Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବାଜି ମାରିଲା ଡ୍ରିମ୍‌ -11: ଆଇପିଏଲ୍‌ 2020ର ଟାଇଟଲ୍‌ ପ୍ରାୟୋଜକ ହେଲା ଡ୍ରିମ୍ 11
ଆଜିର ଖବର

ବାଜି ମାରିଲା ଡ୍ରିମ୍‌ -11: ଆଇପିଏଲ୍‌ 2020ର ଟାଇଟଲ୍‌ ପ୍ରାୟୋଜକ ହେଲା ଡ୍ରିମ୍ 11

August 18, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ : ଭିଭୋ  ଆଇପିଏଲ୍‌ ଟାଇଟଲ୍‌ ପ୍ରାୟୋଜକରୁ ଓହରିବା ପରେ ଆଇପିଏଲ୍‌ 2020ର କିଏ ଟାଇଟଲ୍‌ ପ୍ରାୟୋଜକ ହେବ ସେନେଇ କଳ୍ପନାଜଳ୍ପନା ଲାଗି ରହିଥିଲା ।  ତେବେ ସମସ୍ତ କଳ୍ପନା ଜଳ୍ପନାକୁ ଶେଷ କରି ଆଇପିଏଲ୍‌ 2020 ଟାଇଟଲ୍‌ ପ୍ରାୟୋଜକର ବାଜି ମାରିନେଇଛି ଡ୍ରିମ୍‌ -11 । ଏନେଇ ସୂଚନା ଦେଇଛନ୍ତି ଆଇପିଏଲ୍‌ ଚେୟାରମ୍ୟାନ୍‌ ବ୍ରିଜେଶ ପଟେଲ୍‌ । ଆଇପିଏଲ୍‌2020ର ଟାଇଟଲ୍‌ ପ୍ରାୟୋଜକ ବାବଦକୁ 222 କୋଟି ଦେବ ଡ୍ରିମ୍‌ -11 ।

ଆଇପିଏଲ୍‌ 2020ର ଟାଇଟଲ୍‌ ପ୍ରାୟୋଜକ ପାଇଁ ଜିଓ, ଟାଟା ଏବଂ ଅନ୍ୟାନ୍ୟ କମ୍ପାନୀ  ସହ ପତଞ୍ଜଳି ଓ ଅନଲାଇନ୍‌ ସପିଂ କମ୍ପାନୀ ଆମାଜନ୍‌ ମଧ୍ୟ ଏହି ଦୌଡ଼ରେ ରହିଥିଲେ । ତେବେ ସମସ୍ତଙ୍କୁ ପଛରେ ପକାଇ ଡ୍ରିମ୍‌ -11ଏହି ବାଜି ମାରି ନେଇଛି ।

ସୂଚନାଯୋଗ୍ୟ, ଭିଭୋ ଆଇପିଏଲ୍‌ର ଟାଇଟଲ୍‌ ପ୍ରାୟୋଜକ ହେବା ପାଇଁ ପ୍ରତ୍ୟେକ ସିଜିନ୍‌କୁ 440 କୋଟି ଟଙ୍କା ଆଇପିଏଲ୍‌ ବୋର୍ଡକୁ ପ୍ରଦାନ କରିଥାଏ। ଆଇପିଏଲ୍‌ ସହ ଭିଭୋର ଚୁକ୍ତି 2020 ବର୍ଷ ପର୍ଯ୍ୟନ୍ତ ରହିଥିଲା। କିନ୍ତୁ ଚୀନ୍‌ ବିବାଦ ପରେ ଚୁକ୍ତିର ତିନି ବର୍ଷ ପୂର୍ବରୁ ଆଇପିଏଲ୍‌ରୁ ଭିଭୋ ଓହରିଛି । (ଏଜେନ୍ସି)

ipl
Share. Facebook Twitter LinkedIn Email WhatsApp Copy Link

Related Posts

ପାଞ୍ଚଦିନିଆ “ଗବେଷଣା ପଦ୍ଧତି କର୍ମଶାଳା” ସଫଳତାର ସହ ଆୟୋଜିତ

February 26, 2026

ରାଜ୍ୟରେ ଶିଳ୍ପାୟନ ପ୍ରକ୍ରିୟାକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ଅଣ୍ଟା ଭିଡ଼ିଲା ଶିଳ୍ପ ବିଭାଗ

February 26, 2026

ବଳଦେବ ଜୀଉଙ୍କ ନୂତନ ବ୍ରହ୍ମ ତାଳଧ୍ୱଜ ରଥର ନିର୍ମାଣ ପାଇଁ ଏକ କୋଟିର ସ୍ୱତନ୍ତ୍ର ଅନୁଦାନ

February 26, 2026

ଯୌତୁକ ପାଇଁ ନବବିବାହିତାଙ୍କୁ ହତ୍ୟା ଅଭିଯୋଗ: ସ୍ୱାମୀ ଓ ଶ୍ୱଶୁର ଘର ଲୋକଙ୍କ ବିରୋଧରେ ମାମଲା ରୁଜୁ

February 26, 2026
Latest News

ପାଞ୍ଚଦିନିଆ “ଗବେଷଣା ପଦ୍ଧତି କର୍ମଶାଳା” ସଫଳତାର ସହ ଆୟୋଜିତ

February 26, 2026

ରାଜ୍ୟରେ ଶିଳ୍ପାୟନ ପ୍ରକ୍ରିୟାକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ଅଣ୍ଟା ଭିଡ଼ିଲା ଶିଳ୍ପ ବିଭାଗ

February 26, 2026

ବଳଦେବ ଜୀଉଙ୍କ ନୂତନ ବ୍ରହ୍ମ ତାଳଧ୍ୱଜ ରଥର ନିର୍ମାଣ ପାଇଁ ଏକ କୋଟିର ସ୍ୱତନ୍ତ୍ର ଅନୁଦାନ

February 26, 2026

ଯୌତୁକ ପାଇଁ ନବବିବାହିତାଙ୍କୁ ହତ୍ୟା ଅଭିଯୋଗ: ସ୍ୱାମୀ ଓ ଶ୍ୱଶୁର ଘର ଲୋକଙ୍କ ବିରୋଧରେ ମାମଲା ରୁଜୁ

February 26, 2026

ଶେଗାଓଁରେ ଜାତୀୟ ଆରୋଗ୍ୟ ମେଳା-୨୦୨୬ର ଉଦଘାଟନ କଲେ ରାଷ୍ଟ୍ରପତି

February 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.