ବାଜି ମାରିଲା ଡ୍ରିମ୍‌ -11: ଆଇପିଏଲ୍‌ 2020ର ଟାଇଟଲ୍‌ ପ୍ରାୟୋଜକ ହେଲା ଡ୍ରିମ୍ 11

Published: Aug 18, 2020, 3:05 pm IST

ନୂଆଦିଲ୍ଲୀ : ଭିଭୋ  ଆଇପିଏଲ୍‌ ଟାଇଟଲ୍‌ ପ୍ରାୟୋଜକରୁ ଓହରିବା ପରେ ଆଇପିଏଲ୍‌ 2020ର କିଏ ଟାଇଟଲ୍‌ ପ୍ରାୟୋଜକ ହେବ ସେନେଇ କଳ୍ପନାଜଳ୍ପନା ଲାଗି ରହିଥିଲା ।  ତେବେ ସମସ୍ତ କଳ୍ପନା ଜଳ୍ପନାକୁ ଶେଷ କରି ଆଇପିଏଲ୍‌ 2020 ଟାଇଟଲ୍‌ ପ୍ରାୟୋଜକର ବାଜି ମାରିନେଇଛି ଡ୍ରିମ୍‌ -11 । ଏନେଇ ସୂଚନା ଦେଇଛନ୍ତି ଆଇପିଏଲ୍‌ ଚେୟାରମ୍ୟାନ୍‌ ବ୍ରିଜେଶ ପଟେଲ୍‌ । ଆଇପିଏଲ୍‌2020ର ଟାଇଟଲ୍‌ ପ୍ରାୟୋଜକ ବାବଦକୁ 222 କୋଟି ଦେବ ଡ୍ରିମ୍‌ -11 ।

ଆଇପିଏଲ୍‌ 2020ର ଟାଇଟଲ୍‌ ପ୍ରାୟୋଜକ ପାଇଁ ଜିଓ, ଟାଟା ଏବଂ ଅନ୍ୟାନ୍ୟ କମ୍ପାନୀ  ସହ ପତଞ୍ଜଳି ଓ ଅନଲାଇନ୍‌ ସପିଂ କମ୍ପାନୀ ଆମାଜନ୍‌ ମଧ୍ୟ ଏହି ଦୌଡ଼ରେ ରହିଥିଲେ । ତେବେ ସମସ୍ତଙ୍କୁ ପଛରେ ପକାଇ ଡ୍ରିମ୍‌ -11ଏହି ବାଜି ମାରି ନେଇଛି ।

ସୂଚନାଯୋଗ୍ୟ, ଭିଭୋ ଆଇପିଏଲ୍‌ର ଟାଇଟଲ୍‌ ପ୍ରାୟୋଜକ ହେବା ପାଇଁ ପ୍ରତ୍ୟେକ ସିଜିନ୍‌କୁ 440 କୋଟି ଟଙ୍କା ଆଇପିଏଲ୍‌ ବୋର୍ଡକୁ ପ୍ରଦାନ କରିଥାଏ। ଆଇପିଏଲ୍‌ ସହ ଭିଭୋର ଚୁକ୍ତି 2020 ବର୍ଷ ପର୍ଯ୍ୟନ୍ତ ରହିଥିଲା। କିନ୍ତୁ ଚୀନ୍‌ ବିବାଦ ପରେ ଚୁକ୍ତିର ତିନି ବର୍ଷ ପୂର୍ବରୁ ଆଇପିଏଲ୍‌ରୁ ଭିଭୋ ଓହରିଛି । (ଏଜେନ୍ସି)

Related posts