ହାଇହିଲ୍‌ରେ ଫୁଟ୍‌ବଲ୍‌ ଖେଳି ମେସି ଓ ରୋନେଲ୍ଡୋଙ୍କୁ ମହିଳାଙ୍କ ଚ୍ୟାଲେଞ୍ଜ : ଭିଡିଓ ଭାଇରାଲ୍‌

Published: May 16, 2020, 7:44 pm IST

ନୂଆଦିଲ୍ଲୀ : ଫୁଟ୍‌ବଲ୍‌ ଖେଳିବା ପାଇଁ ଫ୍ଲାଟ୍‌ ଜୋତା ସହିତ ଘାସ ପଡିଆ ଆବଶ୍ୟକ । ତେବେ ହାଇହିଲ୍‌ରେ ଫୁଟ୍‌ବଲ୍‌ ଖେଳିବା କଷ୍ଟସାଧ୍ୟ ନୁହେଁ ଅସମ୍ଭବ ମଧ୍ୟ । ମାତ୍ର ଜଣେ ଯୁବତୀ ହଇହିଲ୍‌ ପିନ୍ଧି ଫୁଟ୍‌ବଲ୍ ଖେଳିବା ସହିତ ବଲ୍‌କୁ ନିୟନ୍ତ୍ରଣ କରିବାର ଅଲଗା ଅଲଗା କଳାକୌଶଳର ପ୍ରଦର୍ଶନ କରୁଥିଲେ । ଏହା ସହିତ ଏହି ଭିଡିଓରେ ଦୁଇ ଅନ୍ତର୍ଜାତୀୟ ଫୁଟବଲର କ୍ରିଷ୍ଟିଆନୋ ରୋନାଲ୍ଡୋ ଏବଂ ଲିଓନେଲ୍‌ ମେସିଙ୍କୁ ଚ୍ୟାଲେଞ୍ଜ ମଧ୍ୟ କରିଛନ୍ତି ଏହି ଯୁବତୀ ଜଣକ ।

ଯୁବତୀ ଜଣକ ନିଜ ଟ୍ବିଟ୍ଟର ପେଜ୍‌ରେ ଭିଡିଓଟିକୁ ପୋଷ୍ଟ କରି 24 ଘଣ୍ଟା ମଧ୍ୟରେ ମେସି ଏବଂ ରୋନାଲ୍ଡୋ ଜବାବ ଦିଅନ୍ତୁ ବୋଲି ଲେଖିଥିଲେ । ଉକ୍ତ ଯୁବତୀଙ୍କ ଏହି ଭିଡିଓଟିକୁ ଅନେକ ଦର୍ଶକ ପସନ୍ଦ କରିବା ସହିତ ପ୍ରାୟ 28 ହଜାର ଲୋକ ଦେଖି ସାରିଛନ୍ତି ।

Related posts