Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ବ୍ରହ୍ମପୁର ପୋଲିସ୍ ପଞ୍ଝାରେ ଆଇପିଏଲ୍ ବେଟିଂର ବଡ଼ମାଛ: କିଙ୍ଗପିନ୍ ସହ ୨ ଗିରଫ: ୩୩ ଲକ୍ଷ ୬୧ ହଜାର ଟଙ୍କା ଜବତ
ଅପରାଧ

ବ୍ରହ୍ମପୁର ପୋଲିସ୍ ପଞ୍ଝାରେ ଆଇପିଏଲ୍ ବେଟିଂର ବଡ଼ମାଛ: କିଙ୍ଗପିନ୍ ସହ ୨ ଗିରଫ: ୩୩ ଲକ୍ଷ ୬୧ ହଜାର ଟଙ୍କା ଜବତ

October 30, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

ହେମାଙ୍ଗ ପ୍ରସାଦ ରାଉଳ

ବ୍ରହ୍ମପୁର: ବ୍ରହ୍ମପୁର ପୋଲିସ୍‌କୁ ମିଳିଛି ବଡ଼ ସଫଳତା। ପୋଲିସ୍ ପଞ୍ଝାରେ ପଡ଼ିଛନ୍ତି ରାଜ୍ୟର ତଥା ଦକ୍ଷିଣ ଓଡ଼ିଶାର ଆଇପିଏଲ୍ ବେଟିଂର ମୁଖ୍ୟ କିଙ୍ଗପିନ୍ ଏବଂ ସହଯୋଗୀ। ଏନେଇ ବ୍ରହ୍ମପୁର ଜିଲ୍ଲା ପୋଲିସ୍ ମୁଖ୍ୟାଳୟରେ ଦକ୍ଷିିଣାଞ୍ଚଳ ଡ଼ିଆଇଜି ସତ୍ୟବ୍ରତ ଭୋଇଙ୍କ ଅଧ୍ୟକ୍ଷତାରେ ଏକ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ସେ ଏହି ଗ୍ୟାଙ୍ଗର ସମସ୍ତ ଗତିବିଧି ଏବଂ କିଭଳି ବେଟିଂ ହେଉଥିଲା ସେ ନେଇ ସବିଶେଷ ତଥ୍ୟ ଦେଇଥିଲେ।

ସୂଚନାଥାଉକି ଗତକିଛି ଦିନ ହେଲା ବ୍ରହ୍ମପୁର ସହ ଗଂଜାମ ଜିଲ୍ଲାରେ ଜୋର୍‌ଦାର ଆଇପିଏଲ୍ ବେଟିଂ ହେଉଥିବା ନେଇ ବ୍ରହ୍ମପୁର ପୋଲିସ୍ ସୂଚନା ପାଇବା ପରେ ଡ଼ିଆଇଜି ସତ୍ୟବ୍ରତ ଭୋଇଙ୍କ ନିର୍ଦ୍ଦେଶରେ ବ୍ରହ୍ମପୁର ଏସ୍‌ପି ପିନାକ ମିଶ୍ରଙ୍କ ତତ୍ତ୍ୱାବଧାନରେ ଅତିରିକ୍ତ ଏସ୍‌ପି ପ୍ରଭାତ ରାଉତରାୟ, ଗୋଷାଣିନୂଆଗାଁ ପୋଲିସ୍ ସୁମିତ କୁମାର ସୋରେନ୍ ଏବଂ ଟାଉନ୍ ଥାନାଧିକାରୀ ସୁରେଶ ତ୍ରିପାଠୀଙ୍କ ନେତୃତ୍ୱରେ ଏକ ସ୍ପେସାଲ୍ ଟିମ୍ ଗଠିତ ହୋଇଥିଲା।

ବୁଧବାର ସନ୍ଧ୍ୟାରେ ଏସ୍‌ପିଙ୍କ ତତ୍ତ୍ୱାବଧାନରେ ଏହି ଟିମ୍ ଗୋଷାଣିନୂଆଗାଁ ଥାନା ଅନ୍ତର୍ଗତ ଗଣେଶ ନଗର ତୃତୀୟ ଗଳି (ଏକ୍ସଟେନସ)ରେ ଚଢ଼ାଉ କରିଥିଲେ। ସେଠାରୁ ଆଇପିଏଲ୍ ବେଟିଂର ମୁଖ୍ୟ କିଙ୍ଗପିନ୍ ଆର୍‌. ଲାଲି ଆଚାରୀ (୫୦)କୁ ଗିରଫ କରିଥିଲା। ପରେ ତା’ର ମୁଖ୍ୟ ସହଯୋଗୀ ଟାଉନ୍ ଥାନା ଅନ୍ତର୍ଗତ ଗାନ୍ଧିନଗର ମୁଖ୍ୟରାସ୍ତା ସାଇକମ୍ପେ୍ଲକସ ଚତୁର୍ଥ ମହଲାରୁ କେ. ପ୍ରଶାନ୍ତ କୁମାର ସୁବୁଦ୍ଧି (୪୩)କୁ ଗିରଫ କରିଥିଲା। ପୋଲିସ୍ ସେମାନଙ୍କ ନିକଟରୁ ନଗଦ ୩୩ ଲକ୍ଷ ୬୧ହଜାର ୨୦୦ ଟଙ୍କା ସହ ୪ଟି ମୋବାଇଲ୍ ଫୋନ୍ ଏବଂ ୩ଟି ଏଟିଏମ୍ କାର୍ଡ଼ ଜବତ କରିଥିଲ। ପଚାରାଉଚରା ପରେ ଲାଲି ସବିଶେଷ ତଥ୍ୟ ପ୍ରଦାନ କରିଥିଲେ। ସେମାନେ କଲିକତା, ମୁମ୍ବାଇ, ଦିଲ୍ଲୀ ଏବଂ ବିଦେଶ ତଥା ଦୁବାଇର କିଛି ଏଜେଣ୍ଟ ସହ ସଂପର୍କ ରକ୍ଷା କରି ଏହି ବେଟିଂ କରୁଥିଲେ। ମୁଖ୍ୟତଃ ଅନ୍‌ଲାଇନ୍ ଆପ୍ ମାଧ୍ୟମରେ ପ୍ରତି ମ୍ୟାଚ, ପ୍ରତି ବଲ୍‌, ଟସ୍‌, ୱିକେଟ୍‌, ଛକା, ଚୌକା, ଓଭର୍‌, କିଏ ଜିତିବ ନେଇ ଟଙ୍କା କାରବାର କରୁôଥଲେ।

ମୁଖ୍ୟତଃ ଏମାନେ କମିଶନ ଅନୁସାରେ ଟଙ୍କା ପାଉଥିଲେ। ଯୁବପୀଢ଼ିଙ୍କୁ ଏହି ବେଟିଂରୁ ଅଧିକ ଲାଭବାନ କରାଇବା ଆଶା ଦେଖାଇ ନିଜ ଆଡ଼କୁ ଆକୃଷ୍ଟ କରୁଥିଲେ ବୋଲି ଡ଼ିଆଇଜି ଶ୍ରୀ ଭୋଇ ସୂଚନା ଦେଇଛନ୍ତି। ଏହି ଗ୍ୟାଙ୍ଗ ସହ ବହୁବ୍ୟକ୍ତିଙ୍କ ସଂପୃକ୍ତ ଅଛି ଏବଂ ଆଗାମୀ ଦିନରେ ସେମାନଙ୍କୁ ଧରାଯିବ ବୋଲି ସେ କହିଛନ୍ତି। କିଛି ଯୁବପୀଢ଼ି ନିଜ ମୋବାଇଲ୍‌ରେ ବିଦେଶୀ ଆପ୍ ଲୋଡ଼୍ କରି ସେଥିରେ କିଛି ଟଙ୍କା ଜମା କରି ଆକାଉଣ୍ଟ ଖୋଲୁଥିଲେ। ସେହି ଅନୁସାରେ ପ୍ରତି ବଲ୍ ପିଛା ବେଟିଂ କାରବାର ଚାଲୁଥିଲା। ଚଳିତବର୍ଷର ଆଇପିଏଲ୍ ନିଜର ଶେଷ ପର୍ଯ୍ୟାୟରେ ପହଞ୍ଚିଥିବାବେଳେ ଆଇପିଏଲ୍ ବେଟିଂ ମଧ୍ୟ ଆଶାତୀତ ଭାବେ ବୃଦ୍ଧି ପାଇଥିଲା। କୋଟି କୋଟି ଟଙ୍କାର କାରବାରରେ ନିରୀହ ଛାତ୍ର, ଯୁବକ ଟଙ୍କା ହାରି ସ୍ୱର୍ବସ୍ୱାନ୍ତ ହୋଇ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଉଛନ୍ତି।

ଏନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଡ଼ିଆଇଜିଙ୍କ ତତ୍ତ୍ୱାବଧାନରେ ତଥା ନିର୍ଦ୍ଦେଶରେ ବ୍ରହ୍ମପୁର ଏସ୍‌ପି ପିନାକ ମିଶ୍ର ତତ୍ପର ହୋଇ ଖୋଦ୍ ନିଜେ ଏହି ମାମଲାରେ ଅନୁସନ୍ଧାନ ଆରମ୍ଭ କରିଥିଲେ। ସହରର ବଡ଼ବଡ଼ ବ୍ୟବସାୟୀ, ପ୍ରତିଷ୍ଠିତ ଲୋକେ ମଧ୍ୟ ଏହି ସଟ୍ଟାବାଜିରେ ସାମିଲ ଥିବା ସଂଦେହ କରାଯାଉଛି। ସଟ୍ଟାବାଜିମାନେ ସହରର ବଡ଼ ବଡ଼ ହୋଟେଲ୍‌, ଭଡ଼ାଘରେ ରହି ବେଟିଂକୁ ପରିଚାଳନା କରୁଛନ୍ତି। କମିଶନ ବାବଦରେ ଏମାନେ କୋଟି କୋଟି ଟଙ୍କା ପାଉଥିବା ଜଣାପଡ଼ିଛି। କିଙ୍ଗପିନ୍‌ର ମାସକୁ କମିଶନର ବାବଦରେ କୋଟିଏ ଟଙ୍କାରୁ ଅଧିକ ଆଦାୟ ହେଉଥିବା ଜାଣିବାକୁ ମିଳିଛି।

ତେବେ ବହୁବର୍ଷ ହେଲା ଏହି କିଙ୍ଗପିନ୍ ନିଜର ସାମ୍ରାଜ୍ୟ ବିସ୍ତାର କରିଥିବାବେଳେ କିଭଳି ପୋଲିସ୍‌ର କବ୍‌ଜାକୁ ଆସୁନଥିବା ସେ ନେଇ ସହରରେ ବୁଦ୍ଧିଜୀବୀ ଚର୍ଚ୍ଚା କରୁଛନ୍ତି। ଗତ କିଛି ବର୍ଷ ପୂର୍ବେ ଏହି ଗ୍ୟାଙ୍ଗର କିଛି ସଦସ୍ୟ ଗିରଫ ମଧ୍ୟ ହୋଇଥିଲେ। ପୁଣି ଜେଲ୍‌ରୁ ଫେରି ନିଜର ସାମ୍ରାଜ୍ୟ ବିସ୍ତାର କରିଥିଲେ। ଗଂଜାମ ଜିଲ୍ଲାରେ କେବଳ ବ୍ରହ୍ମପୁର ନୁହେଁ ପ୍ରତି ବ୍ଲକ୍‌ରେ ବିଶେଷ କରି କୁକୁଡ଼ାଖଣ୍ଡି, ପୁରୁଷୋତ୍ତମପୁର, ସାନଖେମୁଣ୍ଡି, ଦିଗପହଣ୍ଡି, ଆସିକା ଅଂଚଳରେ ବ୍ୟାପକ ଭାବେ ହେଉଥିବା ଜଣାପଡ଼ିଛି। ତଳ ଦିନେ ଆସିକା ଅଂଚଳର କିଛି ଯୁବକଙ୍କୁ ମଧ୍ୟ ଗିରଫ କରାଯାଇଛି।

ତେବେ ଡ଼େରିରେ ହେଲେ ମଧ୍ୟ ବ୍ରହ୍ମପୁର ଏସ୍‌ପିଙ୍କ ଏହି ତତ୍ପରତାକୁ ସହରବାସୀ ସ୍ୱାଗତ କରିଛନ୍ତି। ଆଜିର ଏହି ଦୁଇଜଣକୁ ଧରିବା ପରେ ଏହି ସାମ୍ରାଜ୍ୟରେ କିଛି ପରିମାଣରେ ରୋକ ଲାଗିବା ଆଶା କରାଯାଏ। ଗୋଷାଣିନୂଆଗାଁ ଥାନା ପକ୍ଷରୁ କେସ ନଂ ୧୪୧/୨୯.୧୦.୨୦୨୦ ୟୁ/ଏସ୍ ୨୯୪-ଏ/୪୨୦/୧୨୦-ବି/୩୪ ଆଇପିସି/ ଆର୍‌ଡ଼ବ୍ଲ୍ୟୁ ସେକ୍ସସନ ୪/୫, ପ୍ରାଇଜ୍ ଚିଟ ଏବଂ ମନି ସାରକୁଲେସନ ସ୍କିମ୍ (ବେନିଂ) ଆକ୍ଟ ୧୯୭୮ରେ ଉଭୟ ଗିରଫ କରାଯାଇ ଅଧିକ ଅନୁସନ୍ଧାନ ଜାରି ରହିଥିବା ଶ୍ରୀ ଭୋଇ ସାମ୍ବାଦିକମାନଙ୍କୁ ସୂଚନା ଦେଇଥିଲେ।

ଆଇପିଏଲ୍ ବେଟିଂ କିଙ୍ଗପିନ୍‌ ବ୍ରହ୍ମପୁର ପୋଲିସ୍
Share. Facebook Twitter LinkedIn Email WhatsApp Copy Link

Related Posts

ବିଜେପିରେ ସାମିଲି ହେଲେ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ, ବିଜେଡିରୁ ହୋଇଥିଲେ ନିଲମ୍ବିତ

July 12, 2026

ଓଡ଼ିଶା ବିଦ୍ୟୁତ୍ କ୍ଷେତ୍ର ପ୍ରଶାସନିକ କର୍ମଚାରୀ ସଂଘର ବାର୍ଷିକ ସାଧାରଣ ଅଧିବେଶନ ସଂକଳ୍ପ ଅନୁଷ୍ଠିତ

July 12, 2026

ଗାନ୍ଧୀନଗର ଲୋକସଭା କ୍ଷେତ୍ରରେ ଗୋଟିଏ ଦିନରେ ଏକ କୋଟିରୁ ଅଧିକ ବୃକ୍ଷରୋପଣ

July 12, 2026

ଟାଇଟଲ୍ ଦୌଡ଼ରେ ଏବେ ଚାରୋଟି ଦଳ: ଦେଖନ୍ତୁ ଫିଫା ବିଶ୍ୱକପ୍ ର ସେମିଫାଇନାଲ କାର୍ଯ୍ୟସୂଚୀ

July 12, 2026
Latest News

ବିଜେପିରେ ସାମିଲି ହେଲେ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ, ବିଜେଡିରୁ ହୋଇଥିଲେ ନିଲମ୍ବିତ

July 12, 2026

ଓଡ଼ିଶା ବିଦ୍ୟୁତ୍ କ୍ଷେତ୍ର ପ୍ରଶାସନିକ କର୍ମଚାରୀ ସଂଘର ବାର୍ଷିକ ସାଧାରଣ ଅଧିବେଶନ ସଂକଳ୍ପ ଅନୁଷ୍ଠିତ

July 12, 2026

ଗାନ୍ଧୀନଗର ଲୋକସଭା କ୍ଷେତ୍ରରେ ଗୋଟିଏ ଦିନରେ ଏକ କୋଟିରୁ ଅଧିକ ବୃକ୍ଷରୋପଣ

July 12, 2026

ରୁଷଠାରୁ ୪୯,୦୦୦ କୋଟିର ତେଲ କିଣିଲା ଭାରତ: ଚୀନ୍ ପରେ ହେଲା ଦ୍ୱିତୀୟ ସର୍ବାଧିକ କ୍ରେତା

July 12, 2026

ଟାଇଟଲ୍ ଦୌଡ଼ରେ ଏବେ ଚାରୋଟି ଦଳ: ଦେଖନ୍ତୁ ଫିଫା ବିଶ୍ୱକପ୍ ର ସେମିଫାଇନାଲ କାର୍ଯ୍ୟସୂଚୀ

July 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.