ପରାଜୟକୁ ସକରାତ୍ମକ ଭାବରେ ଗ୍ରହଣ କରିବା ଉଚିତ୍‌ : କୋହ୍‌ଲି

Published: Feb 24, 2020, 2:16 pm IST

ଓ୍ବେଲିଂଟନ୍‌ : ନ୍ୟୁଜିଲ୍ୟାଣ୍ଡ ଟେଷ୍ଟ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ପରାଜିତ ହେବା ପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଭାରତୀୟ ଦଳର ସମର୍ଥକ ମାନେ ଯଦି ଗୋଟିଏ ପରାଜୟ ପରେ ହତୋତ୍ସାହିତ ହୋଇ ଦଳକୁ ସମାଲୋଚନା କରିବା ଆରମ୍ଭ କରିବେ ତେବେ ଏହା କ୍ରିକେଟ ପାଇଁ ଶୁଭ ସୂଚନା ନୁହେଁ । ପରାଜୟକୁ ସମର୍ଥକ ମାନେ ସକରାତ୍ମକ ଭାବରେ ଗ୍ରହଣ କରିବା ଉଚିତ୍‌ ବୋଲି କୋହ୍‌ଲି ପ୍ରକାଶ କରିଛନ୍ତି । ପ୍ରଥମ ଟେଷ୍ଟରେ ଘରୋଇ ନ୍ୟୁଜିଲ୍ୟାଣ୍ଡ ଶୋଚନୀୟ ଭାବରେ ଭାରତକୁ 10 ଓ୍ବିକେଟରେ ପରାସ୍ତ କରିଥିଲା । ଅଧିନାୟକ ବିରାଟ୍‌ କୋହଲିଙ୍କ ସମେତ ଟପ୍‌ ଏବଂ ମିଡିଲ ଅର୍ଡର ବିଫଳ ହେବା କାରଣରୁ ଭାରତ ଏହି ମ୍ୟାଚ୍‌ରେ ପରାଜୟ ବରଣ କରିଥିଲା । ଏହି ପରାଜୟ ସହିତ ଟେଷ୍ଟ ଚାମ୍ପିୟନ୍‌ସିପ୍‌ରେ ଭାରତ ପ୍ରଥମ ପରାଜୟ ବରଣ କରିଥିଲା । ବିଜୟ ଏବଂ ପରାଜୟ କ୍ରିକେଟର ଏକ ଅଂଶ । ତେଣୁ ଏହାକୁ ନେଇ ଅଧିକ ଭାବପ୍ରବଣ ହେବା ଅନୁଚିତ ବୋଲି କୋହଲି ପ୍ରକାଶ କରିଛନ୍ତି । (ଏଜେନ୍ସି)

Related posts