Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଟି–୨୦ ମ୍ୟାଚ୍‌ରେ ନୂଆ ଜର୍ସିରେ ଦେଖାଦେବେ ଅଷ୍ଟ୍ରେଲିଆ ଖେଳାଳୀ, ଜାଣନ୍ତୁ କ’ଣ ରହିଛି ଏହାର ବିଶେଷତ୍ବ
ଆଜିର ଖବର

ଟି–୨୦ ମ୍ୟାଚ୍‌ରେ ନୂଆ ଜର୍ସିରେ ଦେଖାଦେବେ ଅଷ୍ଟ୍ରେଲିଆ ଖେଳାଳୀ, ଜାଣନ୍ତୁ କ’ଣ ରହିଛି ଏହାର ବିଶେଷତ୍ବ

December 4, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

କେନବରା: ଆଜି ଭାରତ ଓ ଅଷ୍ଟ୍ରେଲିଆ ବିପକ୍ଷରେ ଟି–୨୦ ସିରିଜ୍‌ଆରମ୍ଭ ହେବ। ତେବେ ଆଜିର ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଖେଳାଳୀମାନେ ଏକ ସ୍ବତନ୍ତ୍ର ଜର୍ସିରେ ଦେଖିବାକୁ ମିଳିବେ। ସ୍ବଦେଶୀ ଜର୍ସିକୁ ନେଇ ବେଶ୍‌ ଉତ୍ସାହିତ ରହିଛନ୍ତି ଅଷ୍ଟ୍ରେଲିଆା ଖେଳାଳି। ତିନି ମ୍ୟାଚ୍‌ ବିଶିଷ୍ଟ ଟି–୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ କେନବରାରେ ଆଜି ଦ୍ବିପ୍ରହର ୧.୪୦ ସମୟରେ ଅନୁଷ୍ଠିତ ହେବ। ସେହିପରି ଅନ୍ୟ ଦୁଇଟି ମ୍ୟାଚ୍‌ ଯଥାକ୍ରମେ ଡିସେମ୍ବର ୬ ଓ ଡିସେମ୍ବର ୮ ରେ ସିଡ୍‌ନୀଠାରେ ଅନୁଷ୍ଠିତ ହେବ।

ତେବେ ଆଜିର ମ୍ୟାଚ୍‌ରେ ଅଷ୍ଟ୍ରେଲିଅ ଖେଳାଳୀମାନେ ପିନ୍ଧିଥିବା ଜର୍ସିଟି ବେଶ୍‌ ସ୍ବତନ୍ତ୍ର ରହିଛି। ସ୍ବଦେଶୀ ଜର୍ସିଟିକୁ ପ୍ରସ୍ତୁତ କରିଛନ୍ତି ତାଙ୍କ ଦେଶର ଦୁଇ ମହିଳା। ଏକୁ ସୁନ୍ଦର ବାର୍ତ୍ତା ନେଇ ଏହି ଜର୍ସିଟି ପ୍ରସ୍ତୁତ କରାଯାଇଛି। ଏହିଜର୍ସିଟିକୁ ସିଏମ୍‌ ଅକ୍ଟୋବର ମାସରେ ଅନାବରଣ କରିଥିଲା।

ଅଷ୍ଟ୍ରେଲିଆର ଏହି ସ୍ବଦେଶୀ ଜର୍ସିଟି ମହାନ୍‌ ପୂର୍ବ ପୁରୁଷଙ୍କ ପ୍ରତିନିଧିତ୍ବ କରୁଛି। ଏହି ଜର୍ସିଟି ଷାଠିଏ ହଜାର ବର୍ଷ ପୂର୍ବରୁ ଚାଲି ଆସିଥିବା ସଂସ୍କୃତିକୁ ଧରି ରଖିଥିବା ସେହି ପୂର୍ବପୁରୁଷଙ୍କ ପ୍ରତି ସମ୍ମାନ ବ୍ୟକ୍ତ କରୁଛି।

ଏହି ଜର୍ସିର ଗାଢ ସବୁଜ ରଙ୍ଗଟି ମେଣ୍ଡାଲିଆଙ୍କ ଏକତା ଓ ନିରନ୍ତରତାକୁ ଦର୍ଶାଉଛି। ସେହିପରେ ଏଥିରେ ଚିତ୍ରିତ ହୋଇଥିବା ଅନ୍ୟ ସମସ୍ତ ଚିତ୍ର ବା ବସ୍ତୁ ଅଷ୍ଟ୍ରେଲିଆର ସ୍ବାଧୀନତା, ଇତିହାସ ଓ ସଂସ୍କୃତି ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି। ତେବେ ଏହି ଜର୍ସିଟିକୁ ଅଷ୍ଟ୍ରେଲିଆ ମହିଳା କ୍ରିକେଟ ଦଳ ଚଳିତ ବର୍ଷ  ଇଂଲଣ୍ଡ ବିପକ୍ଷ ମ୍ୟାଚ୍‌ରେ ପିନ୍ଧିଥିଲେ।

ଏହି ଜର୍ସିରେ ନଦୀ ଓ ପଷ୍ଠଭୂମି ରହିଛି। ଯାହା ପରିବାର ମଧ୍ୟରେ ସମ୍ପର୍କକୁ ଦର୍ଶାଉଛି। ସେହିପରି ଏଥିରେ ଥିବା ସର୍କଲ ବା ବର୍ତ୍ତୁଳାକାର ଚିତ୍ରଗୁଡିକ ଶକ୍ତି ଏବଂ ଲୋକଙ୍କ ମଧ୍ୟରେ ଯାତ୍ରାକୁ ଦର୍ଶାଉଛି। ସେହିପରି ତାରକା ଚିହ୍ନଗୁଡିକ ତାଙ୍କ ପୂର୍ବ ପୁରୁଷଙ୍କୁ ସୂଚାଉଛି। ସେହିପରି ଏହି ଜର୍ସିରେ ମଧ୍ୟଭାଗରେ ଥିବା ଚକ୍ରଟି କ୍ରିକେଟର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତକୁ ସୂଚାଉଛି। ସେହିପରି ସେଥିରେ ଥିବା ପଛ ପଟର ଚିତ୍ରଟି ମଣିଷର ସଂଘର୍ଷକୁ ବୟାନ କରୁଛି। ଶହ ଶହ ବର୍ଷ ଧରି ସମାଜରେ ମଣିଷ ବଞ୍ଚିବା ପାଇଁ କରୁଥିବା ସଂଘର୍ଷକୁ ସୂଚାଉଛି।

ଏକ ଭିନ୍ନ ବାର୍ତ୍ତା ବହନ କରୁଥିବା ଅଷ୍ଟ୍ରେଲିଆ ଜର୍ସିଟିକୁ ପ୍ରସ୍ତୁତ କରିଛନ୍ତି ଆଣ୍ଟି ଫିଆନୋ କ୍ଲାକ୍‌ ଓ କର୍ଣ୍ଟିନ୍‌ ହାଗେନ୍‌। (ଏଜେନ୍ସି)

ଅଷ୍ଟ୍ରେଲିଆ ନୂଆ ଜର୍ସି ଭାରତ
Share. Facebook Twitter LinkedIn Email WhatsApp Copy Link

Related Posts

MI କୁ RCB ପରାସ୍ତ କରିବା ପରେ ବଦଳିଲା ପଏଣ୍ଟ ଟେବୁଲର ସ୍ଥିତି: ଜାଣନ୍ତୁ ଶୀର୍ଷରେ କିଏ?

April 13, 2026

ଆଜି ମଧ୍ୟ କମିଲା ସୁନା ଏବଂ ରୂପାର ମୂଲ୍ୟ: ଜାଣନ୍ତୁ ଭୁବନେଶ୍ଵରରେ କେତେ?

April 13, 2026

ଟ୍ରକ୍ ଧକ୍କାରେ ୭ ମୃତ

April 13, 2026

ଟିଏମସିରେ ଯୋଗଦେଲେ ସୁଭାଷ ଚନ୍ଦ୍ର ବୋଷଙ୍କ ନାତି: ବିଜେପି ଉପରେ କଲେ କଡ଼ା ଆକ୍ରମଣ

April 13, 2026
Latest News

ଶେଷ ହେବ ତେଲ ଏବଂ ଏଲପିଜି ସଙ୍କଟ!: ଓଡ଼ିଶା ଓ ଗୁଜୁରାଟରେ ପହଞ୍ଚିଲା ଦୁଇଟି ବଡ଼ ଟ୍ୟାଙ୍କର୍

April 13, 2026

ମାରି ନେଲେ ମଙ୍ଗରାଜେ ହାରିଗଲେ ପାତ୍ରେ, ବିଜେଡି ରାଜ୍ୟସଭା ରାଜନୀତି

April 13, 2026

MI କୁ RCB ପରାସ୍ତ କରିବା ପରେ ବଦଳିଲା ପଏଣ୍ଟ ଟେବୁଲର ସ୍ଥିତି: ଜାଣନ୍ତୁ ଶୀର୍ଷରେ କିଏ?

April 13, 2026

ଆଜି ମଧ୍ୟ କମିଲା ସୁନା ଏବଂ ରୂପାର ମୂଲ୍ୟ: ଜାଣନ୍ତୁ ଭୁବନେଶ୍ଵରରେ କେତେ?

April 13, 2026

ଚୀନ୍ ଏବଂ ଆମେରିକାକୁ ପଛରେ ପକାଇବ ଭାରତର ଅଟୋ ଶିଳ୍ପ: ନୀତିନ୍ ଗଡକରୀ କହିଲେ ମାଷ୍ଟର ପ୍ଲାନ 

April 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.