ବିସିସିଆଇର କୂଟନୈତିକ ବିଜୟ : ଦୁବାଇକୁ ସ୍ଥାନାନ୍ତର ହେଲା ଏସିଆ କପ୍‌

Published: Feb 29, 2020, 10:35 am IST

ନୂଆଦିଲ୍ଲୀ : ପିସିବି ବିପକ୍ଷରେ କୂଟନୈତିକ ବିଜୟ ହାସଲ କରିଛି ବିସିସିଆଇ । ବିସିସିଆଇର ଦାବି ସମ୍ମୁଖରେ ଆଇସିସି ମୁଣ୍ଡ ନୁଆଁଇବାକୁ ବାଧ୍ୟ ହୋଇଛି । ଏସିଆ କପ୍‌କୁ ନେଇ ଉଭୟ ଭାରତ ଓ ପାକିସ୍ତାନ ମୁହାଁମୁହିଁ ସ୍ଥିତିରେ ରହିଥିଲେ । ପାକିସ୍ତାନକୁ ଏସିଆ କପ୍‌ ଆୟୋଜନ ଦାୟିତ୍ବ ମିଳିଥିବା ବେଳେ ପାକିସ୍ତାନରେ ନ ଖେଳିବା ନେଇ ଭାରତ ଜିଦ୍‌ କରିଥିଲା । ପାକିସ୍ତାନ ମଧ୍ୟ ଆୟୋଜନ ସ୍ଥାନାନ୍ତର ନେଇ ଟାଳଟୁଳ ନୀତି ଅବଲମ୍ବନ କରିଥିଲା । ଶେଷରେ ଆଇସିସିର ହସ୍ତକ୍ଷେପ ପରେ ମ୍ୟାଚ୍‌ ଦୁବାଇକୁ ସ୍ଥାନାନ୍ତର ହେବା ନେଇ ସୂଚନା ମିଳିଛି । ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଶୁକ୍ରବାର ରାତିରେ ଏହି ସୂଚନା ପ୍ରଦାନ କରିଛନ୍ତି । (ଏଜେନ୍ସି)

Related posts