ପୂର୍ବାଞ୍ଚଳ ହ୍ୟାଣ୍ଡବଲ ଦଳରେ ଗଂଜାମର ଦୁଇ ଖେଳାଳୀ

Published: Feb 28, 2020, 12:58 pm IST

ହେମାଙ୍ଗ ପ୍ରସାଦ ରାଉଳ

ବ୍ରହ୍ମପୁର: ଫେବୃୟାରୀ ୨୯ ତାରିଖରୁ ମାର୍ଚ୍ଚ ୩ ତାରିଖ ପର୍ଯ୍ୟନ୍ତ ବିହାରରେ ହେବାକୁ ଥିବା ପୂର୍ବାଞ୍ଚଳ ପୁରୁଷ ଓ ମହିଳା ଦଳରେ ଭାଗ ନେବା ପାଇଁ ଗଂଜାମର ଦୁଇ ଖେଳାଳୀ ଓଡ଼ିଶା ପୁରୁଷ ଓ ମହିଳା ଦଳରେ ସ୍ଥାନ ପାଇ ଯାତ୍ରା କରିଛନ୍ତି।  ଏହି ଦୁଇ ଖେଳାଳୀ ହେଲେ ରଜତ କୁମାର ପାତ୍ର ଓ ଜିତେନ୍ଦ୍ରିୟ ନାୟକ। ଏହି ଦୁଇଖେଳାଳୀ ଗତ ଡ଼ିସେମ୍ବର ମାସରେ ଜଗତସିଂହପୁରଠାରେ ଆୟୋଜିତ ହୋଇଥିବା ଆନ୍ତଃଜିଲ୍ଲା ହ୍ୟାଣ୍ଡବଲ୍ ପ୍ରତିଯୋଗିତାରେ ଗଂଜାମ ଜିଲ୍ଲା ହ୍ୟାଣ୍ଡବଲ୍ ଦଳରେ ଅଂଶଗ୍ରହଣ କରି ଉନ୍ନତ ଖେଳ ପ୍ରଦର୍ଶନ କରିଥିଲେ । ସେଥିପାଇଁ ଏହି ଦୁଇଖେଳାଳୀଙ୍କୁ ପୂର୍ବାଞ୍ଚଳର ପ୍ରତିଯୋଗିତା ପାଇଁ ମନୋନୀତ କରାଯାଇଛି।

ରଜତ କୁମାର ପାତ୍ର ପୂର୍ବରୁ ଖଲିକୋଟ ବିଶ୍ୱବିଦ୍ୟାଳୟ ତରଫରୁ ଆନ୍ତଃବିଶ୍ୱବିଦ୍ୟାଳୟ ହ୍ୟାଣ୍ଡବଲ୍ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଛନ୍ତି । ଏହି ଦୁଇ ଖେଳାଳୀ ଜାତୀୟ କୋଚ୍ ପ୍ରଶାନ୍ତ କୁମାର ରଥଙ୍କଠାରୁ ପ୍ରଶିକ୍ଷଣ ନେଉଛନ୍ତି । ଏମାନଙ୍କ ସଫଳତା ପାଇଁ ଜିଲ୍ଲା ହ୍ୟାଣ୍ଡବଲ୍ ଦଳର ସଂପାଦକ ସୁରେଶ ଚନ୍ଦ୍ର ପାଢ଼ିଙ୍କ ସହ କର୍ମକର୍ତ୍ତା ଅଶୋକ କୁମାର ଶୁକ୍ଳା, ଶକ୍ତିଧର ରାଜଗୁରୁ, ପ୍ରକାଶ ପଣ୍ଡା ଓ ମନୋଜ କୁମାର ପାତ୍ର ଶୁଭେଚ୍ଛା ଜଣାଇଛନ୍ତି ।

Related posts