ଆଇପିଏଲ୍ ସ୍ପନସରସିପ୍ ଦୌଡରେ ପତଞ୍ଜଳି

Published: Aug 10, 2020, 12:59 pm IST

ମୁମ୍ବାଇ : ଚୀନ୍ କମ୍ପାନୀ ଭିଭୋ ସହ ଆଇପିଏଲ୍ ସ୍ପନସରସିପ୍ ଚୁକ୍ତି ବିଚ୍ଛିନ୍ନ ହେବା ପରେ କ୍ରିକେଟ ବୋର୍ଡ ପକ୍ଷରୁ ଏନେଇ ପୁନର୍ବାର ଟେଣ୍ଡର ଆହ୍ୱାନ କରାଯାଇଛି । ଜିଓ, ଟାଟା ଏବଂ ଅନ୍ୟାନ୍ୟ କମ୍ପାନୀ ଏହି ଦୌଡରେ ରହିଥିବା ବେଳେ ନୂତନ ଭାବରେ ଯୋଗ ଗୁରୁ ବାବା ରାମଦେବଙ୍କ ପତଞ୍ଜଳି ନିଜକୁ ଏହି ତାଲିକାରେ ସାମିଲ କରିଛି । ଦେଶୀ ଉତ୍ପାଦ ପାଇଁ ପ୍ରସିଦ୍ଧି ଲାଭ କରିଥିବା ତଥା ଖୁବ କମ ଦିନ ମଧ୍ୟରେ 10 ହଜାର କୋଟି ଟଙ୍କାର କମ୍ପାନୀ ହୋଇ ପାରିଥିବା ପତଞ୍ଜଳି ଏବେ ଆଇପିଏଲ୍‌ ସ୍ପନସରସିପ୍ ଦ୍ୱାରା ବିଶ୍ୱସ୍ତରରେ ନିଜକୁ ପରିଚୟ ଦେବାକୁ ଲକ୍ଷ୍ୟ ରଖିଛି । ପତଞ୍ଜଳି ପକ୍ଷରୁ ଏ ନେଇ ବିସିସିଆଇ ଅଧିକାରୀଙ୍କ ସହିତ ଆଲୋଚନା ଜାରି ରହିଛି । ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଦିଆଯାଇଥିବା ଆତ୍ମନିର୍ଭର ଭାରତ ଅଭିଯାନରେ ଏହା ଏକ ବଡ ପଦକ୍ଷେପ ବୋଲି ପତଞ୍ଜଳି ପକ୍ଷରୁ ପ୍ରକାଶ ପାଇଛି ।  ଏତଦ୍‌ବ୍ୟତୀତ ଅନଲାଇନ୍‌ ସପିଂ କମ୍ପାନୀ ଆମାଜନ୍‌ ମଧ୍ୟ ଏହି ଦୌଡ଼ରେ ରହିଛି ।

ସୂଚନାଯୋଗ୍ୟ, ଭିଭୋ ଆଇପିଏଲ୍‌ର ଟାଇଟଲ୍‌ ପ୍ରାୟୋଜକ ହେବା ପାଇଁ ପ୍ରତ୍ୟେକ ସିଜିନ୍‌କୁ 440 କୋଟି ଟଙ୍କା ଆଇପିଏଲ୍‌ ବୋର୍ଡକୁ ପ୍ରଦାନ କରିଥାଏ। ଆଇପିଏଲ୍‌ ସହ ଭିଭୋର ଚୁକ୍ତି 2020 ବର୍ଷ ପର୍ଯ୍ୟନ୍ତ ରହିଥିଲା। କିନ୍ତୁ ଚୀନ୍‌ ବିବାଦ ପରେ ଚୁକ୍ତିର ତିନି ବର୍ଷ ପୂର୍ବରୁ ଆଇପିଏଲ୍‌ରୁ ଭିଭୋ ଓହରିଛି । (ଏଜେନ୍ସି)

Related posts