ଇଦ୍‌ ପାଳନ ନକରି ପ୍ରବାସୀଙ୍କୁ ସହାୟତାର ହାତ ବଢାଇଲେ ଦୁଇ ଯୁବ କ୍ରିକେଟର

Published: May 23, 2020, 3:06 pm IST

ମୁମ୍ବାଇ : ଦେଶରେ କରୋନା ସଙ୍କଟ ସମୟରେ ଦେଶବାସୀଙ୍କୁ କ୍ରିକେଟର ଏବଂ ଫିଲ୍ମତାରକାଙ୍କ ପକ୍ଷରୁ ସହାୟତାର ହାତ ବଢାଯାଇଥିଲା । ଏହି ତାଲିକାରେ ଦୁଇ ଯୁବ କ୍ରିକେଟର ସାମିଲ ହେବା ସହିତ ଏକ ଉଦାହରଣ ସୃଷ୍ଟି କରିଛନ୍ତି । ଏହି ଦୁଇ କ୍ରିକେଟର ହେଉଛନ୍ତି ସର୍ଫରାଜ ଖାନ୍‌ ଏବଂ ଯଶସ୍ବୀ ଜୟସ୍ବାଲ । ସର୍ଫରାଜ୍‌ ଚଳିତ ବର୍ଷ ଇଦ୍‌ ପାଳନ ନକରି ପ୍ରବାସୀଙ୍କୁ ସହାୟତା କରିବାର ନିଷ୍ପତ୍ତି ନେଇଥିବା ବେଳେ ଜୟସ୍ବାଲ ମଧ୍ୟ ସମାନ ଭାବରେ ପ୍ରବାସୀଙ୍କ ସହାୟତା ପାଇଁ ହାତ ବଢାଇଛନ୍ତି ।

ପ୍ରବାସୀ ଶ୍ରମିକ ମାନଙ୍କ ନିମନ୍ତେ ଖାଦ୍ୟ ଏବଂ ପାଣି ବୋତଲର ବ୍ୟବସ୍ଥା କରୁଛନ୍ତି ସର୍ଫରାଜ୍‌ । ଇଦ୍‌ରେ କପଡା ଏବଂ ଭୋଜନରେ ଅଯଥାରେ ଖର୍ଚ୍ଚ ହୋଇଥାଏ । ଏହି ଅଯଥା ଖର୍ଚ୍ଚ ନକରି ଅସହାୟ ପ୍ରବାସୀଙ୍କ ପାଇଁ ଖର୍ଚ୍ଚ କରୁଛନ୍ତି କିଙ୍ଗସ୍‌ ଇଲେଭେନ୍‌ କ୍ରିକେଟର ସର୍ଫରାଜ । ସର୍ଫରାଜ ଏବଂ ଯଶସ୍ବୀଙ୍କ ଏହି ବଦାନ୍ୟତାକୁ ସୋସିଆଲ ମିଡିଆରେ ବେଶ ପ୍ରଶଂସା କରାଯାଇଛି ।

Related posts