ନମିତା ଟୋପ୍ପୋ ପାଇବେ ଚଳିତ ବର୍ଷର ଏକଲବ୍ୟ ପୁରସ୍କାର

Published: Nov 8, 2020, 4:49 pm IST

ଭୁବନେଶ୍ବର : 2020 ବର୍ଷ ପାଇଁ 28ତମ ଏକଲବ୍ୟ ପୁରସ୍କାର ପାଇବେ ନମିତା ଟୋପ୍ପୋ । ଜୁରୀ କମିଟି ବୈଠକରେ ସର୍ବସମ୍ମତିକ୍ରମେ ଏହି ପୁରସ୍କର ପାଇଁ ମନୋନୀତ ହୋଇଛନ୍ତି ଅନ୍ତର୍ଜାତୀୟ ହକି ଖେଳାଳି ନମିତା ଟୋପ୍ପୋ । ପୁରସ୍କାର ବାବଦରେ 5 ଲକ୍ଷ ଟଙ୍କା ଓ ମାନପତ୍ର ପାଇବେ ନମିତା । ଭାରୋତ୍ତୋଳନକାରୀ ସ୍ନେହା ସୋରେନ୍‌ ଓ ବ୍ୟାଡ୍‌ମିଣ୍ଟନ୍‌ ଖେଳାଳି ଋତୁପର୍ଣ୍ଣା ପଣ୍ଡା ଦୁହେଁ ଉପବିଜେତା ହୋଇଛନ୍ତି । ଦୁହେଁ ପୁରସ୍କାର ବାବଦକୁ 50 ହଜାର ଲେଖାଏଁ ପାଇବେ ।  ସୂଚନାଯୋଗ୍ୟ, ‘ଇମ୍ପାକ୍ଟ’ ପକ୍ଷରୁ 1993 ମସିହାରୁ ଏହି ପୁରସ୍କାର ଦିଆଯାଇଆସୁଛି।

ଜଣେ ଭାରତୀୟ ମହିଳା ଫିଲ୍ଡ୍ ହକି ଖେଳାଳି ଭାବେ ନମିତା ନିଜ ଦେଶ ତଥା ରାଜ୍ୟ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି । ସେ 97ଟି ଆନ୍ତର୍ଜାତୀୟ ପ୍ରତିଯୋଗିତା ଖେଳି 4ଟି ଗୋଲ୍ ଦେଇଛନ୍ତି ।

Related posts