କୋରୋନା ଆତଙ୍କ : ଏପ୍ରିଲ୍‌ 15 ପର୍ଯ୍ୟନ୍ତ ସ୍ଥଗିତ ରହିଲା ଆଇପିଏଲ୍‌

Published: Mar 13, 2020, 3:47 pm IST

ମୁମ୍ବାଇ : ଦେଶରେ କୋରୋନା ଭାଇରସ୍‌ର ବର୍ଦ୍ଧିତ ପ୍ରଭାବ କାରଣରୁ ଆଇପିଏଲ୍‌କୁ ସ୍ଥଗିତ ରଖିବାର ନିଷ୍ପତ୍ତି ନେଇଛି ବିସିସିଆଇ । ଆସନ୍ତା ଏପ୍ରିଲ୍‌ 15 ତାରିଖ ପର୍ଯ୍ୟନ୍ତ ଆଇପିଏଲ୍‌କୁ ସ୍ଥଗିତ ରଖିବା ପାଇଁ ବିସିସିଆଇ ନିଷ୍ପତ୍ତି ନେଇଛି । ବିସିସିଆଇର ଅନ୍ତରୀଣ କମିଟି ପକ୍ଷରୁ ଏହି ନିଷ୍ପତ୍ତି ନିଆଯିବା ସହିତ ସମସ୍ତ ଫ୍ରାଞ୍ଚାଇଜିଙ୍କୁ ଏ ସମ୍ପର୍କରେ ସୂଚିତ କରାଇ ଦିଆଯାଇଛି । ବୁଧବାର ଭାରତ ସରକାରଙ୍କ ପକ୍ଷରୁ ବିଦେଶୀ ଭିସା ବାତିଲ କରିବା ପାଇଁ ନିଷ୍ପତ୍ତି ନିଆଯିବା ପରେ ବିସିସିଆଇର ଅନ୍ତରୀଣ କମିଟି ଏହି ନିଷ୍ପତ୍ତି ନେଇଛି । (ଏଜେନ୍ସି)

Related posts