ଆନ୍ତର୍ଜାତିକ କ୍ରିକେଟରୁ ମହେନ୍ଦ୍ର ସିଂ ଧୋନୀଙ୍କ ଅବସର ଗ୍ରହଣ

Published: Aug 15, 2020, 9:24 pm IST

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ଅନ୍ୟତମ ସଫଳ ଅଧିନାୟକ ତଥା ଭାରତକୁ ବିଶ୍ଵକପ ବିଜୟୀ କରାଇଥିବା ଦ୍ଵିତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଆଜି ଆନ୍ତର୍ଜାତିକ କ୍ରିକେଟରୁ ଅବସର ଗ୍ରହଣ କରିବାକୁ ଘୋଷଣା କରିଛନ୍ତି। ଏକ ଭିଡିଓ ବାର୍ତ୍ତା ଜରିଆରେ ଧୋନୀ ନିଜର ଅବସର ଘୋଷଣା କରିଛନ୍ତି। ଧୋନୀଙ୍କ ନେତୃତ୍ବରେ ଭାରତ ୨୦୦୭ ମସିହାରେ ୨୦-୨୦ ବିଶ୍ଵକପ, ୨୦୧୧ ବିଶ୍ଵକପ ଓ ୨୦୧୩ ଚମ୍ପିଆନ୍ସ ଟ୍ରଫି ବିଜେତା ହୋଇଥିଲା। ୧୯୮୩ରେ କପିଲ ଦେବଙ୍କ ନେତୃତ୍ବରେ ପ୍ରଥମ ବିଶ୍ଵକପ ଜିତିଥିବା ଭାରତ ୨୮ ବର୍ଷ ପରେ ଧୋନୀଙ୍କ ନେତୃତ୍ବରେ ଏହି ସଫଳତା ଦୋହରାଇଥିଲା।

ଭାରତର ସବୁଠୁ ସଫଳତମ ୱିକେଟ କିପର-ଅଧିନାୟକ ଭାବେ ତାଙ୍କର ବିଶେଷ ରେକର୍ଡ ରହିଛି। ଏହା ପୂର୍ବରୁ ଡିସେମ୍ବର ୨୦୧୪ ରେ ଧୋନୀ ଟେଷ୍ଟ କ୍ରିକେଟରୁ ଅବସର ନେଇ ସାରିଥିଲେ। ୩୫୦ ଟି ଆନ୍ତର୍ଜାତିକ ଏକଦିବସୀୟ ମ୍ୟାଚ ଖେଳି ଧୋନୀ ୧୦,୭୭୩ ରନ କରିଛନ୍ତି। ବର୍ତ୍ତମାନ ଆଇପିଏଲ ରେ ଚେନ୍ନାଇ ସୁପର କିଙ୍ଗ ଦଳର ଅଧିନାୟକ ଥିବା ପରବର୍ତ୍ତୀ ଆଇପିଏଲ ଖେଳିବେ କି ନା, ତାହା ସ୍ପଷ୍ଟ ହୋଇନାହିଁ।

ଝାରଖଣ୍ଡର ଜାମସେଦପୁର ସହରରୁ ଆସି ଦେଶର ସବୁଠୁ ସଫଳ ଅଧିନାୟକ ହୋଇଥିବା ମହିନ୍ଦ୍ର ସିଂ ଧୋନୀ ଭାରତୀୟ କ୍ରିକେଟ ଇତିହାସରେ ଏକ ସ୍ମରଣୀୟ ନାମ ହୋଇ ସବୁବେଳେ ରହିବେ।

Related posts