ମହିଳା ବିଶ୍ବକପ୍‌ ସେମିଫାଇନାଲ୍‌ ଲାଇନ୍‌ଅପ୍‌ ଚୂଡାନ୍ତ : ଇଂଲଣ୍ଡର ମୁକାବିଲା କରିବ ଭାରତ

Published: Mar 3, 2020, 6:56 pm IST

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ଅନୁଷ୍ଠିତ ମହିଳା ବିଶ୍ବକପ୍‌ର ସେମି ଫାଇନାଲ୍‌ ଲାଇନ୍‌ ଅପ୍‌ ଚୂଡାନ୍ତ ହୋଇଛି । ପୂର୍ବରୁ ସେମି ଫାଇନାଲରେ ପହଞ୍ଚି ସାରିଥିବା ଭାରତୀୟ ଦଳ ଇଂଲଣ୍ଡର ମୁକାବିଲା କରିବାକୁ ଯାଉଛି । ସେହିପରି ଦ୍ବିତୀୟ ସେମି ଫାଇନାଲ୍‌ରେ ଘରୋଇ ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ପରସ୍ପରର ମୁକାବିଲା କରିବାକୁ ଯାଉଛନ୍ତି । ସିଡ୍‌ନୀ କ୍ରିକେଟ୍‌ ଗ୍ରାଉଣ୍ଡରେ ଅନୁଷ୍ଠିତ ଏହି ମୁକାବିଲାରେ 50 ଓଭର ବିଶ୍ବକପ୍‌ ପ୍ରତିଶୋଧ ନେବାର ସୁଯୋଗ ଭାରତ ନିକଟରେ ରହିଛି । ସକାଳ 9.30 ମିନିଟ୍‌ରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ମୁକାବିଲା ହେବାକୁ ଥିବା ବେଳେ ଅପରାହ୍ନ 1.30 ମିନିଟ୍‌ରେ ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଅନୁଷ୍ଠିତ ହେବ । ଚଳିତ ବର୍ଷ ରିଜର୍ଭ ଡେର ଖେଳ ରଖାଯାଇନଥିବାରୁ ଯଦି ମ୍ୟାଚ୍‌ ବର୍ଷାରେ ଧୋଇ ଯାଏ ତେବେ ଅଧିକ ମ୍ୟାଚ୍‌ ଜିତିଥିବା ଦଳ ଫାଇନାଲ୍‌ ଖେଳିବ । ଫାଇନାଲ୍‌ ମ୍ୟାଚ୍‌ ରବିବାର ଦିନ ମେଲବୋର୍ଣ୍ଣରେ ଖେଳାଯିବ । (ଏଜେନ୍ସି)

Related posts