ଦ୍ବିତୀୟ ଟେଷ୍ଟ : ବୋଲରଙ୍କ ବଢିଆ ପ୍ରଦର୍ଶନ ପରେ ଭାରତର ବ୍ୟାଟିଂ ବିପର୍ଯ୍ୟୟ

Published: Mar 1, 2020, 1:40 pm IST

କ୍ରୀଷ୍ଟଚର୍ଚ୍ଚ : ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଅନୁଷ୍ଠିତ ଦ୍ବିତୀୟ ଟେଷ୍ଟ ମ୍ୟାଚ୍‌ରେ ଭାରତୀୟ ବ୍ୟାଟ୍ସମ୍ୟାନ୍‌ଙ୍କ ଦୟନୀୟ ପ୍ରଦର୍ଶନ ଜାରି ରହିଛି । ପ୍ରଥମ ଇନିଂସରେ ଭାରତ 7 ରନ୍‌ରେ ଅଗ୍ରଣୀ ହାସଲ କରିଥିବା ବେଳେ ବ୍ୟାଟ୍ସମ୍ୟାନ୍‌ଙ୍କ ଖରାପ ପ୍ରଦର୍ଶନ କାରଣରୁ ଭାରତ 90 ରନ୍‌ରେ 6 ଓ୍ବିକେଟ୍‌ ହରାଇ ସଙ୍କଟରେ ପଡିଛି । ଭାରତର ଟପ୍‌ ଅର୍ଡର ବିଫଳ ହୋଇଥିବା ବେଳେ ଅନ୍ତିମ ମାନ୍ୟତାପ୍ରାପ୍ତ ଯୋଡି ଭାବରେ ହନୁମା ବିହାରୀ ଏବଂ ଋଷଭ ପନ୍ତ କ୍ରିଜ୍‌ରେ ଉପସ୍ଥିତ ଅଛନ୍ତି । ଭାରତ ପକ୍ଷରୁ ଚେତେଶ୍ବର ପୂଜାରା ସର୍ବାଧିକ 24 ରନ୍‌ ସଂଗ୍ରହ କରିଛନ୍ତି । ଟ୍ରେଣ୍ଟ ବୋଲ୍ଟ ଘାତକ ବୋଲିଂ କରି 3ଟି ଓ୍ବିକେଟ୍‌ ଅକ୍ତିଆର କରିଛନ୍ତି । ଭାରତ ଯଦି 180 ରନ୍‌ ମଧ୍ୟ ହାସଲ କରେ ତେବେ ବିଜୟ ହାସଲ ପାଇଁ ଭାରତ ନିକଟରେ ସୁଯୋଗ ରହିଛି । ରବିବାର ସକାଳୁ ଭାରତୀୟ ବୋଲର ଚମତ୍କାର ବୋଲିଂର ନିଦର୍ଶନ କରିଥିଲେ । ଭାରତ ପକ୍ଷରୁ ମହମ୍ମଦ ସାମି 4ଟି ଓ୍ବିକେଟ୍‌ ଅକ୍ତିଆର କରିଥିଲେ । ଯଶ୍‌ପ୍ରୀତ୍‌ ବୁମ୍‌ରା 3ଟି, ଜାଡେଜା 2ଟି ଏବଂ ଉମେଶ ଯାଦବ ଗୋଟିଏ ଓ୍ବିକେଟ ଅକ୍ତିଆର କରିବାରୁ ଭାରତ 7 ରନ୍‌ରେ ଅଗ୍ରଣୀ ହାସଲ କରିଥିଲା । ନ୍ୟୁଜିଲ୍ୟାଣ୍ଡ ପକ୍ଷରୁ ଟମ୍‌ ଲାଥାମ୍‌ ସର୍ବାଧିକ52 ରନ୍‌ ସଂଗ୍ରହ କରିଥିବା ବେଳେ କାଇଲ୍‌ ଜାମିସାନେ 49 ଏବଂ କଲିନ୍‌ ଡି ଗ୍ରାଣ୍ଡହୋମ୍‌ 44 ରନ୍‌ ସଂଗ୍ରହ କରିଥିଲେ । (ଏଜେନ୍ସି)

Related posts