କରୋନା ଆତଙ୍କ : ଏକ ବର୍ଷ ପାଇଁ ଘୁଞ୍ଚିଲା ଅଲମ୍ପିକ୍ସ

Published: Mar 24, 2020, 6:26 pm IST

ଟୋକିଓ : ଜାପାନରେ ଅନୁଷ୍ଠିତ ହେବାକୁ ଥିବା ଅଲମ୍ପିକ୍ସ କ୍ରୀଡାକୁ ଏକ ବର୍ଷ ପାଇଁ ଘୁଞ୍ଚାଇ ଦିଆଯାଇଛି । କରୋନା ଆତଙ୍କମ କାରଣରୁ ଏକହି ପଦକ୍ଷେପ ନିଆଯାଇଛି । ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ଅଲମ୍ପିକ୍ସ ଘୁଞ୍ଚାଇବାର ପ୍ରସ୍ତାବ ଦେଇଥିବା ବେଳେ ମଙ୍ଗଳବାର ଅଲମ୍ପିକ୍ସ କମିଟି ପକ୍ଷରୁ ଏହି ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରାଯାଇଛି । ଅଲମ୍ପିକ୍ସ ସଂଘ ସଭାପତି ଥୋମାସ୍‌ ବାକ୍‌ ଏହି ଘୋଷଣା କରିଛନ୍ତି । ନିର୍ଦ୍ଦିଷ୍ଟ ତାରିଖ ଘୋଷଣା କରାଯାଇନଥିଲେ ମଧ୍ୟ 2021 ପର୍ଯ୍ୟନ୍ତ ଅଲମ୍ପିକ୍ସକୁ ଘୁଞ୍ଚାଇ ଦିଆଯାଇଛି । ଉଲ୍ଲେଖଯୋଗ୍ୟ ଯେ, କରୋନା ପ୍ରଭାବରେ ସମଗ୍ର ବିଶ୍ବରେ 16 ହଜାର ଜୀବନହାନି ଘଟିଛି । (ଏଜେନ୍ସି)

Related posts