Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିବାହ ବନ୍ଧନରେ ଆବଦ୍ଧ ହେଲେ ବଜରଙ୍ଗ – ସଙ୍ଗୀତା
ଆଜିର ଖବର

ବିବାହ ବନ୍ଧନରେ ଆବଦ୍ଧ ହେଲେ ବଜରଙ୍ଗ – ସଙ୍ଗୀତା

November 26, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଦ୍ରୋଣାଚାର୍ଯ୍ୟ ପୁରସ୍କାର ବିଜେତା ତଥା ଲୋକପ୍ରିୟ କୁସ୍ତି ଯୋଦ୍ଧା ମହାବୀର ଫୋଗାଟ୍‌ଙ୍କ ତୃତୀୟ କନ୍ୟା ତଥା ଦଙ୍ଗଲ୍‌ ଗାର୍ଲ ଗୀତା ଓ ବବିତାଙ୍କ ସାନ ଭଉଣୀ ସଙ୍ଗୀତା ଫୋଗାଟ୍‌ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ସଙ୍ଗୀତା ବୁଧବାର ଦିନ ଅନ୍ତର୍ରାଷ୍ଟ୍ରୀୟ କୁସ୍ତି ତାରକା ବଜରଙ୍ଗ ପୁନିଆଙ୍କୁ ବିବାହ କରିଛନ୍ତି ।  ସାତ ଥରେ ନୁହେଁ ଆଠ ଥରେ ଫେରା ନେଇ ଦୁହେ ଜୀବନସାଥୀ ପାଲଟିଛନ୍ତି । ସାଧାରଣତଃ ବିବାହରେ ସାତୋଟି ଫେରା ବା ପ୍ରଦକ୍ଷଣ ନିଆଯାଇଥାଏ । କିନ୍ତୁ ଫୋଗୋଟ୍‌ ଭଉଣୀମାନେ ବିବାହରେ ଆଠୋଟି ଫେରା ନେଇଛନ୍ତି । ବେଟି ବଚାଓ ଓ ବେଟି ପଢାଓ ପାଇଁ ଅଷ୍ଟମ ଫେରା ନେଇଛନ୍ତି ସଙ୍ଗୀତା । ବିବାହରେ ମୋଟ୍‌ 31 ଜଣ ବରଯାତ୍ରୀ ସାମିଲ୍‌ ହୋଇଥିଲେ । ବାହାଘରରେ ପରିବାରର ଅତି ନିକଟ ସମ୍ପର୍କୀୟ ସାମିଲ୍‌ ରହିଥିଲେ ।

ବିବାହ ପୂର୍ବରୁ ସଙ୍ଗୀତା ତାଙ୍କ ବିବାହ ପୂର୍ବ ଉତ୍ସବର ଫଟୋ ଇନଷ୍ଟାଗ୍ରାମରେ ସେୟାର କରିଥିଲେ । ସେଥିରେ ତାଙ୍କ ଦୁଇ ଭଉଣୀ ଗୀତା ଓ ବବିତା ତାଙ୍କୁ ହଳଦୀ ମାରି ଦେଉଥିବାର ଦେଖାଯାଇଥିଲା । ତିନି ଦିନ ଧରି ଚାଲିଥିବା ତାଙ୍କ ମେହେନ୍ଦୀ ଉତ୍ସବରେ ପରିବାର ଘନିଷ୍ଠ ସଦସ୍ୟ ହିଁ ଯୋଗ ଦେଇଥିଲେ ।

ସଂଗୀତା ସବୁଜ ରଙ୍ଗର ଲେହେଙ୍ଗା ସହ ଫୁଲର ଜୁଏଲାରୀ ପିନ୍ଧି ବେଶ୍‌ ସୁନ୍ଦର ଦିଶୁଥିଲେ । ଏହା ପୂର୍ବରୁ ଗତ ବର୍ଷ ଡିସେମ୍ବର 1 ତାରିଖରେ ବିବେକଙ୍କୁ ବିବାହ କରିଥିବା ବବିତା ଖୁବ ଶୀଘ୍ର ସେମାନଙ୍କ ପ୍ରଥମ ସନ୍ତାନକୁ ଜନ୍ମ ଦେବେ ବୋଲି ଘୋଷଣା କରି ସାରିଛନ୍ତି ।  (ଏଜେନ୍ସି)

Share. Facebook Twitter LinkedIn Email WhatsApp Copy Link

Related Posts

PM Maan Ki Baat: ବିଶ୍ବର ଯୁଦ୍ଧ ପରିସ୍ଥିତିକୁ ମୁକାବିଲା କରିବାକୁ ମନ କୀ ବାତ୍ ରେ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ

March 29, 2026

ବିଜେପିରେ କାହିଁକି ଯୋଗ ଦେଉଛନ୍ତି କଂଗ୍ରେସ ନେତା?: କାରଣ କହିଲେ ରାହୁଲ ଗାନ୍ଧୀଙ୍କ ସହଯୋଗୀ

March 29, 2026

ଆସନ୍ତା ୩ ଯାଏଁ ଜାରି ରହିବ କାଳବୈଶାଖୀ ପ୍ରକୋପ: ଏହି ଜିଲ୍ଲାଗୁଡିକରେ ବଜ୍ରପାତ ସହ ବର୍ଷା ଆଶଙ୍କା

March 29, 2026

ଆଜି ଆଇପିଏଲ ରେ ମୁମ୍ବାଇ ଏବଂ କୋଲକାତା ମଧ୍ୟରେ ମ୍ୟାଚ୍: ଜାଣନ୍ତୁ ପ୍ଲେଇଂ ଇଲେଭେନ

March 29, 2026
Latest News

PM Maan Ki Baat: ବିଶ୍ବର ଯୁଦ୍ଧ ପରିସ୍ଥିତିକୁ ମୁକାବିଲା କରିବାକୁ ମନ କୀ ବାତ୍ ରେ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ

March 29, 2026

ବିଜେପିରେ କାହିଁକି ଯୋଗ ଦେଉଛନ୍ତି କଂଗ୍ରେସ ନେତା?: କାରଣ କହିଲେ ରାହୁଲ ଗାନ୍ଧୀଙ୍କ ସହଯୋଗୀ

March 29, 2026

ଆସନ୍ତା ୩ ଯାଏଁ ଜାରି ରହିବ କାଳବୈଶାଖୀ ପ୍ରକୋପ: ଏହି ଜିଲ୍ଲାଗୁଡିକରେ ବଜ୍ରପାତ ସହ ବର୍ଷା ଆଶଙ୍କା

March 29, 2026

ଆଜି ଆଇପିଏଲ ରେ ମୁମ୍ବାଇ ଏବଂ କୋଲକାତା ମଧ୍ୟରେ ମ୍ୟାଚ୍: ଜାଣନ୍ତୁ ପ୍ଲେଇଂ ଇଲେଭେନ

March 29, 2026

“ଡ୍ୟାନ୍ସ ଓଡ଼ିଶା ଡ୍ୟାନ୍ସ: ଆଜି ୬:୩୦ରୁ ସେଲିବ୍ରେଟି ୱିଥ୍ ଲିଟିଲ ମାଷ୍ଟର୍ ଗ୍ରାଣ୍ଡ ଫିନାଲେ

March 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.