କ୍ରୀଷ୍ଟଚର୍ଚ୍ଚ : ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଅନୁଷ୍ଠିତ ଦ୍ବିତୀୟ ଟେଷ୍ଟ ମ୍ୟାଚ୍ରେ ରବୀନ୍ଦ୍ର ଜାଡେଜାଙ୍କ ଆକ୍ରୋବାଟିକ୍ କ୍ୟାଚ୍ର ଭିଡିଓ ଭାଇରାଲ୍ ହୋଇଛି । ନୀଲ୍ ଓ୍ବାଗ୍ନରଙ୍କ ଏକ ପୁଲ୍ ସଟ୍କୁ ଜାଡେଜା ଗୋଟିଏ ହାତରେ କ୍ୟାଚ୍ ଧରିଥିଲେ । କ୍ୟାଚ୍ଟି ଜାଡେଜାଙ୍କ ମୁଣ୍ଡ ଉପରେ ରହିଥିବା ବେଳେ ଜାଡେଜା ଚମତ୍କାର ଟାଇମିଂ ସହିତ ଡେଇଁ କ୍ୟାଚ୍ଟିକୁ ଧରିଥିଲେ ।
https://twitter.com/i/status/1233956543902539777
ନବମ ଓ୍ବିକେଟ୍ରେ ଓ୍ବାଗ୍ନର-ଜାମିସାନେଙ୍କ ମଧ୍ୟରେ 51 ରନ୍ର ଭାଗିଦାରୀ ହୋଇଥିବା ବେଳେ ଏହି କ୍ୟାଚ୍ ସହିତ ଭାରତ ପ୍ରଥମ ଇନିଂସରେ 7 ରନ୍ର ଅଗ୍ରଣୀ ହାସଲ କରିଥିଲା । ଏହି କ୍ୟାଚ୍ ସହିତ ଜାଡେଜା ବୋଲିଂରେ ଦୁଇଟି ଓ୍ବିକେଟ ମଧ୍ୟ ଅକ୍ତିଆର କରିଥିଲେ । (ଏଜେନ୍ସି)