Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମହିଳା ଟି20 ବିଶ୍ବକପ୍‌ : ଭାରତର କ୍ରମାଗତ ଦ୍ବିତୀୟ ବିଜୟ
ଆଜିର ଖବର

ମହିଳା ଟି20 ବିଶ୍ବକପ୍‌ : ଭାରତର କ୍ରମାଗତ ଦ୍ବିତୀୟ ବିଜୟ

February 24, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ପର୍ଥ : ଭାରତ ଏବଂ ବାଂଲାଦେଶ ମଧ୍ୟରେ ଅନୁଷ୍ଠିତ ମହିଳା ଟି 20 ବିଶ୍ବକପ୍‌ ମୁକାବିଲାରେ ସହଜ ବିଜୟ ହାସଲ କରିଛି ଭାରତ । କ୍ରମାଗତ ଦ୍ବିତୀୟ ବିଜୟ ସହିତ ଟେବୁଲ୍‌ ଟପ୍ପର ରହିଛି ଭାରତ । ପ୍ରଥମେ ବ୍ୟାଟିଂ କରି ଭାରତ ମାତ୍ର 142 ରନ୍‌ କରିଥିବା ବେଳେ ବୋଲରଙ୍କ ସଫଳତା ବଳରେ ଭାରତ ମ୍ୟାଚ୍‌କୁ 18 ରନ୍‌ରେ ଜିତି ନେଇଥିଲା । 143 ରନ୍‌ର ବିଜୟ ଲକ୍ଷ୍ୟର ପିଛା କରୁଥିବା ବାଂଲାଦେଶ ପକ୍ଷରୁ ନିଗାର ସୁଲତାନା(35) ଏବଂ ମୁର୍ଶିଦା ଖାତୁନ୍‌(30)ଙ୍କ ବ୍ୟତୀତ ଅନ୍ୟ ସମସ୍ତ ବ୍ୟାଟ୍ସମ୍ୟାନ୍‌ଙ୍କ ବିଫଳତା କାରଣରୁ ଦଳ ବିଜୟ ଠାରୁ 18 ରନ୍‌ ଦୂରରେ ରହିଥିଲା । ଭାରତ ପକ୍ଷରୁ ପୁନମ ଯାଦବ 18 ରନ୍‌ ବିନିମୟରେ 3ଟି ଓ୍ବିକେଟ ଅକ୍ତିଆର କରିଥିବା ବେଳେ ଶିଖା ପାଣ୍ଡେ ଏବଂ ଅରୁନ୍ଧତୀ ରେଡ୍ଡୀ ପ୍ରତ୍ୟୋକ ଦୁଇଟି ଓ୍ବିକେଟ୍‌ ଅକ୍ତିଆର କରିଥିଲେ । ଭାରତ ପକ୍ଷରୁ ଓପ୍ନର ଶେଫାଳି ବର୍ମା ସର୍ବାଧିକ 39 ରନ୍‌ ସଂଗ୍ରହ କରିଥିବା ବେଳେ ଜେମିମା ରଡ୍ରିଗ୍‌ଜ 33 ରନ୍‌ ସଂଗ୍ରହ କରିଥିଲେ । ଶେଷଭାଗରେ ବେଦା କୃଷ୍ଣମୂର୍ତ୍ତି ଆକ୍ରମଣାତ୍ମକ 21 ରନ୍‌ ସଂଗ୍ରହ କରିବାରୁ ଭାରତ 140 ରନ୍‌ ଅତିକ୍ରମ କରିଥିଲା । ବାଂଲାଦେଶ ପକ୍ଷରୁ ସଲ୍‌ମା ଖାତୁନ୍‌ ଏବଂ ପାନ୍ନା ଘୋଷ ପ୍ରତ୍ୟେକ ଦୁଇଟି ଲେଖାଏଁ ଓ୍ବିକେଟ୍‌ ଅକ୍ତିଆର କରିଥିଲେ । ଶେଫାଳି ବର୍ମାଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ଘୋଷଣା କରାଯାଇଥିଲା । (ଏଜେନ୍ସି)

Share. Facebook Twitter LinkedIn Email WhatsApp Copy Link

Related Posts

ବ୍ରିକ୍ସ ଶିକ୍ଷାମନ୍ତ୍ରୀମାନଙ୍କ ତ୍ରୟୋଦଶ ବୈଠକ ପାଇଁ ଭୁବନେଶ୍ୱରରେ ପହଞ୍ଚିଲେ ଅନ୍ତର୍ଜାତୀୟ ପ୍ରତିନିଧି

August 5, 2026

ସଠିକ୍ ସୂଚନା ହିଁ ସରକାର ଓ ଜନତାଙ୍କ ମଧ୍ୟରେ ବିଶ୍ୱାସର ଆଧାର: ଅତିରିକ୍ତ ମହାନିର୍ଦ୍ଦେଶକ

August 5, 2026

ଡିପଫେକ୍ ଏବଂ ଶିଶୁ ଯୌନ ନିର୍ଯାତନା ବିଷୟବସ୍ତୁ ମାମଲା: କ୍ଷମା ମାଗିଲେ ମାର୍କ ଜୁକରବର୍ଗ

August 5, 2026

ବିପଦରେ ଅଗରକରଙ୍କ ଚାକିରି: ରୋହିତ ଶର୍ମା ଏହାର କାରଣ

August 5, 2026
Latest News

ବ୍ରିକ୍ସ ଶିକ୍ଷାମନ୍ତ୍ରୀମାନଙ୍କ ତ୍ରୟୋଦଶ ବୈଠକ ପାଇଁ ଭୁବନେଶ୍ୱରରେ ପହଞ୍ଚିଲେ ଅନ୍ତର୍ଜାତୀୟ ପ୍ରତିନିଧି

August 5, 2026

ସଠିକ୍ ସୂଚନା ହିଁ ସରକାର ଓ ଜନତାଙ୍କ ମଧ୍ୟରେ ବିଶ୍ୱାସର ଆଧାର: ଅତିରିକ୍ତ ମହାନିର୍ଦ୍ଦେଶକ

August 5, 2026

ଡିପଫେକ୍ ଏବଂ ଶିଶୁ ଯୌନ ନିର୍ଯାତନା ବିଷୟବସ୍ତୁ ମାମଲା: କ୍ଷମା ମାଗିଲେ ମାର୍କ ଜୁକରବର୍ଗ

August 5, 2026

ବିପଦରେ ଅଗରକରଙ୍କ ଚାକିରି: ରୋହିତ ଶର୍ମା ଏହାର କାରଣ

August 5, 2026

ଇ-୨୦ ଡିପଫେକ୍ ମାମଲା: ନୀତିନ ଗଡକରୀଙ୍କ ସପକ୍ଷରେ ରାୟ ଦେଲେ ହାଇକୋର୍ଟ

August 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.