ଅଭ୍ୟାସ୍‌ ମ୍ୟାଚ୍‌ରେ ବିହାରୀଙ୍କ ଶତକ : ଭାରତ 263ରେ ଅଲ୍‌ଆଉଟ୍‌

Published: Feb 14, 2020, 1:30 pm IST

ନୂଆଦିଲ୍ଲୀ : ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଟେଷ୍ଟ ସିରିଜ୍‌ ଆରମ୍ଭ ହେବା ପୂର୍ବରୁ ଅନୁଷ୍ଠିତ ତିନି ଦିନିଆ ଅଭ୍ୟାସ ମ୍ୟାଚ୍‌ରେ ହନୁମା ବିହାରୀ ଶତକ ହାସଲ କରିଛନ୍ତି । ବିହାରୀ ଶତକ ହାସଲ କରିଥିବା ବେଳେ ନିର୍ଭରଯୋଗ୍ୟ ଚେତେଶ୍ବର ପୂଜାରା 93 ରନ୍‌ ସଂଗ୍ରହ କରିଥିଲେ । ତିନି ଅଗ୍ରଭାଗ ଖେଳାଳି ପୃଥ୍ବୀ ଶ(0), ମୟଙ୍କ ଅଗ୍ରଓ୍ବାଲ(1) ଏବଂ ଶୁଭମାନ ଗିଲ୍‌ (0) ବିଫଳ ହୋଇଥିବା ବେଳେ ପୂଜାରା ଏବଂ ବିହାରୀ 195 ରନ୍‌ର ଭାଗିଦାରୀ କରିଥିଲେ । ବିହାରୀ ଶତକ ହାସଲ କରିବା ପରେ ନିମ୍ନକ୍ରମ ବ୍ୟାଟ୍ସମ୍ୟାନ୍‌ଙ୍କୁ ସୁଯୋଗ ଦେବା ପାଇଁ ରିଟାୟର୍ଡ ହର୍ଟ ହୋଇଥିଲେ । ମାତ୍ର ଏହାପରେ ଋଷଭ ପନ୍ତ, ଅଶ୍ବିନ୍‌ ଏବଂ ରିଦ୍ଧିମାନ ଶାହା ବିଫଳ ହେବାରୁ ଭାରତ ମାତ୍ର 263 ରନ୍‌ରେ ସମସ୍ତ ଓ୍ବିକେଟ୍‌ ହରାଇଥିଲା । ବିହାରୀ ଏବଂ ପୂଜାରାଙ୍କ ବ୍ୟତିତ କେବଳ ଆଜିଙ୍କ୍ୟ ରାହାଣେ(18) ଦୁଇ ଅଙ୍କ ଛୁଇଁଥିଲେ । ନ୍ୟୁଜିଲ୍ୟାଣ୍ଡ ପକ୍ଷରୁ ସ୍କଟ୍‌ କୁଗ୍ଲେଜିନ୍‌ ଏବଂ ଇସ୍‌ ସୋଧୀ ତିନୋଟି ଲେଖାଏଁ ଓ୍ବିକେଟ୍‌ ଅକ୍ତିଆର କରିଥିଲେ । (ଏଜେନ୍ସି)

Related posts