ଖେଳରତ୍ନ ପାଇଁ ମାଣିକା ବାତ୍ରାଙ୍କ ନାମ ସୁପାରିଶ କଲା ଟିଟିଏଫ୍‌ଆଇ

Published: Jun 2, 2020, 9:13 pm IST

ନୂଆଦିଲ୍ଲୀ : ଖେଳରତ୍ନ ପାଇଁ ଟେବୁଲ୍‌ ଟେନିସ୍‌ ଖେଳାଳି ମାଣିକା ବାତ୍ରାଙ୍କ ନାମ ସୁପାରିଶ କରିଛି ଟେବୁଲ ଟେନିସ୍‌ ସଙ୍ଘ । ପ୍ରଥମ ଭାରତୀୟ ମହିଳା ଭାବରେ ରାଜ୍ୟଗୋଷ୍ଠୀ କ୍ରୀଡାରେ ସ୍ବର୍ଣ୍ଣ ପଦକ ଜିତିଥିବା ବାତ୍ରାଙ୍କୁ ମଙ୍ଗଳବାର ଦିନ ଫେଡେରେସନ୍‌ ପକ୍ଷରୁ ମନୋନୟନ କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ମାଣିକାଙ୍କର ଏହା ଦ୍ବିତୀୟ ମନୋନୟନ । ଗତବର୍ଷ ମଧ୍ୟ ଖେଳରତ୍ନ ରେସ୍‌ରେ ରହିଥିଲେ ବାତ୍ରା । 2018 ରାଜ୍ୟ ଗୋଷ୍ଠୀ କ୍ରୀଡାରେ ମାଣିକା 4ଟି ପଦକ ଜିତିଥିଲେ । ଏହା ମଧ୍ୟରେ ଦୁଇଟି ସ୍ବର୍ଣ୍ଣ ପଦକ ରହିଥିଲା । ଟିଟିଏଫ୍‌ଆଇ ସାଧାରଣ ସମ୍ପାଦକ ଏମ୍‌ପି ସିଂ ମଙ୍ଗଳବାର ଏହି ଘୋଷଣା କରିଛନ୍ତି ।

ଏହା ସହିତ ଅନ୍ୟ 3 ଖେଳାଳିଙ୍କ ନାମ ଅର୍ଜୁନ୍‌ ପୁରସ୍କାର ପାଇଁ ସୁପାରିଶ କରିଛି ଟିଟିଏଫ୍‌ଆଇ । ମଧୁରିକା ପଟକାର, ମାନବ ଠକ୍କର ଏବଂ ସୁଥୀର୍ଥା ମୁଖାର୍ଜୀଙ୍କ ନାମ ଅର୍ଜୁନ ପୁରସ୍କାର ପାଇଁ ସୁପାରିଶ କରାଯାଇଛି । ସେହିପରି ଦ୍ରୋଣାଚାର୍ଯ୍ୟ ପୁରସ୍କାର ପାଇଁ ଜୟନ୍ତ ପୁଶୀଲାଲ ଏବଂ ଏସ୍‌ ରମଣଙ୍କ ନାମ ସୁପାରିଶ କରାଯାଇଛି । (ଏଜେନ୍ସି)

Related posts