ଆଇପିଏଲରେ ସବୁଠୁ ଅଧିକ ଆୟ କରିଛନ୍ତି ଏହି ଖେଳାଳି, ଜାଣନ୍ତୁ କିଏ

Published: Dec 10, 2020, 5:59 pm IST

ମୁମ୍ବାଇ : ଆଇପିଏଲରେ କେଉଁ ଖେଳାଳି ସବୁଠାରୁ ଅଧିକ ବେତନ ପାଇଛନ୍ତି ତାହା ଜାଣିବା ପାଇଁ ଫ୍ୟାନ ମାନେ ସର୍ବଦା ଉତ୍ସୁକ ରହିଥାନ୍ତି । ତେବେ ଅଧିନାୟକ ବିରାଟ ଓ ରୋହିତ୍‌ ଶର୍ମାଙ୍କୁ କାଟିଛନ୍ତି ଏହି ଖେଳାଳୀ ଜଣକ । ପୂର୍ବତନ ଅଧିନାୟକ ତଥା କ୍ୟାପେଟନ୍‌ କୁଲ୍‌ ମହେନ୍ଦ୍ର ସିଂ ଧୋନୀ ଏହି ତାଲିକାର ସର୍ବାଗ୍ରେ ରହିଛନ୍ତି ।  ବିରାଟ କୋହଲି ଆରସିବିରୁ 18 କୋଟି ଟଙ୍କାର ବାର୍ଷିକ ବେତନ ପାଉଛନ୍ତି । ତେବେ ଭାରତୀୟ ଅଧିନାୟକ କୋହଲି ସର୍ବାଧିକ ଆୟକାରୀ ଭାରତୀୟ ଖେଳାଳି ନୁହନ୍ତି ବରଂ ସେ ତିନି ନମ୍ବର ସ୍ଥାନରେ ରହିଛନ୍ତି ।

ଆଇପିଏଲର 13ଟି ସଂସ୍କରଣ ସରିଥିବା ବେଳେ ପୂର୍ବତନ ଭାରତୀୟ ଅଧିନାୟକ ତଥା ଚେନ୍ନାଇ ସୁପରକିଙ୍ଗସର ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ସର୍ବାଧିକ 137 କୋଟି ଆୟ କରିଛନ୍ତି । ଧୋନୀ 6 କୋଟି ଟଙ୍କାରେ ଚେନ୍ନାଇ ସୁପର କିଙ୍ଗସ ସହିତ ଯୋଡି ହୋଇଥିଲେ । ପ୍ରଥମ ତିନି ସିଜିନରେ ଧୋନୀଙ୍କ ପ୍ରଦର୍ଶନ ତାଙ୍କୁ ଘରେ ଘରେ ପରିଚିତ କରାଇଥିଲା । ଏହାପରେ ବିସିସିଆଇ ପକ୍ଷରୁ ରିଟେନଡ ପ୍ଲେୟାରଙ୍କ ସର୍ବାଧିକ ମୂଲ୍ୟ 8.2  କୋଟି ରହିଥିଲା । 2011-13 ପର୍ଯ୍ୟନ୍ତ ଧୋନୀ ବାର୍ଷିକ 8.2 କୋଟିର ବେତନ ପାଇଥିଲେ । ଧୋନୀ ସମୁଦାୟ 137 କୋଟିର ଆୟ ସହିତ ଏହି ତାଲିକାରେ ପ୍ରଥମ ସ୍ଥାନରେ ରହିଥିବା ବେଳେ ରୋହିତ ଶର୍ମା 131 କୋଟି ଟଙ୍କା ସହିତ ଦ୍ୱିତୀୟ ଏବଂ ବିରାଟ କୋହଲି 126 କୋଟି ସହିତ ତୃତୀୟ ସ୍ଥାନରେ ରହିଛନ୍ତି ।

2014 ରେ ବିସିସିଆଇ ପକ୍ଷରୁ ବେତନ 12.5 କୋଟିକୁ ବୃଦ୍ଧି କରାଯାଇଥିଲା । ରାଇଜିଂ ପୁନେ ସୁପରଜିଆଣ୍ଟସହିତ ଧୋନୀ ଦୁଇବର୍ଷରେ 25 କୋଟି ଆୟ କରିଥିଲେ । ବିଗତ ତିନି ବର୍ଷ ଧରି ଧୋନୀ ଚେନ୍ନାଇ ସହିତ ବାର୍ଷିକ 15 କୋଟିର ଚୁକ୍ତି କରିଛନ୍ତି ।

Related posts