ସୌରଭ ଗାଙ୍ଗୁଲିଙ୍କ ପରିବାରରେ କରୋନା

Published: Jun 20, 2020, 4:36 pm IST

ମୁମ୍ବାଇ: କରୋନା ମହାମାରୀ ଯୋଗୁଁ ଭାରତର ସ୍ଥିତି ବେଶ୍‌ ଜଟିଳ ରହିଛି । କରୋନା କବଳରେ ସାଧାରଣ ଜନତା ଠାରୁ ଆରମ୍ଭ କରି ବହୁ ତୁଙ୍ଗ ନେତୃବୃନ୍ଦମାନେ ମଧ୍ୟ ଏହି ସଂକ୍ରମଣର ଶିକାର ହୋଇଛନ୍ତି ।  ବର୍ତ୍ତମାନ ଏହି ମହାମାରୀ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କ ପରିବାରରେ ପହଞ୍ଚିଛି । ତାଙ୍କ ବଡ଼ ଭାଇ ଏଥିରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି । ଏକ ରିପୋର୍ଟ ଅନୁଯାୟୀ, ଗାଙ୍ଗୁଲିଙ୍କ ବଡ଼ ଭାଇ ସ୍ନେହାଶିଶ୍‌ ଗାଙ୍ଗୁଲି କୋଭିଡ୍‌-19 ପଜିଟିଭ୍‌ ବୋଲି ଜଣାପଡିଛି । ସୌରଭ ଗାଙ୍ଗୁଲିଙ୍କ ଭାଉଜ ମଧ୍ୟ ଏହି କରୋନାର ଶିକାର ହୋଇଛନ୍ତି । ଗତ ସପ୍ତାହରେ ସ୍ନେହାଶିଷଙ୍କ ଶାଶୁ ଓ ଶ୍ବଶୁର ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିଲେ । ରିପୋର୍ଟ ପଜିଟିଭ୍‌ ଆସିବା ପରେ ଚାରିଜଣଙ୍କୁ ଏକ ଘରୋଇ ନର୍ସିଂହୋମକୁ ସ୍ଥାନାନ୍ତର କରାଯାଇଛି । ସ୍ନେହାଶିଷ୍‌  ଏବେ  ବେଙ୍ଗଲ କ୍ରିକେଟ୍‌ ଆସୋସିଏସନ୍‌ର ସେକ୍ରେଟରୀ ରୂପେ କାର୍ଯ୍ୟ କରୁଛନ୍ତି । (ଏଜେନ୍ସି)

Related posts