ମହିଳା ଟି 20 ବିଶ୍ବକପ୍‌ : ଫାଇନାଲ୍‌ରେ ଭାରତ

Published: Mar 5, 2020, 11:06 am IST

ସିଡ୍‌ନୀ : ଅଷ୍ଟ୍ରେଲିଆରେ ଅନୁଷ୍ଠିତ ମହିଳା ଟି 20 ବିଶ୍ବକପ୍‌ର ଫାଇନାଲ୍‌ରେ ପ୍ରବେଶ କରିଛି ଭାରତ । ବର୍ଷା କାରଣରୁ ଇଂଲଣ୍ଡ ବିପକ୍ଷ ସେମି ଫାଇନାଲ୍‌ ଧୋଇଯିବାରୁ ଭାରତ ସିଧାସଳଖ ଫାଇନାଲ୍‌ରେ ପ୍ରବେଶ କରିଛି । ରିଜର୍ଭ ଡେ ରହିନଥିବାରୁ ବର୍ଷା କାରଣରୁ ଭାରତ ବିଜୟୀ ହୋଇଥିଲା । ଗ୍ରୁପ୍‌ ପର୍ଯ୍ୟାୟରେ ଭାରତ ନିଜର ସମସ୍ତ 4 ମ୍ୟାଚ୍‌ରେ ବିଜୟୀ ହୋଇଥିବା ବେଳେ ଇଂଲଣ୍ଡ 3ଟିରେ ବିଜୟୀ ହୋଇଥିଲା । ଅଧିକ ପଏଣ୍ଟ କାରଣରୁ ଭାରତ ଫାଇନାଲ୍‌ ମୁକାବିଲାରେ ଅବତୀର୍ଣ୍ଣ ହୋଇଛି । ଫାଇନାଲ୍‌ରେ ଭାରତ ଦକ୍ଷିଣ ଆଫ୍ରିକା ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍‌ର ବିଜେତାକୁ ଭେଟିବ । ସମାନ ଷ୍ଟାଡିୟମ୍‌ରେ ଦ୍ବିତୀୟ ସେମି ଫାଇନାଲ୍‌ ଅନୁଷ୍ଠିତ ହେବ । ତେଣୁ ଯଦି ଦ୍ବିତୀୟ ସେମି ଫାଇନାଲ୍‌ ଖେଳାନଯାଏ ତେବେ ଦକ୍ଷିଣ ଆଫ୍ରିକା ଅଧିକ ପଏଣ୍ଟ ହାସଲ କରିଥିବାରୁ ଫାଇନାଲ୍‌ ଖେଳିବାକୁ ଯୋଗ୍ୟତା ଅର୍ଜନ କରିବ । (ଏଜେନ୍ସି)

Related posts