ଆଉ ଏକ ରେକର୍ଡ କରିବାକୁ ଯାଉଛନ୍ତି ଧୋନୀ : ପ୍ରଥମ ଖେଳାଳି ଭାବରେ 200 ଆଇପିଏଲ ମ୍ୟାଚ ଖେଳିବେ

Published: Oct 19, 2020, 6:00 pm IST

ଦୁବାଇ : ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଆଉ ଏକ ରେକର୍ଡ ନିଜ ନାମରେ କରିବାକୁ ଯାଉଛନ୍ତି । ପ୍ରଥମ ଖେଳାଳି ଭାବରେ ଆଇପିଏଲରେ 200 ମ୍ୟାଚ ଖେଳିବାକୁ ଯାଉଛନ୍ତି ଧୋନୀ । ଆଜି ରାଜସ୍ଥାନ ରୟାଲ୍ସ ବିପକ୍ଷ ମୁକାବିଲାରେ ଧୋନୀ ଏହି ମାଇଲଖୁଣ୍ଟ ହାସଲ କରିବେ । ଏହା ପୂର୍ବରୁ ଧୋନୀ ସମସ୍ତ ସିଜିନ ଚେନ୍ନାଇ ପାଇଁ ଖେଳିଥିବା ବେଳେ କେବଳ ଦୁଇ ସିଜିନ ଆରପିଏସ ପାଇଁ ଖେଳିଥିଲେ। ଆଇପିଏଲର ଅନ୍ୟତମ ସଫଳ ଅଧିନାୟକ ଧୋନୀ ଚେନ୍ନାଇକୁ ପ୍ରତି ସିଜିନରେ ପ୍ଲେଅଫକୁ ନେଇଥିବା ବେଳେ ଅଧିନାୟକ ଭାବରେ 169 ମ୍ୟାଚରୁ 102 ମ୍ୟାଚରେ ବିଜୟୀ ହୋଇଛନ୍ତି ।  ଧୋନୀ ଆଇପିଏଲର 4568 ରନ ସଂଗ୍ରହ କରିଥିବା ବେଳେ ସିଏସକେ ପକ୍ଷରୁ 3994 ରନ ସଂଗ୍ରହ କରିଛନ୍ତି । ଧୋନୀଙ୍କ ନେତୃତ୍ୱରେ ସିଏସକେ ତିନିଥର ଆଇପିଏଲ ଟ୍ରଫି ହାସଲ କରିଛି । ଧୋନୀଙ୍କ ବ୍ୟତୀତ ଏକାଧିକ ଖେଳାଳି 200 ମ୍ୟାଚ ଖେଳିବାର ନିକଟତର ହୋଇଛନ୍ତି । ରୋହିତ ଶର୍ମା 197 ମ୍ୟାଚ ସହିତ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ  ଦୀନେଶ କାର୍ତ୍ତିକ 191ଟି ମ୍ୟାଚ ଖେଳିଛନ୍ତି । (ଏଜେନ୍ସି)

Related posts