ଇତିହାସ ରଚିଲେ ସୁମିତ ନାଗଲ : ପ୍ରଥମ ଭାରତୀୟ ଖେଳାଳି ଭାବରେ ୟୁଏସ ଓପନରେ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କଲେ

Published: Sep 2, 2020, 12:19 pm IST

ନ୍ୟୁୟର୍କ : ଭାରତୀୟ ଟେନିସ ଖେଳାଳି ସୁମିତ ନାଗଲ ୟୁଏସ ଓପନରେ ଇତିହାସ ରଚିଛନ୍ତି । 2013ପରଠାରୁ ପ୍ରଥମ ଭାରତୀୟ ଖେଳାଳି ଭାବରେ ୟୁଏସ ଓପନ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି ନାଗଲ । ପ୍ରଥମ ରାଉଣ୍ଡରେ ଆମେରିକାର ବ୍ରାଡଲି କ୍ଲାନଙ୍କୁ 6-1, 6-3, 3-6 ଏବଂ 6-1 ସେଟରେ ପରାସ୍ତ କରିବା ସହିତ ନାଗଲ ଇତିହାସ ରଚିଛନ୍ତି । 2013ରେ ସୋମଦେବ ଦେବବର୍ମନ ଅଷ୍ଟ୍ରେଲିଆନ ଓପନ, ଫ୍ରେଞ୍ଚ ଓପନ ଏବଂ ୟୁଏସ ଓପନର ଦ୍ୱିତୀୟ ରାଉଣ୍ଡରେ ପହଞ୍ଚିବାରେ ସକ୍ଷମ ହୋଇଥିଲେ । ପ୍ରଥମ ଦୁଇ ରାଉଣ୍ଡକୁ ଅନାୟାସରେ ଜିତିଥିବା ନାଗଲ ପରବର୍ତ୍ତୀ ରାଉଣ୍ଡରେ ପରାଜିତ ହୋଇଥିଲେ ହେଁ ସହଜରେ ମ୍ୟାଚରେ ବିଜୟୀ ହୋଇଥିଲେ। ବିଶ୍ୱ ମାନ୍ୟତାରେ 122 ନମ୍ବର ମାନ୍ୟତାରେ ରହିଥିବା ନାଗଲ ଦ୍ୱିତୀୟ ରାଉଣ୍ଡ ମୁକାବିଲାରେ ଅଷ୍ଟ୍ରିଆର ଡୋମିନିକ ଥିମ ଏବଂ ସ୍ପେନର ଜାଉମେ ମୁନେର ମ୍ୟାଚର ବିଜୟୀ ଖେଳାଳିଙ୍କୁ ଭେଟିବେ ।

 

ହରିୟାଣାର ଇଜ୍ଜୋର ଜିଲ୍ଲାର ଜୈତପୁର ଗ୍ରାମର ସୁମିତ୍‌ ନାଗଲ୍‌ଙ୍କ ପିତା ଜଣେ ଫୌଜୀ ହୋଇଥିବାବେଳେ ସୁରେଶ ନାଗଲଙ୍କର ମଧ୍ୟ ଟେନିସ୍‌ରେ ରୁଚି ରହିଛି । ମାତ୍ର ଆଠ ବର୍ଷ ବୟସରୁ ସୁମିତ୍‌ ଟେନିସ୍‌ ଖେଳିବା ଆରମ୍ଭ କରିଥିଲେ। (ଏଜେନ୍ସି)

Related posts