିଆ ବିଶ୍ବକପ୍‌ରେ 9ଟି ମ୍ୟାଚ୍‌ରୁ 81 ହାରରେ 648 ରନ୍‌ ସଂଗ୍ରହ କରିଥିଲେ । ରୋହିତଙ୍କ ଅନୁପସ୍ଥିତିରେ ଶିଖର ଧଓ୍ବନ୍‌ ଦଳକୁ ପ୍ରତ୍ୟାବର୍ତ୍ତନ କରିବେ । (ଏଜେନ୍ସୀ)

Categories
ଆଜିର ଖବର

ବାରବାଟୀ ଦିନିକିଆ : ରୋହିତ-ରାହୁଲଙ୍କ ଶତକୀୟ ଭାଗିଦାରୀ

ସମୀକ୍ଷା ବ୍ୟୁରୋ
କଟକ,22/12 : ଭାରତ ଏବଂ ଓ୍ବିଣ୍ଡିଜ୍‌ ମଧ୍ୟରେ ଅନୁଷ୍ଠିତ ଦିନିକିଆ ଶୃଙ୍ଖଳାର ନିର୍ଣ୍ଣାୟକ ମ୍ୟାଚ୍‌ରେ ଭାରତ ଦୃଢ ସ୍ଥିତିରେ ରହିଛି । 316 ରନ୍‌ର ବିଜୟ ଲକ୍ଷ୍ୟର ପିଛା କରୁଥିବା ଭାରତୀୟ ଦଳ ପକ୍ଷରୁ ଦୁଇ ଓପ୍‌ନର ଦୃଢତାର ସହ ଇନିଂସ ଆରମ୍ଭ କରିଛନ୍ତି । ଦୁଇ ଓପ୍‌ନର କେ ଏଲ୍‌ ରାହୁଲ୍‌ ଏବଂ ରୋହିତ ଶର୍ମା ବ୍ୟକ୍ତିଗତ ଅର୍ଦ୍ଧଶତକ ହାସଲ କରିବା ସହିତ ଶତକୀୟ ଭାଗିଦାରୀ କରିଛନ୍ତି । ଗତ ମ୍ୟାଚ୍‌ରେ ଶତକ ହାସଲକାରୀ ଦୁଇ ଓପ୍‌ନର ବାରବାଟୀରେ ଅର୍ଦ୍ଧଶତକ ହାସଲ କରିବା ସହିତ ଭଲ ମୂଳଦୂଆ ପକାଇଛନ୍ତି । 18 ଓଭର ଶେଷ ସୁଦ୍ଧା ଭାରତ 103 ରନ୍‌ ସଂଗ୍ରହ କରିଛି । ରାହୁଲ 53ଟି ବଲ୍‌ର ସମ୍ମୁଖୀନ ହୋଇ 7 ଚୌକା ସହାୟତାରେ 50 ରନ୍‌ କରିଥିବା ବେଳେ ରୋହିତ 52 ଟି ବଲ୍‌ର ସମ୍ମୁଖୀନ ହୋଇ 6ଟି ଚୌକା ଏବଂ ଗୋଟିଏ ଛକ୍କା ମାରିଛନ୍ତି ।

Categories
ଆଜିର ଖବର

ରୋହିତଙ୍କ 28 ତମ ଅନ୍ତର୍ଜାତୀୟ ଶତକ : ଓ୍ବେଷ୍ଟଇଣ୍ଡିଜ୍‌ ସମ୍ମୁଖରେ 388 ରନ୍‌ର ବିଜୟ ଲକ୍ଷ୍ୟ

ବିଶାଖାପଟ୍ଟନମ୍‌, 18/12 : ଭାରତ ଏବଂ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଅନୁଷ୍ଠିତ ଦିନିକିଆ ସିରିଜ୍‌ର ଦ୍ବିତୀୟ ଦିନିକିଆରେ ଓ୍ବିଣ୍ଡିଜ୍‌ ସମ୍ମୁଖରେ 388 ରନ୍‌ର ବିଜୟ ଲକ୍ଷ୍ୟ ରହିଛି । ଭାରତ ପକ୍ଷରୁ ଦୁଇ ଓପ୍ନର ରୋହିତ ଶର୍ମା(159) ଏବଂ ରାହୁଲ(102) ଶତକ ହାସଲ କରିଥିଲେ । ରୋହିତ ନିଜ ଅନ୍ତର୍ଜାତୀୟ କ୍ୟାରିୟରର 28 ତମ ଶତକ ହାସଲ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶ୍ରେୟସ ଆୟାର (53) ଏବଂ ଋଷଭ ପନ୍ତ(39) ରନ୍‌ ସଂଗ୍ରହ କରିଥିଲେ । ପ୍ରଥମ ଓ୍ବିକେଟରେ ରାହୁଲ-ରୋହିତ 227 ରନ୍‌ ଯୋଡିଥିଲେ । ରୋହିତ 135 ବଲ୍‌ର ସମ୍ମୁଖୀନ ହୋଇ 17ଟି ଚୌକା ଏବଂ 5 ଛକ୍କା ସହାୟତାରେ 159 ରନ୍‌ କରିଥିବା ବେଳେ ରାହୁଲ 104 ଟି ବଲ୍‌ର ସମ୍ମୁଖୀନ ହୋଇ 8ଟି ଚୌକା ଏବଂ 3ଟି ଛକ୍କା ସହାୟତାରେ 102 ରନ୍‌ ସଂଗ୍ରହ କରିଥିଲେ । ଶେଷ ଭାଗରେ ପନ୍ତ 16ଟି ବଲ୍‌ର ସମ୍ମୁଖୀନ ହୋଇ 39 ରନ୍‌ ଏବଂ ଶ୍ରେୟସ ଆୟାର 32ଟି ବଲ୍‌ରୁ 53 ରନ୍‌ ସଂଗ୍ରହ କରିଥିଲେ । ଉଭୟ 3ଟି ଲେଖାଏଁ ଚୌକା ଏବଂ 4ଟି ଲେଖାଏଁ ଛକ୍କା ମାରିଥିଲେ । ଓ୍ବିଣ୍ଡିଜ୍‌ ପକ୍ଷରୁ କଟ୍‌ରେଲ୍‌ 2ଟି ଓ୍ବିକେଟ ଅକ୍ତିଆର କରିଥିବା ବେଳେ କିମୋ ପଲ୍‌ ଏବଂ ପୋଲାର୍ଡ ଗୋଟିଏ ଲେଖାଏଁ ଓ୍ବିକେଟ୍‌ ଅକ୍ତିଆର କରିଥିଲେ । (ଏଜେନ୍ସି)

Categories
ଆଜିର ଖବର

ରୋହିତ-ରାହୁଲଙ୍କ ଶତକ : 35 ଓଭର ସୁଦ୍ଧା ଭାରତ 220/0

ବିଶାଖାପଟ୍ଟନମ,18/12: ବିଶାଖାପଟ୍ଟନମରେ ଅନୁଷ୍ଠିତ ଦ୍ବିତୀୟ ଦିନିକିଆରେ ଭାରତୀୟ ଓପ୍‌ନର ଚମତ୍କାର ବ୍ୟାଟିଂ କରିଛନ୍ତି । ଉଭୟ ବ୍ୟାଟ୍ସମ୍ୟାନ୍‌ ଶତକ ହାସଲ କରିବା ସହିତ ପ୍ରଥମ ଓ୍ବିକେଟରେ ଦ୍ବିଶତକୀୟ ଭାଗିଦାରୀ କରିଥିଲେ । 36 ଓଭର ସୁଦ୍ଧା ଭାରତ 220 ରନ୍‌ ସଂଗ୍ରହ କରିଥିବା ବେଳେ ରୋହିତ(114) ଏବଂ ରାହୁଲ (102) ରନ୍‌ରେ ବ୍ୟାଟିଂ କରୁଛନ୍ତି । ଟସ୍‌ ହାରି ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଭାରତ ପକ୍ଷରୁ ଦୁଇ ଓପ୍‌ନର ରୋହିତ ଶର୍ମା ଏବଂ କେଏଲ୍‌ ରାହୁଲ ସତର୍କତାର ସହିତ ଇନିଂସ ଆରମ୍ଭ କରିଥିଲେ । ପ୍ରାରମ୍ଭରୁ ରାହୁଲ ଆକ୍ରମଣାତ୍ମକ ବ୍ୟାଟିଂ କରିଥିବା ବେଳେ ରୋହିତ ଜଗି ରଖି ଖେଳିଥିଲେ । ପରେ ରୋହିତ ରନ୍‌ଗତି ବଢାଇବା ସହିତ 33 ତମ ଓଭରରେ 108 ବଲ୍‌ରୁ 11ଟି ଚୌକା ଏବଂ 2 ଛକ୍କା ସହାୟତାରେ ନିଜର ଶତକ ପୂରଣ କରିଥିଲେ । ଏହା ବ୍ୟତିତ ରାହୁଲ 102ଟି ବଲ୍‌ର ସମ୍ମୁଖୀନ ହୋଇ 8ଟି ଚୌକା ଏବଂ 3ଟି ଛକ୍କା ସହାୟତାରେ ଶତକ ପୂରଣ କରିଥିଲେ ।