ଅଷ୍ଟ୍ରେଲିଆ ସିରିଜ ପାଇଁ ମନୋନୀତ ନହେବାରୁ ସୂର୍ଯ୍ୟକୁମାର ଯାଦବଙ୍କୁ ନେଇ କଣ କହିଲେ ବ୍ରାଏନ୍ ଲାରା, ଜାଣନ୍ତୁ

Published: Nov 23, 2020, 6:34 pm IST

ନୂଆଦିଲ୍ଲୀ: ଚଳିତ ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଖେଳୁଥିବା ସୂର୍ଯ୍ୟକୁମାର ଯାଦବଙ୍କୁ ଅନେକ ଜାତୀୟ ଏବଂ ଅନ୍ତରାଷ୍ଟ୍ରୀୟ ଖେଳାଳି ପ୍ରଶଂସା କରିଛନ୍ତି। ଆଇପିଏଲରେ କ୍ରମାଗତ ଭଲ ପ୍ରଦର୍ଶନ କରିଆସୁଥିବା ଏହି ଖେଳାଳିଙ୍କୁ ଆସନ୍ତା ଅଷ୍ଟ୍ରେଲିଆ ସିରିଜ ପାଇଁ ମନୋନୀତ କରାଯାଇନଥିବାରୁ ଅନେକ ପ୍ରଶ୍ନ ମଧ୍ୟ ଉଠାଇଛନ୍ତି।

ତେବେ ୱେଷ୍ଟଇଣ୍ଡିଜ୍ କିମ୍ବଦନ୍ତୀ ବ୍ରାଏନ୍ ଲାରା ମଧ୍ୟ ସୂର୍ଯ୍ୟକୁମାର ଯାଦବଙ୍କ ଉପରେ ମତ ରଖିଛନ୍ତି। ଲାରାଙ୍କ କହିବା ଅନୁଯାୟୀ, ସୂର୍ଯ୍ୟକୁମାର ହେଉଛନ୍ତି ଜଣେ ଦକ୍ଷ ଖେଳାଳି ଏବଂ ସେ ଅଷ୍ଟ୍ରେଲିଆ ବିପକ୍ଷ ସିରିଜ ପାଇଁ ଭାରତୀୟ ଦଳରେ ସାମିଲ ହେବା ଉଚିତ ଥିଲା। ଚଳିତ ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସକୁ ଚାମ୍ପିଅନ୍ କରିବାରେ ତାଙ୍କର ଭଲ ଭୂମିକା ଥିଲା।

ସେ କହିଛନ୍ତି ଯେ, ମୁଁ କେବଳ ଖେଳାଳିର ସ୍କୋରକୁ ଦେଖି ଭଲ ଖେଳାଳି ବୋଲି ମତ ରଖେ ନାହିଁ। ଯାଦବଙ୍କର ବ୍ୟାଟିଂ କୌଶଳ ଏବଂ ଚାପରେ ଥାଇ ମଧ୍ୟ ସେ ଦଳ ପାଇଁ ଭଲ ଖେଳ ପ୍ରଦର୍ଶନ କରିଥିବାରୁ ମୁଁ ତାଙ୍କୁ ଶ୍ରେଷ୍ଠ ଖେଳାଳି ବୋଲି ବିଶ୍ଵାସ କରେ।

Related posts