ଇଡେନ୍‌ ପାର୍କର ଦ୍ବିତୀୟ ଟି ଟ୍ବେଣ୍ଟି ମ୍ୟାଚ୍‌ରେ ଟସ୍‌ ଜିତି ବ୍ୟାଟିଂର ନିଷ୍ପତ୍ତି ନେଲା ନ୍ୟୁଜିଲାଣ୍ଡ୍‌

Published: Jan 26, 2020, 12:22 pm IST
ind vs nz

ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ 5 ମ୍ୟାଚ୍‌ ବିଶିଷ୍ଟ ଟି-20 ଶୃଙ୍ଖଳର ଦ୍ବିତୀୟ ମ୍ୟାଚ୍‌ ଆଜି ଅକ୍‌ଲାଣ୍ଡ୍‌ର ଇଡେନ୍‌ ପାର୍କଠାରେ ଅନୁଷ୍ଠିତ ହେଉଛି। ଟସ୍‌ ଜିତି ନ୍ୟୁଜିଲାଣ୍ଡ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି ଅଧିନାୟକ କେନ୍‌ ଓ୍ବିଲିୟମସ୍‌। ତେବେ ଭାରତ ଓ ନ୍ୟୁଜିଲାଣ୍ଡର ଦୁଇ ଅଧିନାୟକ ଚଳିତ ମ୍ୟାଚ୍‌ରେ କୌଣସି ଖେଳାଳିଙ୍କ ପରିବର୍ତ୍ତନ କରିନାହାନ୍ତି। ଭାରତର ନ୍ୟୁଜିଲାଣ୍ଡ ଗସ୍ତ ବେଶ୍‌ ଭଲ ରହିଛି। ପ୍ରଥମ ଟି-20 ମ୍ୟାଚ୍‌ରେ ଭାରତ ବିଜୟ ସହିତ ନିଜର ଯାତ୍ରା ଜାରି ରଖିଛି। ପୂର୍ବ ମ୍ୟାଚ୍‌ ପରି ଚଳିତ ମ୍ୟାଚ୍‌ରେ ମଧ୍ୟ ପୁଣି ଥରେ ଏକ ବଡ ସ୍କୋର ଦେଖିବା ନେଇ ପ୍ରଶଂସକ ଉତ୍ସାହିତ ରହିଛନ୍ତି।

ନ୍ୟୁଜିଲାଣ୍ଡରେ ଭାରତୀୟ ଦଳର ରେକର୍ଡ (ଟି 20 ଇଣ୍ଟରନ୍ୟାସନାଲ୍‌ ସିରିଜ)

  1. ଭାରତ ବନାମ ନ୍ୟୁଜିଲାଣ୍ଡ – ଦୁଇ ମ୍ୟାଚ୍‌ର ଟି-20 ଇଣ୍ଟରନ୍ୟାସନାଲ ସିରିଜ (2008-09) ନ୍ୟୁଜିଲାଣ୍ଡ 2-0ରେ ବାଜିମାତ୍ କରିଥିଲା ।
  2. ଭାରତ ବନାମ ନ୍ୟୁଜିଲାଣ୍ଡ – ତିନି ଟିକିଆ ମ୍ୟାଚ୍‌ର ଟି-20 ଇଣ୍ଟରନ୍ୟାସନାଲ ସିରିଜ (2018-19) ନ୍ୟୁଜିଲାଣ୍ଡ 2-1ରେ ବାଜିମାତ୍ କରିଥିଲା।

ନ୍ୟୁଜିଲାଣ୍ଡ୍‌ ମାଟିରେ ଭାରତ କେବଳ ଦୁଇଟି ଟି -20 ଇଣ୍ଟରନ୍ୟାସନାଲ୍‌ ମ୍ୟାଚ୍‌ ଜିତିଥିବାବେଳେ ଚାରିଟି ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ୍ ଭାରତୀୟ ଦଳକୁ ପରାସ୍ତ କରିଛି।

Related posts