
ଦୁବାଇ: କେକେଆର ଅଧିନାୟକ ପଦରୁ ଓହରିଛନ୍ତି ଦୀନେଶ କାର୍ତ୍ତିକ ।କୋଲକାତା ନାଇଟ ରାଇଡର୍ସର ଅଧିନାୟକ ଦୀନେଶ କାର୍ତ୍ତିକ ଆଇପିଏଲ ମଧ୍ୟଭାଗରୁ ଅଧିନାୟକ ପଦରୁ ଓହରି ଯାଇଛନ୍ତି । କାର୍ତ୍ତିକ ଓହରିବା ସହିତ ଅଧିନାୟକ ଦାୟିତ୍ୱ ଇଓନ ମୋର୍ଗାନଙ୍କ ଉପରେ ନ୍ୟସ୍ତ କରାଯାଇଛି ।
ଉଲ୍ଲେଖଯୋଗ୍ୟ ଯେ, ଚଳିତ ସିଜିନରେ ଦୀନେଶ କାର୍ତ୍ତିକଙ୍କ ପ୍ରଦର୍ଶନ ଉତ୍ସାହ ଜନକ ରହିନଥିଲା । କେବଳ ହାଇଦ୍ରାବାଦ ବିପକ୍ଷ ମ୍ୟାଚକୁ ଛାଡିଲେ କାର୍ତ୍ତିକଙ୍କ ବ୍ୟାଟ୍ କିଛି କମାଲ୍ କରିପାରିନାହିଁ ।
ଆଜି ମୁମ୍ବାଇ ବିପକ୍ଷ ମ୍ୟାଚ ପୂର୍ବରୁ କାର୍ତ୍ତିକ ନିଜ ଦାୟିତ୍ୱରୁ ଓହରି ଯାଇଛନ୍ତି । କେକେଆର ପକ୍ଷରୁ ଏହି ଖବରକୁ ସ୍ପଷ୍ଟ କରାଯାଇଛି । ନିଜ ବ୍ୟାଟିଂ ଉପରେ ଅଧିକ ଧ୍ୟାନ କେନ୍ଦ୍ରିତ କରିବା ପାଇଁ କାର୍ତ୍ତିକ ନିଜ ପଦବୀରୁ ଅବ୍ୟାହତି ନେଇଥିବା ମଧ୍ୟ ସ୍ପଷ୍ଟ କରାଯାଇଛି । ଇଂଲଣ୍ଡର ବିଶ୍ୱକପ ବିଜୟୀ ଅଧିନାୟକ ଇଓନ ମୋର୍ଗାନ ଅବଶିଷ୍ଟ ମ୍ୟାଚରେ ଦଳର ନେତୃତ୍ୱ ନେବେ । (ଏଜେନ୍ସି)