ଏକ ନମ୍ବର ମାନ୍ୟତା ବଜାୟ ରଖିଲେ କୋହ୍‌ଲି : ତିନି ନମ୍ବରରେ ଲାବୁଶ୍ଚାଞ୍ଜେ

Published: Jan 8, 2020, 5:56 pm IST

ନୂଆଦିଲ୍ଲୀ : ଆଇସିସି ପକ୍ଷରୁ ପ୍ରକାଶିତ ନୂତନ ଟେଷ୍ଟ ରାଙ୍କିଙ୍ଗ ବୁଧବାର ପ୍ରକାଶ ପାଇଛି । ସଦ୍ୟ ପ୍ରକାଶିତ ରାଙ୍କିଙ୍ଗରେ ଭାରତୀୟ ଅଧିନାୟକ ବିରାଟ କୋହଲି ଏକ ନମ୍ବର ସ୍ଥାନ ବଜାୟ ରଖିଛନ୍ତି । ଅଷ୍ଟ୍ରେଲୀୟ ଟପ୍‌ ଅର୍ଡର ବ୍ୟାଟ୍ସମ୍ୟାନ୍‌ ମାର୍ନସ ଲାବୁଶ୍ଚାଞ୍ଜେ ଆଶ୍ଚର୍ଯ୍ୟଜନକ ଭାବରେ ତୃତୀୟ ସ୍ଥାନରେ ରହିଛନ୍ତି । 928 ପଏଣ୍ଟ ସହିତ କୋହଲି ପ୍ରଥମ ସ୍ଥାନ ବଜାୟ ରଖିଥିବା ବେଳେ ଷ୍ଟିଭ୍‌ ସ୍ମିଥ୍‌ 911 ପଏଣ୍ଟ ସହିତ ଦ୍ବିତୀୟ ସ୍ଥାନରେ ରହିଛନ୍ତି । ସେହିପରି ନିକଟରେ ସମାପ୍ତ ନ୍ୟୁଜିଲ୍ୟାଣ୍ଡ ସିରିଜ୍‌ରେ ପ୍ରଥମ ଦ୍ବିଶତକ ହାସଲ କରିଥିବା ଲାବୁଶ୍ଚାଞ୍ଜେ ତୃତୀୟ ସ୍ଥାନକୁ ଉନ୍ନୀତ ହୋଇଛନ୍ତି । 6 ଇନିଂସରୁ ଲାବୁଶ୍ଚାଞ୍ଜେ 549 ରନ୍‌ ସଂଗ୍ରହ କରି ପ୍ଲେୟାର ଅଫ୍‌ ଦ ସିରିଜ୍‌ ହୋଇଥିଲେ । ଅନ୍ୟ ଭାରତୀୟ ଖେଳାଳିଙ୍କ ମଧ୍ୟରେ ଚେତେଶ୍ବର ପୂଜାରା ଏବଂ ଆଜିଙ୍କ୍ୟ ରାହାଣେ ଟପ୍‌ ଟେନ୍‌ରେ ରହିଛନ୍ତି । ପୂଜାରା ଷଷ୍ଠ ସ୍ଥାନରେ ରହିଥିବା ବେଳେ ରାହାଣେ ନବମ ସ୍ଥାନକୁ ଖସିଛନ୍ତି । (ଏଜେନ୍ସୀ)

Related posts